ରାଜ ପରିବାରକୁ ପ୍ରଭାବ ବିସ୍ତାର ଚିନ୍ତା, ମେଡିକାଲ୍ କଲେଜକୁ ଜେଜେବାପାଙ୍କ ନାଁରେ କରିବାକୁ ଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ରାଜ ପରିବାରକୁ ପ୍ରଭାବ ବିସ୍ତାର ଚିନ୍ତା, ମେଡିକାଲ୍ କଲେଜକୁ ଜେଜେବାପାଙ୍କ ନାଁରେ କରିବାକୁ ଚାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଏକ ପୁରୁଣା ରାଜପରିବାରକୁ ଏବେ ଟିକେଟ ଚିନ୍ତା ଘାରିଛି। ସେଥିପାଇଁ ଏହି ପରିବାରର ଜଣେ ସଦସ୍ୟ କୁଆଡ଼େ ନିଜ ଜେଜେବାପାଙ୍କ ନାଁରେ ଏକ ମେଡିକାଲ କଲେଜକୁ ନାମିତ କରିବା ନିମନ୍ତେ ନୂଆ ଚାଲ୍ ଖେଳିଥିବା ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି, ବିଜେଡି ରାଜନୀତି ସହ ଜଡ଼ିତ ଏହି ରାଜପରିବାର କୁଆଡ଼େ ଏବେ ସମଗ୍ର ଜିଲ୍ଲାରେ ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ନିଜର ଦବଦବା ବଢ଼ାଇବାକୁ ଚାହୁଁଛି। ଏଥିପାଇଁ ଜିଲ୍ଲାରେ ଉଦ୍‌ଘାଟନ ଅପେକ୍ଷାରେ ଥିବା ମେଡିକାଲ କଲେଜକୁ ନିଜ ଜେଜେବାପାଙ୍କ ନାଁରେ କରିବା ନିମନ୍ତେ କୁଆଡ଼େ ଚାପ ପକାଇଥିଲେ।

ନିର୍ବାଚନ ପୂର୍ବରୁ ଜିଲ୍ଲାରେ ବିଜେଡି ରାଜନୀତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଏହି ରାଜପରିବାର କୁଆଡ଼େ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହିଁ ବସିଥିଲା। ଏହି ପରିବାର କୁଆଡ଼େ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ କାହାକୁ ଦଳୀୟ ଟିକେଟ୍ ଦିଆଯିବ ସେନେଇ ଚୂଡ଼ାନ୍ତ ଫଇସଲା ନେବାକୁ ଚାହୁଁଥିଲା। ଏପରିକି ସେମାନଙ୍କ ପରିବାରକୁ ଏହି କ୍ଷମତା ଦେବାକୁ ତୃତୀୟ ମହଲାରେ ଲବି ମଧ୍ୟ ଚାଲିଥିଲା। ମାତ୍ର ତୃତୀୟ ମହଲା ଏହି ପରିବାରର ରାଜନୀତିକ ଦବଦବା ବୃଦ୍ଧି ଯୋଜନାକୁ ‘ଚେକ୍’ ଦେଇଛି।

ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଆଡ଼େ ଖୁବଶୀଘ୍ର ଏହି ଜିଲ୍ଲାରେ ନବନିର୍ମିତ ମେଡିକାଲ କଲେଜକୁ ଉଦଘାଟନ କରିବାକୁ ଯିବେ। ସମଗ୍ର ଓଡ଼ିଆ ଜାତିର ଚିର ନମସ୍ୟ ସନ୍ଥକବିଙ୍କ ନାଁରେ ଏହି ମେଡିକାଲ କଲେଜକୁ କୁଆଡ଼େ ନାମିତ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ମାତ୍ର ଚର୍ଚ୍ଚା ହେଉଛି, ଏହି ମେଡିକାଲ କଲେଜର ନାଁକୁ ନେଇ କୁଆଡ଼େ ଗୋଟିଏ ରାଜପରିବାରର ପୂର୍ବସୁରୀଙ୍କ ନାଁରେ ନାମିତ କରିବାକୁ ପୁରା ଜୋଶ୍‌ରେ ଲାଗିପଡ଼ିଥିଲା। ମାତ୍ର ତାହା ସମ୍ଭବପର ନହେବାରୁ ଏବେ ସେମାନେ ଦଳର ସୁପ୍ରିମୋଙ୍କ ଉପରେ ଖଡ଼ଗହସ୍ତ ହୋଇପଡ଼ିଛନ୍ତି। କିନ୍ତୁ ଆଗକୁ ନିର୍ବାଚନ ଥିବାରୁ କାଳେ ସେମାନଙ୍କ ପରିବାରକୁ ଚିରାଚରିତ ଦୁଇଟି ଟିକେଟରୁ ବଞ୍ଚିତ ହେବାକୁ ପଡ଼ିବ, ସେହି ଆଶଙ୍କାରେ କୁଆଡ଼େ ନିରବ ରହିଛନ୍ତି।



from Odisha Reporter https://ift.tt/2Nkqk5A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages