ବେଡ୍‌ରୁମ୍‌ରେ କ’ଣ ପାଇଁ ଲଗାଯାଏ ରାଧା-କୃଷ୍ଣଙ୍କ ଫଟୋ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ବେଡ୍‌ରୁମ୍‌ରେ କ’ଣ ପାଇଁ ଲଗାଯାଏ ରାଧା-କୃଷ୍ଣଙ୍କ ଫଟୋ?

RADHA

ଯଦି କୌଣସି କଥାକୁ ନେଇ ସବୁବେଳେ ପାର୍ଟନର ସହ ମତାନ୍ତର ହେଉଛି। ଅଥବା ଉଭୟଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି ହେଉଛି, ତେବେ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ ଯାହା ଉଭୟଙ୍କ ମଧ୍ୟରେ ଥିବା ସମସ୍ତ ବାଦବିବାଦ ଦୂରେଇ ଦେବାରେ ସହାୟକ ହେବ।

କୁହାଯାଏ ବେଡ୍‌ରୁମ୍‌ରେ କୌଣସି ଠାକୁରଙ୍କ ଫଟୋ ଲଗାଇବା ଉଚିତ ନୁହେଁ। ଯଦି କୌଣସି ଦମ୍ପତିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥାଏ। ତେବେ  ସେମାନେ ବେଡ୍‌ରୁମ୍‌ରେ ରାଧା-କୃଷ୍ଣଙ୍କ ଫଟୋ ବା ଚିତ୍ର ଲଗାଇ ପାରିବେ। ଏଥିସହ ସନ୍ତାନ ସୁଖ ପାଇବାକୁ ଚାହୁଥିଲେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟାବସ୍ଥାର ଚିତ୍ର ବେଡ୍‌ରୁମ୍‌ରେ ଲଗାନ୍ତୁ।

ରାଧା-କୃଷ୍ଣ ପ୍ରେମର ପ୍ରତୀକ ବୋଲି କୁହାଯାଏ। ତେଣୁ ଲାଲ୍ ରଙ୍ଗର ଫ୍ରେମ୍‌ ଥିବା ରାଧା-କୃଷ୍ଣଙ୍କ ଫଟୋ ବେଡ୍‌ ରୁମ୍‌ରେ ଲଗାନ୍ତୁ। ଏହା ଫଳରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ବାଦବିବାଦ ଦୂରେଇ ଯାଇଥାଏ। ବେଡରୁମ୍‌ର କାନ୍ଥ ସମ୍ମୁଖରେ ରାଧାକୃଷ୍ଣଙ୍କ ଫଟୋ ଲଗାନ୍ତୁ। ଯାହାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଥାଏ।

ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ରାଧାକୃଷ୍ଣଙ୍କ ଫଟୋ ଦର୍ଶନ କଲେ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ। ଏହାସହିତ ଉଭୟଙ୍କ ମଧ୍ୟରେ ବିଶ୍ୱାସ ବଢ଼ିଥାଏ।

ରାଧା-କୃଷ୍ଣଙ୍କ ଫଟୋ ଏପରି ସ୍ଥାନରେ ଲଗାନ୍ତୁ ଯେପରି ସକାଳ ଓ ସନ୍ଧ୍ୟାରେ ଆପଣଙ୍କ ନଜର ତା’ ଉପରେ ରହିବ। ଅନ୍ୟପକ୍ଷରେ ରାଧା-କୃଷ୍ଣଙ୍କ ସହିତ ଗୋପୀମାନଙ୍କ  ଫଟୋ ଯେପରି ନ ରହେ, ସେଥିପ୍ରତି ଧ୍ୟାନ ରଖନ୍ତୁ।



from Odisha Reporter https://ift.tt/2MGsgcc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages