ସକାଳେ ଗଡ଼ିଲା ୧୫ ମାଓବାଦୀଙ୍କ ମୁଣ୍ଡ, ଏମିତି ଥିଲା  ଯବାନଙ୍କ ଅପରେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ସକାଳେ ଗଡ଼ିଲା ୧୫ ମାଓବାଦୀଙ୍କ ମୁଣ୍ଡ, ଏମିତି ଥିଲା  ଯବାନଙ୍କ ଅପରେଶନ

ରାୟପୁର: ଜଣେ କି ଦୁଇ ଜଣ ନୁହନ୍ତି। ଗୋଟିଏ ଅପରେଶନରେ ୧୫ ମାଓବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକର୍ମୀ।

ଲାଲଗଡ଼ର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ସୁକ୍‌ମାର ଘଞ୍ଚ ଜଙ୍ଗଲ ଭିତରେ ପଶି କୋଣ୍ଟା ଏରିଆ କମିଟି ମାଓ ସଂଗଠନର କ୍ୟାମ୍ପକୁ ଧ୍ୱଂସବିଧ୍ୱସ୍ତ କରିଦେଇଛନ୍ତି। ମୃତକଙ୍କ ମଧ୍ୟରେ କ୍ୟାଡ଼ର୍ ମାଓବାଦୀ ଭଞ୍ଜମ ହୁଙ୍ଗା ଅଛନ୍ତି।

ଜଣେ ମହିଳା ମାଓବାଦୀଙ୍କ ସହ ୪ ଜଣଙ୍କୁ ଜୀବନ୍ତ ଧରିଛନ୍ତି ସୁରକ୍ଷା କର୍ମୀ। ଘଟଣାସ୍ଥଳରୁ ୧୬ଟି ଦେଶୀ ବନ୍ଧୁକ ଏବଂ ବିପୁଳ ମାଓସାମଗ୍ରୀକୁ ସୁରକ୍ଷାକର୍ମୀ ଜବତ କରିବା ସହ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରିଛନ୍ତି।

ଏମିତି ଥିଲା ଅପରେଶନ୍

ସୁକ୍‌ମା ଜିଲ୍ଲା ଗୋଲାପଲ୍ଲୀ ଜଙ୍ଗଲରେ  ଆଜି ସକାଳ ପ୍ରାୟ  ୬ଟାରେ କୋଣ୍ଟା ଏରିଆ କମିଟି ମାଓ ସଂଗଠନର କ୍ୟାମ୍ପ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଯେଉଁ ସମୟରେ ନକ୍ସଲମାନେ ଅପ୍ରସ୍ତୁତ ଥିଲେ ଠିକ୍‌ ସେହି ସମୟରେ ଆରମ୍ଭ ହୋଇଥିଲା ଆକ୍ରମଣ।

ସିଆରପିଏଫ୍ ଯବାନ ଓ ନକ୍ସଲଙ୍କ ମଧ୍ୟରେ  ଦେଢ଼ଘଣ୍ଟା ଧରି ଚାଲିଥିଲା ଛକାପଞ୍ଝା। ଏଥିରେ ୧୫ ମାଓବାଦୀ ନିହତ ହୋଇଥିଲେ।

ଜଣେ ମହିଳାଙ୍କ ସମେତ ୪ ମାଓବାଦୀ ଖସି ଖସିପଳାଇଥିବା ସୂଚନା ମିଳିଛି। ଏନ୍‌କାଉଣ୍ଟର ସ୍ଥଳରୁ ୧୬ଟି ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ବସ୍ତର ଆଇଜି ବିବେକାନନ୍ଦ, ଅତିରିକ୍ତ ଡିଜି ଡିଏମ ଅୱସ୍ଥି ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

 ପୂର୍ବରୁ ହୋଇଥିବା ଏନ୍‌କାଉଣ୍ଟର

ପୂର୍ବରୁ ମାର୍ଚ୍ଚ ୨, ୨୦୧୮ରେ ବିଜାପୁର ଜିଲ୍ଲାରେ ଗ୍ରେହାଉଣ୍ଡ ଯବାନ ପଶି ୧୨ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରି ମାରିଥିଲେ ।

ଏପ୍ରିଲ୍ ୨୭, ୨୦୧୮ରେ  ସୀମାନ୍ତ ଛତିଶଗଡ଼ରେ ପଶି ୮ ଜଣ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରିଥିଲେ ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନ।

ସେହିପରି ଜୁଲାଇ ୧୯, ୨୦୧୮ରେ ଛତିଶଗଡ଼ ଦାନ୍ତେୱାଡ଼ା ଜିଲ୍ଲାରେ ଯବାନ-ମାଓବାଦୀ ଗୁଳିବିନିମୟରେ ୭ ମାଓବାଦୀ ନିହତ ହୋଇଥିଲେ।

ନକ୍ସଲଙ୍କ ଉପରେ ଏଭଳି କ୍ରମାଗତ ହମ୍‌ଲା ପରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶା ସୀମାନ୍ତରେ ଘେରାବନ୍ଦୀ ହୋଇ ରହିଛନ୍ତି ଶହ ଶହ ମାଓବାଦୀ।

ତେଣୁ ଓଡ଼ିଶା ସୀମାନ୍ତରେ ନକ୍ସଲ ଦମନ ଅଭିଯାନକୁ ସୁରକ୍ଷାକର୍ମୀ ଜୋରଦାର କରିବାର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ପୋଲିସ ଡିଜି ଏସ.ଏନ. ତିୱାରୀ।



from OdishaReporter https://ift.tt/2voMI6J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages