ବ୍ୟାଙ୍କରୁ ଲୋନ୍‌ ନେଇଛନ୍ତି କି? ଏଣିକି ଦେବାକୁ ପଡ଼ିପାରେ ଅଧିକ ସୁଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ବ୍ୟାଙ୍କରୁ ଲୋନ୍‌ ନେଇଛନ୍ତି କି? ଏଣିକି ଦେବାକୁ ପଡ଼ିପାରେ ଅଧିକ ସୁଧ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମନିଟାରୀ ପଲିସି କମିଟି ବା ଏମ୍‌.ପି.ସି. ଆଜି ଲଗାତର ଭାବେ ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ ବୃଦ୍ଧି କରିଛି। ଆରବିଆଇ ଗଭର୍ଣ୍ଣର ଉର୍ଜିତ୍ ପଟେଲ୍‌ଙ୍କ ନେତୃତ୍ୱରେ ବସିଥିବା ଏମ୍‌ପିସି, ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି।

ଫଳରେ ଏହା ବୃଦ୍ଧି ପାଇ ୬.୫୦%ରେ ପହଞ୍ଚିଛି। ସେହିପରି ରିଭର୍ସ ରେପୋ ରେଟ୍‌କୁ ମଧ୍ୟ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଛି। ଏହା ୬.୨୫%ରେ ପହଞ୍ଚିଛି। ଆରବିଆଇର ଏହି ପଦକ୍ଷେପ ଯୋଗୁ ଗୃହ, କାର ଏବଂ ଅନ୍ୟ ବ୍ୟାଙ୍କ୍ ଲୋନ୍ ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶ୍ରୀ ପଟେଲ୍‌ କହିଛନ୍ତି- ‘ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ୭.୫ରୁ ୭.୬% ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷର ହାରାହାରି ଜିଡିପି ୭.୪% ରହିବ।

ଅନ୍ୟପକ୍ଷରେ ଆର୍‌ବିଆଇର ଏଭଳି ନିଷ୍ପତ୍ତି ପରେ, ବିଭିନ୍ନ ବ୍ୟାଙ୍କ ସେମାନଙ୍କର ଋଣ ଉପରେ ସୁଧ ପ୍ରତିଶତକୁ ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଫଳରେ ଋଣଗ୍ରହୀତା ଦେଉଥିବା ଇଏମ୍‌ଆଇ ମହଙ୍ଗା ହୋଇପାରେ।

ବ୍ୟାଙ୍କ୍ ବଜାର ଡଟ୍ କମ୍‌ର ସିଇଓ କହିଛନ୍ତି, ଆର୍‌ବିଆଇ ରେପୋ ରେଟ୍‌ ବୃଦ୍ଧି କରିଥିବାରୁ ବ୍ୟାଙ୍କମାନେ ଏବ ଋଣଗ୍ରହୀତାଙ୍କଠାରୁ ଅଧିକ ସୁଧ ଦାବି କରିବେ। ଯଦି ଜଣେ ବ୍ୟକ୍ତି ୨୦ ବର୍ଷ ପାଇଁ ୧ ଲକ୍ଷ ଟଙ୍କାର ଋଣ ୮.୫% ସୁଧ ହାରରେ ନେଉଛି, ତେବେ ତାଙ୍କୁ ମାସକୁ ଇଏମ୍‌ଆଇ ଆକାରରେ ୮୬୮ ଟଙ୍କା ଦେବାକୁ ପଡ଼ୁଛି।

ଯଦି ଏବେ ବ୍ୟାଙ୍କ ଏହି ସୁଧହାରକୁ ୮.୭୫%ରେ ପହଞ୍ଚାଇ ଦିଅନ୍ତି, ତେବେ ଇଏମ୍‌ଆଇ ୮୮୪ ଟଙ୍କାରେ ପହଞ୍ଚିବ। ସେହିପରି ସୁଧହାର ୯% ହେଲେ ଇଏମ୍‌ଆଇ ୯୦୦ ଟଙ୍କା ହୋଇଯିବ। ଫଳରେ ଏହା ଋଣ ନେଇଥିବା ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ।

ଅକ୍ଟୋବର ୨୦୧୩ ପରେ ଆର୍‌ବିଆଇ ଏପରି ଲଗାତର ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ ବୃଦ୍ଧି କରିଛି। ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇ ଯେଉଁ ସୁଧ ହାରରେ ଋଣ ଦେଇଥାଏ, ତାକୁ ରେପୋ ରେଟ୍‌ ବୋଲି କୁହାଯାଏ। ସେହିପରି ରିଭର୍ସ ରେପୋ ରେଟ୍‌ ହେଉଛି, ଯେଉଁ ସୁଧ ହାରରେ ବ୍ୟାଙ୍କ ଗୁଡ଼ିକ ଆର୍‌ବିଆଇକୁ ଲୋନ୍‌ ଦେଇଥାଆନ୍ତି ତାକୁ କୁହାଯାଏ ରିଭର୍ସ ରେପୋ ରେଟ୍।



from OdishaReporter https://ift.tt/2O2o5DU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages