ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ବିରୋଧୀଙ୍କ ଏକତାକୁ ନେଇ ଉଠିଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ବିରୋଧୀଙ୍କ ଏକତାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବିକେ ହରିପ୍ରସାଦ ପରାସ୍ତ ହୋଇଛନ୍ତି। ଏହି ପରାଜୟ ପରେ ୨୦୧୯ରେ ମୋଦି ସରକାରଙ୍କ ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଆଜିର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ମଧ୍ୟରେ ଏକତା ନଥିବା ସ୍ପଷ୍ଟ ହୋଇଛି। ବିରୋଧୀ ମେଣ୍ଟ ସହ ୧୧୧ ଜଣ ସାଂସଦ ଥିବା ପୂର୍ବରୁ କୁହାଯାଉଥିଲା। କିନ୍ତୁ ଭୋଟ୍‌ ବେଳେ ମେଣ୍ଟ ସପକ୍ଷରେ ମାତ୍ର ୧୦୫ ଜଣଙ୍କ ସମର୍ଥନ ମିଳିଥିଲା।
ପିଡିପି, ୱାଏସ୍‌ଆର୍‌ କଂଗ୍ରେସ ଓ ଆପ୍‌ ଭଳି ଦଳ ବିରୋଧୀ ମେଣ୍ଟରୁ ନିଜକୁ ଦୂରେଇ ରଖିଛନ୍ତି।
ସେହିପରି ତୃତୀୟ ସାମ୍ମୁଖ୍ୟର ମଙ୍ଗ ଧରିଥିବା କେ ଚନ୍ଦ୍ର ଶେଖର ରାଓଙ୍କ ଟିଆରଏସ୍‌ ମଧ୍ୟ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିଛି। ଏସବୁକୁ ଦେଖିଲେ, ବିରୋଧୀଙ୍କ ମଧ୍ୟରେ ଏକତା ନଥିବା ସ୍ପଷ୍ଟ ହୋଇଛି।
ଆଜିର ପରାଜୟ ପାଇଁ କିଛି ବିରୋଧୀ ଦଳର ନେତା କଂଗ୍ରେସକୁ ସିଧାସଳଖ ଦାୟୀ କରିଛନ୍ତି। ସେମାନଙ୍କ ମତ ହେଉଛି, ଯଦି ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ଜଣେ ଅଣ କଂଗ୍ରେସ ନେତାଙ୍କୁ ପ୍ରାର୍ଥୀ କରାଯାଇଥାଆନ୍ତା, ତା’ହେଲେ ଫଳାଫଳ ଆଉ କିଛି ହୋଇଥାଆନ୍ତା।
ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ଦଳର ସାଂସଦଙ୍କୁ ଜିତାଇବା ପାଇଁ ଓଡ଼ିଶାର କ୍ଷମତାସୀନ ବିଜେଡି ଓ ତେଲେଙ୍ଗାନାର ଟିଆରଏସ୍‌ ସୁପ୍ରିମୋଙ୍କ ସହ କଥା ହୋଇଥିଲେ ଏବଂ ସମର୍ଥନ ପାଇଁ ଅନୁରୋଧ କରିଥିଲେ।
କିନ୍ତୁ ସର୍ବଦା ବିରୋଧୀ ଭୂମିକା ନିର୍ବାହ କରୁଥିବା ଦିଲ୍ଲୀର କ୍ଷମତାସୀନ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମର୍ଥନ ପାଇଁ ଥରେ ହେଲେ କାହିଁକି ଫୋନ୍‌ କଲେ ନାହିଁ ବୋଲି କିଛି ନେତା ପ୍ରଶ୍ନ କରିଛନ୍ତି।
ଏହା ବ୍ୟତୀତ କିଛି ନେତା କହିଛନ୍ତି, ମେଣ୍ଟରେ ଏମିତି କିଛି ଦଳ ଅଛନ୍ତି, ଯେଉଁମାନେ ଉଭୟ ବିଜେପି ଓ କଂଗ୍ରେସକୁ ବିରୋଧ କରନ୍ତି। ଯେହେତୁ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇଥିଲା, ତେଣୁ ସେମାନେ ନିଜକୁ ଭୋଟ୍‌ଦାନ କାର୍ଯ୍ୟରୁ ବିରତ ରହିଲେ।
ତୃଣମୂଳ ସାଂସଦ ଡେରେକ୍‌ ଓ’ବ୍ରାଏନ୍‌ କହିଛନ୍ତି “ଆମେ ଏବେ ବି ବିଜେପି ଓ ଏନ୍‌ଡିଏ ବିରୋଧରେ ଏକାଠି ଲଢ଼େଇ କରିବାକୁ ପ୍ରସ୍ତୁତ ଅଛୁ। ଆଜିର ଫଇସଲା ସରକାର ଯେ କେତେ ବିବ୍ରତ, ତାହା ହିଁ ପ୍ରଦର୍ଶିତ କରିଛି।


from OdishaReporter https://ift.tt/2MzBmmS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages