
ପୁରୀ (ଓଡ଼ିଶା ରିପୋର୍ଟର): ଲିଜ୍ ଦିଆଯିବ ଶ୍ରୀମନ୍ଦିର ରୋଷଘର ଚୁଲି। ରୋଷଘର ଚୁଲିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଅଣାଯାଇ ସେବାୟତଙ୍କୁ ବର୍ଷେ ପାଇଁ ଲିଜ୍ରେ ଦିଆଯିବ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବିଭିନ୍ନ ନିଯୋଗ ସେବାୟତ ପ୍ରତିନିଧିଙ୍କ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ପ୍ରସ୍ତାବ ଆଗତ ହୋଇଛି।
ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ୧୨ଟି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଥିବା ବେଳେ ଏସମ୍ପର୍କରେ ଚଳିତମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିବେ। ତେଣୁ ଆଜି ସୁପ୍ରିମକୋର୍ଟଙ୍କ ୪ଟି ନିର୍ଦ୍ଦେଶାବଳୀ ଉପରେ ଆଲୋଚନା ହୋଇଛି। ବଂଶଗତ ସେବା ଉଚ୍ଛେଦ ପ୍ରସ୍ତାବକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଧାଡ଼ିରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଉଚିତ୍ ମୂଲ୍ୟରେ ମହାପ୍ରସାଦ ଯୋଗାଇବା ପ୍ରସ୍ତାବରେ ଆଲୋଚନା ହୋଇଛି। ଏଥିସହ ସିଂହଦ୍ୱାର, ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଓ ଭିତରକାଠ ପାଖରେ ଥାଳି, ଗଡୁ ଓ ଝରି ମାଧ୍ୟମରେ ଦାନ ଦକ୍ଷିଣା ଗ୍ରହଣ ବନ୍ଦ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୱ୍ୟରି ପୁରୀ ଆସିଲେ ତାଙ୍କ ସମ୍ମୁଖରେ ନିଜ ସୁବିଧା ଅସୁବିଧା ରଖିବା ନେଇ ମଧ୍ୟ ସେବାୟତଙ୍କୁ ବୈଠକରେ ସଚେତନ କରାଯାଇଛି।
from OdishaReporter https://ift.tt/2AFTmuu
No comments:
Post a Comment