ଓଡ଼ିଶା ସହ କେତେ ଜଡ଼ିତ ଥିଲା ହବିବୁର୍‌, ଦିଲ୍ଲୀ ଯାଇ ଖୋଳତାଡ଼ କରିବ ଏସ୍‌ଟିଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଓଡ଼ିଶା ସହ କେତେ ଜଡ଼ିତ ଥିଲା ହବିବୁର୍‌, ଦିଲ୍ଲୀ ଯାଇ ଖୋଳତାଡ଼ କରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆତଙ୍କବାଦୀ ଲିଙ୍କରେ ଗିରଫ କେନ୍ଦ୍ରାପଡ଼ାର ହବିବୁର ରେହମାନ୍‌ର ଓଡ଼ିଶା ସହିତ ସମ୍ପର୍କର ହେବ ଖୋଳତାଡ଼। ଏଥିପାଇଁ ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ଏକ ଟିମ୍‌। କ୍ରାଇମବ୍ରାଞ୍ଚ DIG ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀ ଯିବ। ଏନ୍‌ଏଆଇଠାରୁ ଅନୁମତି ନେଇ ହବିବୁରକୁ ଜେରା କରିବ ଏସ୍‌ଟିଏଫ୍‌।

ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ହ୍ୟାଣ୍ଡଲର୍‌ ଭାବେ କାମ କରୁଥିବା ହବିବୁର୍‌ ଓଡ଼ିଶା ସହ କିଭଳି ଲିଙ୍କ୍ ରଖିଥିଲା କ୍ରାଇମବ୍ରାଞ୍ଚ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ।

ହବିବୁର୍‌ ତା’ର ସହଯୋଗୀ ସେଖ୍ ଅବଦୁଲ୍‌ ନୈମ୍‌କୁ କଟକରେ ରଖି କିଭଳି ବ୍ୟବହାର କରୁଥିଲା, ସେ ନେଇ ମଧ୍ୟ ଜେରା କରାଯିବ। ଅବଦୁଲ ନୈମ୍‌କୁ ହବିବୁର୍‌ ଛଦ୍ମନାମରେ ରଖିଥିବା ନେଇ ଏସଟିଏଫ୍ ସନ୍ଦେହ କରୁଛି। ଆତଙ୍କବାଦୀ ନୈମକୁ କେତେଥର ଓଡ଼ିଶା ଆଣିଛି ସେ ନେଇ ମଧ୍ୟ ତଦନ୍ତ ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ହବିବୁର ରେହମାନ୍‌ ଓରଫ୍ ହବିବ୍‌ ସାଉଦି ଆରବରୁ ଦିଲ୍ଲୀ ଆସୁଥିବା ବେଳେ ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ସୋମବାର ଗିରଫ କରିଥିଲା ଏନ୍‌ଆଇଏ। ହବିବ୍‌ ନାଁରେ ପୂର୍ବରୁ ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ପକ୍ଷରୁ ଜାମିନ୍‌ ବିହିନ ଗିରଫ ପରୱାନା ଜାରି କରାଯାଇଥିଲା।

 



from OdishaReporter https://ift.tt/2Om0VbB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages