ଥମିଛି ବର୍ଷା, କମିନି ବନ୍ୟାର ପ୍ରକୋପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଥମିଛି ବର୍ଷା, କମିନି ବନ୍ୟାର ପ୍ରକୋପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ଟିକେ ଥମିଛି  ହେଲେ କମିନି ପ୍ରଳୟଙ୍କରୀ କେରଳ ବନ୍ୟାର କୋପ । ପାଣି ଘେରରେ ଲକ୍ଷ ଲକ୍ଷ ଲୋକ ଏବେ ବି ଭୋକ ଉପାସରେ ଫଶି ରହିଛନ୍ତି।

ପାଗ ଟିକେ ଖୋଲିବା ପରେ ଆଜି ଏନ୍‌ଡିଆରଏଫ୍ ଓ ସେନା ପକ୍ଷରୁ ରିଲିଫ, ଉଦ୍ଧାର କାର୍ଯ୍ୟକୁ ଜୋରଦାରର୍‌  କରାଯାଇଛି।  ପ୍ରାୟ ସାଢ଼େ ୩ ହଜାର ରିଲିଫ୍ କ୍ୟାମ୍ପରେ ୬ ଲକ୍ଷ ବନ୍ୟା ବିପନ୍ନ ଆଶ୍ରୟ ନେଇଛନ୍ତି । ସ୍ଥିତିର ମୁକାବିଲା ପାଇଁ କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ୨ ହଜାର କୋଟିର ସହାୟତା ମାଗିଛନ୍ତି । ସେପଟେ କେରଳର ବନ୍ୟା ବିଭୀଷିକାରେ ଫସିଥିବା ଓଡିଆଙ୍କ ଅବସ୍ଥା ଆହୁରି  ଶୋଚନୀୟ ହୋଇପଡ଼ିଛି।

ଜଳ ପ୍ରଳୟ ଯୋଗୁ ଜଳ,ସ୍ଥଳ ସବୁ ଏକାକାର ହୋଇଯାଇଛି। ଗାଁ, ସହର, ଧନୀ, ନିର୍ଦ୍ଦନ ସବୁ ଏକାକାର ହୋଇପଡିଛନ୍ତି। ସବୁଠି ଖାଦ୍ୟ ପାଇଁ ହାହାକାର ପଡିଛି । ୧୦ ଦିନର ଭୀଷଣ ବର୍ଷା ଥମିଛି ସତ, ହେଲେ ଦୁର୍ଦ୍ଦଶାର ଭୟାବହତାକୁ ଅଙ୍ଗେ ନିଭାଇଥିବା ଲୋକେ ଭୟଗ୍ରସ୍ତ ହୋଇ ଅଛନ୍ତି।

ବିପନ୍ନଙ୍କୁ ଏୟାର ଲିଫ୍ଟିଂ ସାଙ୍ଗକୁ ରିଲିଫ୍ ଓ ଉଦ୍ଧାର  କାର୍ଯ୍ୟରେ ଲାଗି ପଡ଼ିଛନ୍ତି ଏନ୍‌ଡିଆରଏଫ୍ ସମେତ ତିନି ସେନା। ଜୋରଦାର୍ ହୋଇଛି ଅପରେସନ୍ ‘ମଦଦ୍’। କେଉଁଠି ଭୂସ୍ଖଳନ ଯୋଗୁଁ ବନ୍ଦ ହୋଇଯାଇଥିବା ରାସ୍ତା ସଫା କରି ଦୁର୍ଗମ ଅଞ୍ଚଳକୁ ପଶିବାକୁ ଉଦ୍ୟମ ଚାଲିଛି, ତ କେଉଁଠି ବୋଟ୍ ନ ହେଲେ ହେଲିକର ଯୋଗେ ବିପନ୍ନଙ୍କୁ  ରିଲିଫ୍ କ୍ୟାମ୍ପକୁ ଅଣାଯାଉଛି । ବର୍ଷା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୫୦ ଟପି ଯାଇଥିବା ବେଳେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରଖାଯାଇଛି।

ସୂଚନାଯୋଗ୍ୟ, କେରଳ ବନ୍ୟାରେ ଏର୍ଣ୍ଣାକୁଲମ୍‌ ସହର ବି ଉବୁଟୁବୁ ହେଉଛି। ଦୁର୍ଦ୍ଦଶାରେ ସେଠାରେ ରହୁଥିବା ବହୁ ଓଡ଼ିଆ। ରାସ୍ତାଘାଟ ବୁଡ଼ି ରହିଥିବାରୁ ବେଶି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହର ଉପକଣ୍ଠ ବସ୍ତିରେ ରହୁଥିବା ଓଡ଼ିଆ।

କେରଳ ବନ୍ୟାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି  ବ୍ଲକ୍ ଏବଂ ଭଦ୍ରକ ଚାନ୍ଦବାଲି ବ୍ଲକ୍‌ର ୧୫ ଜଣ ଯୁବକ ଫଶି ରହିଛନ୍ତି।

ନିଜ ଚିକିତ୍ସା ପାଇଁ ଆମେରିକା ଯିବାର ଥିଲେ ମଧ୍ୟ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଏହାକୁ ବାତିଲ କରି ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା  କରିଛନ୍ତି । କେରଳର ଏ ଭୟଙ୍କର ବିପତ୍ତି ସମୟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଓଡ଼ିଶା ଅଗ୍ନିଶମ ବିଭାଗର ୨୪୦ ଜଣିଆ ଟିମ୍ ବନ୍ୟା ବିଧ୍ୱସ୍ତ ଆଲାପୁଜା ଓ କୋଟାୟମ୍ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଅଗ୍ନିଶମ ଡିଜି ବି.କେ. ଶର୍ମା  ସୂଚନା ଦେଇଛନ୍ତି।



from Odisha Reporter https://ift.tt/2BsTI88

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages