ବିଦେଶରେ ମଧ୍ୟ କରୁଣାନିଧିଙ୍କ ପାଇଁ ଶୋକର ଲହରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ବିଦେଶରେ ମଧ୍ୟ କରୁଣାନିଧିଙ୍କ ପାଇଁ ଶୋକର ଲହରୀ

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ୫ ଥରର ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଭାରତ ବାହାରେ ମଧ୍ୟ କରୁଣାନିଧିଙ୍କ ନିଧନରେ ବହୁ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି।

ପୂର୍ବରୁ ବିଦେଶରେ କେବେ ହେଲେ ଭାରତର କୌଣସି ରାଜନେତାଙ୍କ ପାଇଁ ଏଭଳି ଶୋକ ପ୍ରକାଶ କରାଯାଇ ନଥିଲା।

କରୁଣାନିଧିଙ୍କ ଦେହାନ୍ତ ଖବର ପାଇ ପଡ଼ୋଶୀ ଶ୍ରୀଲଙ୍କାରେ ଶୋକର ଲହରୀ ଖେଳିଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ୍‌ ସିର୍‌ସେନା ଓ ପୂର୍ବତନ ରାଷ୍ଟ୍ରପତି ମହେନ୍ଦ୍ର ରାଜପାକ୍ଷେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ସିର୍‌ସେନା ଟ୍ୱିଟ୍‌ କରି କରି କହିଛନ୍ତି, “ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ରାଜନେତା ଏମ୍‌ କରୁଣାନିଧିଙ୍କ ଦେହାନ୍ତରେ ମୁଁ ବହୁତ ଦୁଃଖ ଅନୁଭବ କରୁଛି। କରୁଣାନିଧିଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି।”

ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମାସିଙ୍ଘେ ଡିଏମ୍‌କେର କାର୍ଯ୍ୟକାରୀ ସଭାପତି ତଥା ତାଙ୍କ ପୁଅ ଏମ୍‌.କେ. ଷ୍ଟାଲିନ୍‌ଙ୍କ ସହ କଥା ହୋଇଥିବା କହିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ରାଜ୍‌ପାକ୍ଷେ ଟ୍ୱିଟ୍‌ ଯୋଗେ କହିଛନ୍ତି- “ତାମିଲନାଡୁ ରାଜନୀତି ଓ ସିନେମା ପାଇଁ କରୁଣାନିଧିଙ୍କ ଅବଦାନ ଅପୂରଣୀୟ। ଶ୍ରୀଲଙ୍କାରେ କୋଟିକୋଟି ଲୋକ ତାଙ୍କ ମୃତ୍ୟୁରେ ଗଭୀର ଭାବେ ମର୍ମାହତ। ସମସ୍ତଙ୍କ ତରଫରୁ ମୁଁ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି।”

ଶ୍ରୀଲଙ୍କାର ପ୍ରମୁଖ ରାଜନୀତିକ ଦଳ ଶ୍ରୀଲଙ୍କା ମୁସଲିମ୍‌ କଂଗ୍ରେସ ପକ୍ଷରୁ ମଧ୍ୟ କରୁଣାନିଧିଙ୍କ ପାଇଁ ଶୋକ ପ୍ରକାଶ କରାଯାଇଛି।



from OdishaReporter https://ift.tt/2OlgbFD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages