
ଜୟପୁର: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଫସିଥିବା ବଲିଉଡ୍ର ଦବଙ୍ଗ ବୟ ସଲମାନ୍ ଖାନ୍ଙ୍କୁ ଆଜି ଯୋଧପୁର ସେସନ୍ସ କୋର୍ଟରୁ ଝଟ୍କା ଲାଗିଛି।
ସଲମାନ୍ ତାଙ୍କ ପ୍ରତିଟି ବିଦେଶ ଗସ୍ତ କରିବା ପୂର୍ବରୁ, କୋର୍ଟଙ୍କ ଅନୁମତି ନେବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି। ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜାମିନ୍ରେ ଥିବା ସଲ୍ମାନ୍ଙ୍କ ଆଗରେ ପୂର୍ବରୁ ମଧ୍ୟ କୋର୍ଟ ଏହି ସର୍ତ୍ତ ରଖିଥିଲେ।
କିନ୍ତୁ ଏହାକୁ ଖାରଜ କରିବାକୁ ସଲମାନ୍ ଏକ ଆବେଦନ କରିଥିଲେ। ଆଜି ଯୋଧପୁର କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ସଲ୍ମାନ୍ଙ୍କୁ ପୂର୍ବରୁ ଜାମିନ୍ ଦେଇଥିବା ବିଚାରପତି ରବୀନ୍ଦ୍ର କୁମାର ଯୋଶୀ କହିଥିଲେ, ଏହି ଅଭିନେତା ଜଣଙ୍କ ଯେତେଥର ବିଦେଶ ଗସ୍ତ କରିବେ, ସେତେଥର କୋର୍ଟଙ୍କ ଅନୁମତି ନେବେ।
ଏହା ବରୋଧରେ ସଲମାନ୍ଙ୍କ ଓକିଲ ମହେଶ ଭୋରା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସଲମାନ୍ଙ୍କ ଏହି ଆବେଦନକୁ ସରକାରୀ ଓକିଲ ପିଆର୍ ବିଷ୍ଣୋଈ ବିରୋଧ କରିଥିଲେ।
୧୯୯୮ ମସିହାରେ ‘ହମ୍ ସାଥ୍ ସାଥ୍ ହୈ’ ଫିଲ୍ମ ଶୁଟିଂ ବେଳେ ସଲମାନ୍ ରାଜସ୍ଥାନର ଯୋଧପୁର ଅନ୍ତର୍ଗତ କଙ୍କଣି ଗାଁରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାରେ କୋର୍ଟ ତାଙ୍କୁ ୫ ବର୍ଷ ଜେଲ୍ଦଣ୍ଡ ଦେଇଥିବା ବେଳେ ସେ ଏପ୍ରିଲ ୭ରେ ୨ ଦିନ ଜେଲ୍ରେ ରହିବା ପରେ ଜାମିନ୍ରେ ଖଲାସ୍ ହୋଇଥିଲେ।
from OdishaReporter https://ift.tt/2vCuazd
No comments:
Post a Comment