
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଯାତ୍ରୀବାହୀ ବସ୍ ପିଟି ହୋଇଯିବା ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ଦୁର୍ଘଟଣା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାମଚନ୍ଦ୍ରପୁରଠାରେ ଘଟିଛି।
ବସ୍ଟି ଗଣିଆରୁ ଭାୟା କୋସକା ଦେଇ ନୟାଗଡ଼ ଆସୁଥିବା ବେଳେ ଗଛରେ ପିଟି ହୋଇଯାଇଥିଲା। ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖଣ୍ଡପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
from Odisha Reporter https://ift.tt/2o8NyAE
No comments:
Post a Comment