ଇଏ କ’ଣ ପାକିସ୍ତାନର ଶାନ୍ତି ବାର୍ତ୍ତା: ଅନୁପ୍ରବେଶ ଅପେକ୍ଷାରେ ୬୦୦ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଇଏ କ’ଣ ପାକିସ୍ତାନର ଶାନ୍ତି ବାର୍ତ୍ତା: ଅନୁପ୍ରବେଶ ଅପେକ୍ଷାରେ ୬୦୦ ଆତଙ୍କୀ

ଇସ୍‌ଲାମାବାଦ: ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କିଛି ସପ୍ତାହ ତଳେ ଭାରତ ସହ ଶାନ୍ତି ସ୍ଥାପନ ପାଇଁ ବାର୍ତ୍ତା ଦେଇଥିଲେ। କିନ୍ତୁ ପାକ୍‌ ସେନା ଏବେ ଜମ୍ମୁ-କଶ୍ମୀରରେ ହିଂସାତ୍ମକ ପରିବେଶ ସୃଷ୍ଟି କରିବାକୁ ପୁଣି ଉଦ୍ୟମ ଆରମ୍ଭ କରିଛି।

ପାକ୍‌ ସେନା ଦ୍ୱାରା ତାଲିମ୍‌ପ୍ରାପ୍ତ ୬୦୦ ଆତଙ୍କବାଦୀ ଏବେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି।

ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହି ଆତଙ୍କବାଦୀମାନେ ସୀମା ନିକଟ ବିଭିନ୍ନ ଲଞ୍ଚପ୍ୟାଡ୍‌ରେ ରହିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ରିପୋର୍ଟ ଆଜି ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ସକ୍ରିୟ ବିଭିନ୍ନ ଉଗ୍ରବାଦୀ ସଂଗଠନର ୬୦୦ ଆତଙ୍କବାଦୀଙ୍କୁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ଭାରତରେ ହମ୍‌ଲା ପାଇଁ ତାଲିମ୍‌ ଦିଆଯାଇଛି।
ଏହି ୬୦୦ ଆତଙ୍କୀଙ୍କ ମଧ୍ୟରେ ପାକ୍‌ ସେନା ଓ ପାକିସ୍ତାନ ବର୍ଡର ଆକ୍ସନ୍‌ ଟିମ୍‌(ବିଏଟି)ର କିଛି ସଦସ୍ୟ ମଧ୍ୟ ରହିଛନ୍ତି। ଏହି ବିଏଟି ସଦସ୍ୟମାନେ ହିଁ  ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ସୀମାପାର ହମ୍‌ଲା ପାଇଁ ସହଯୋଗ ଯୋଗାଇ ଦେବେ।

୨୦୧୬ରେ ଭାରତ ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଏତେ ସଂଖ୍ୟକ ଆତଙ୍କବାଦୀଙ୍କୁ ପ୍ରଥମଥର ପାଇଁ ପାକିସ୍ତାନ୍‌ ସେନା ଅନୁପ୍ରବେଶ ପାଇଁ ସ୍ୱତନ୍ତ୍ର ଭାବେ ତାଲିମ୍‌ ଦେଇଛି।

ଗୁରଜେ ସେକ୍ଟରରେ ଅନୁପ୍ରବେଶ ପାଇଁ ୬୭ ଆତଙ୍କବାଦୀ, ମାଛଲିରେ ୯୭, କେରନ୍‌ରେ ୧୧୭, ତଙ୍ଗଧର ସେକ୍ଟରରେ ୭୯, ଉରିରେ ୨୬, ରାମପୁରରେ ୨୬, ପୁଞ୍ଚ ସେକ୍ଟରରେ ୪୩, କ୍ରିଷ୍ଣା ଘାଟିରେ ୨୧, ଭୀମ୍ବେର ଗଲିରେ ୪୦ ଓ ନୌଶେରା ସେକ୍ଟରରେ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି।

 



from OdishaReporter https://ift.tt/2OE9rUc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages