ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ୍‌ ୧୬୧ରେ ଅଲ୍‌ଆଉଟ୍, ଟିମ୍ ଇଣ୍ଡିଆ ୧୬୮ ରନ୍‌ରେ ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ୍‌ ୧୬୧ରେ ଅଲ୍‌ଆଉଟ୍, ଟିମ୍ ଇଣ୍ଡିଆ ୧୬୮ ରନ୍‌ରେ ଆଗୁଆ

ଓଡ଼ିଶା ରିପୋର୍ଟର୍: ଟ୍ରେଣ୍ଟ୍ ବ୍ରିଜ୍‌ର ନଟିଂହାମ୍‌ରେ ଘରୋଇ ଇଂଲଣ୍ଡ ଦଳ ଉପରେ ଭାରୀ ପଡ଼ିଛନ୍ତି ଭାରତୀୟ ବୋଲର୍‌। ସମାଲୋଚକଙ୍କ ମୁହଁ ବନ୍ଦ କରିଦେବା ଭଳି ପ୍ରଦର୍ଶନ କରି ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ୍ ପାଣ୍ଡ୍ୟା ଇଂଲଣ୍ଡର ପ୍ରଥମ ଇନିଂସ୍‌ରେ ୫ଟି ୱିକେଟ୍ ଦଖଲ କରିଛନ୍ତି।

ସେହିଭଳି ଇଶାନ୍ତ ଶର୍ମା ଓ ଯଶ୍‌ପ୍ରୀତ୍ ବୁମ୍ରା ପ୍ରତ୍ୟେକ ଦୁଇଟି ଲେଖାଏ ଓ ମହମ୍ମଦ ସାମି ଗୋଟିଏ ୱିକେଟ୍ ଅକ୍ତିଆର୍ କରି ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର୍‌କୁ ୧୬୧ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଛନ୍ତି।

ପୂର୍ବରୁ ପ୍ରଥମ ଇନିଂସ୍‌ରେ ୩୨୯ ରନ୍‌ କରିଥିବା ଟିମ୍ ଇଣ୍ଡିଆ ଏବେ ଘରୋଇ ଦଳଠାରୁ ୧୬୮ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ନେଇଛି।

ତୃତୀୟ ଟେଷ୍ଟ୍‌ର ଦ୍ୱିତୀୟ ଦିନ ଭାରତ ୩୦୭/୬ ରୁ ଖେଳ ଆରମ୍ଭ କରି ଏଥିରେ ମାତ୍ର ୨୨ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଲଞ୍ଚ୍ ପୂର୍ବରୁ ବ୍ୟାଟିଂ ସୁଯୋଗ ପାଇଥିବା ଘରୋଇ ଦଳ ପ୍ରଥମ ଇନିଂସରେ ଭଲ ଆରମ୍ଭ କରିଥିଲା।

ତେବେ ଲଞ୍ଚ୍‌ ପରେ ଇଂଲିଶ୍ ଦଳର ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ ଟିମ୍ ଇଣ୍ଡିଆର ପେସ୍‌ବାହିନୀ। ଇଂଲଣ୍ଡର ନିର୍ଭରଯୋଗ୍ୟ କୁକ୍ ୨୯ ରନ୍ କରି କ୍ରିଜ୍‌ରେ ଜମି ଆସୁଥିବାବେଳେ ତାଙ୍କୁ ପଦାର୍ପଣକାରୀ ୱିକେଟ୍‌ କିପର୍ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଦିଲ୍ଲୀ ସ୍ପିଡ୍ ଷ୍ଟାର୍‌ ଇଶାନ୍ତ ଶର୍ମା ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ। ଏହାର ପର ଓଭର୍‌ରେ ଦଳକୁ ଫେରିଥିବା ଯଶ୍‌ପ୍ରୀତ୍ ବୁମ୍ରା ଅନ୍ୟତମ ଓପନର୍ ଜେନିଙ୍ଗ୍‌ସଙ୍କୁ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ।

୫୪ ରନ୍‌ରେ ଲଗାତର ଦୁଇଟି ୱିକେଟ୍ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟରେ ପଡ଼ିଥିବା ଇଂଲଣ୍ଡ୍ ଦଳ ପାଇଁ ପରେ ଘାତକ ସାଜିଥିଲେ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା।

ଅଧିନାୟକ ରୁଟ୍ ଓ ଇନ୍‌ ଫର୍ମ ବେୟାର୍‌ଷ୍ଟୋଙ୍କ ୱିକେଟ୍ ସମେତ ପାଣ୍ଡ୍ୟା ସମୁଦାୟ ୫ଟି ୱିକେଟ୍‌ ନେବା ସହ ୬ ଓଭର୍‌ରେ ଗୋଟିଏ ମେଡେନ୍ ସହ ୨୮ ରନ୍‌ର ଚମତ୍କାର ବୋଲିଂ ଫିଗର୍ ମଧ୍ୟ ପାଇଥିଲେ।

ନିୟମିତ ୱିକେଟ୍ ପଡ଼ିବା ଜାରି ରହିଥିବାବେଳେ ଜୋସ୍ ବଟଲର୍‌ ଶେଷବେଳକୁ ସଂକ୍ଷିପ୍ତ ଅଥଚ ବିସ୍ପୋରକ ୩୯ ରନ୍‌ ( ୩୨ ବଲ୍‌, ୩ ଚୌକା ଓ ୨ ଛକା)ର ପାଳି ଖେଳିଥିଲେ ହେଁ ଏହା ଯଥେଷ୍ଟ ନଥିଲା। ବଟଲର୍‌ଙ୍କ ୱିକେଟ୍ ଶେଷରେ ବୁମ୍ରା ଅକ୍ତିଆର୍ କରିଥିଲେ।

ଗତ ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରେ ଦୟନୀୟ ପ୍ରଦର୍ଶନ କରି ବିରାଟ୍‌ ବାହିନୀ ୫ଟିକିଆ ସିରିଜ୍‌ରେ ୦-୨ରେ ପଛୁଆ ଥିବାବେଳେ ନଟିଂହାମ୍‌ ଟେଷ୍ଟ୍ ମ୍ୟାଚ୍‌ ଭାରତୀୟ ଦଳ ଲାଗି ସିରିଜ୍‌କୁ ଫେରିବା ପାଇଁ  ‘କର ବା ମର’ ସଂଗ୍ରାମ ସଦୃଶ ହୋଇଛି।

 



from Odisha Reporter https://ift.tt/2nRzP0S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages