
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ଫାଇନାଲ୍ ପରୀକ୍ଷାକୁ ବାକି ଅଛି ୬ ମାସ। କିନ୍ତୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପୂର୍ବ ନିର୍ଦ୍ଧାରିତ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବାକୁ ଚିନ୍ତା କରୁଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏଥିପାଇଁ କିଛି ଅଭିଭାବକ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କମିଟି ସଦସ୍ୟ ତଥା ଡାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
୨୦୧୭ ମସିହାରେ ଆଡ୍ମିଶନ ନେଇଥିବା ଛାତ୍ରଛାତ୍ରୀ ୨୦୧୯ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ଦେବେ। ଦେଢ଼ ବର୍ଷ କାଳ ପରିଷଦ ପକ୍ଷରୁ ମିଳିଥିବା ପ୍ରଶ୍ନପତ୍ର ଢାଞ୍ଚାରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଉଛନ୍ତି। ତେଣୁ ଏହି ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରଶ୍ନପତ୍ର ଢାଞ୍ଚାରୁ ବାଦ ଦେଇ ଆସନ୍ତା ବର୍ଷରୁ ତାହା ଲାଗୁ କରିବାକୁ ଯୁକ୍ତି ରଖିଛନ୍ତି ଅଭିଭାବକ।

ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ଲାଗି ଏଯାଏ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତେବେ ସିଲାବସ୍ କମିଟି ଯାହାବି କିଛି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି, ତାହା ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିଆଯାଇଛି।
ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରଭାବିତ ହେବେନି ବୋଲି ସିଏଚ୍ଏସ୍ଇ ଉପପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି।
from OdishaReporter https://ift.tt/2vWglMe
No comments:
Post a Comment