ଆସନ୍ତାକାଲି ଦଳିତଙ୍କ ଭାରତ ବନ୍ଦ ଡାକରା, ଅଂଶ ଗ୍ରହଣ ନ କରିବାକୁ ସରକାରଙ୍କ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଆସନ୍ତାକାଲି ଦଳିତଙ୍କ ଭାରତ ବନ୍ଦ ଡାକରା, ଅଂଶ ଗ୍ରହଣ ନ କରିବାକୁ ସରକାରଙ୍କ ନିବେଦନ

ନୂଆଦିଲ୍ଲୀ: ଅନୁସୂଚିତ ଜାତି/ଅନୁସୁଚିତ ଜନଜାତି ଆଇନ୍‌କୁ ଦୁର୍ବଳ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଆସନ୍ତାକାଲି ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।

ସର୍ବଭାରତୀୟ ଆମ୍ବେଦକର ମହାସଭା(ଏଆଇଏମ୍‌) ବ୍ୟାନ୍‌ର ତଳେ ଏହି ବନ୍ଦ ଡାକରା ଦିଆଯାଇଛି। ସୁପ୍ରିମକୋର୍ଟ ମାର୍ଚ୍ଚ ୨୦ରେ ଏସ୍‌ସି/ଏସ୍‌ଟି ଆଇନ୍‌ରେ କେତେକ ପରିବର୍ତ୍ତନ ପାଇଁ ରୁଲିଂ ଦେଇଥିଲେ। ଏଭଳି ରୁଲିଂ ଦ୍ୱାରା ଏସ୍‌ସି/ଏସ୍‌ଟି ଆଇନ୍ ଦୁର୍ବଳ ହୋଇଯିବ ବୋଲି ଦଳିତ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି।

ତେବେ ସରକାର ଦଳିତ ସଂପ୍ରଦାୟର ଅଧିକାର ପାଇଁ ଯତ୍ନବାନ ଅଛନ୍ତି। ତେଣୁ ଆସନ୍ତାକାଲିର ଭାରତ ବନ୍ଦ ଡାକରାରେ ସାଧାରଣ ଲୋକ ସାମିଲ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ  ନିବେଦନ କରିଛନ୍ତି।

ନିକଟରେ କେନ୍ଦ୍ର ସରକାର ଏସ୍‌ସି/ଏସ୍‌ଟି ସଂଶୋଧନ୍‌ ବିଲ୍‌ ଲୋକସଭାରେ ଆଗତ କରିଥିଲେ। ସର୍ବସମ୍ମତିକ୍ରମେ ଏହା ଲୋକସଭାରେ ପାସ୍‌ ହୋଇଛି।

ସୁପ୍ରିମକୋର୍ଟ ଯେଉଁ ରୁଲିଂ ଦେଇଥିଲେ, ତା’ ବିରୋଧରେ ଯାଇ କେନ୍ଦ୍ର ସରକାର ଏହି ବିଲ୍‌ ଆଗତ କରିଛନ୍ତି। ପୂର୍ବରୁ ଏସ୍‌ସି/ ଏସ୍‌ଟି ଆଇନ୍‌ରେ ଯେଉଁ ବ୍ୟବସ୍ଥା ଥିଲା, ଏବେ  ସେହି ବ୍ୟବସ୍ଥା ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଲ୍‌ରେ ଉଲ୍ଲେଖ କରାଯାଇଛି।

ଏଥିସହ ଏନ୍‌ସିବିସିକୁ ସାମ୍ବିଧାନିକ ମାନ୍ୟତା ଦେବା ଦିଗରେ କେନ୍ଦ୍ର ସରକାର ଅନ୍ୟ ଏକ ବିଲ୍‌ ମଧ୍ୟ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ୍‌ କରାଇଛନ୍ତି।

ଆଜି ଶ୍ରୀ ଅଠୱାଲେ କହିଛନ୍ତି, ଉପରୋକ୍ତ ଦୁଇଟି ବିଲ୍‌ ଏକ ଐତିହାସିକ ପଦକ୍ଷେପ। କେନ୍ଦ୍ର ସରକାର ଦଳିତଙ୍କ ପାଇଁ କାର୍ଯ୍ୟ କରୁଥିବା ବେଳେ ବିରୋଧୀ କେବଳ ଭୁଲ ତଥ୍ୟ ଦେଇ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।

ସୁପ୍ରିମକୋର୍ଟ ମାର୍ଚ୍ଚ ୨୦ରେ ଏସ୍‌ସି/ଏସ୍‌ଟି ଆଇନ୍‌ରେ କେତେକ ପରିବର୍ତ୍ତନ ପାଇଁ ରାୟ ଦେବା ସହ ମାମଲାର ତର୍ଜମା କରିବା ପରେ ଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଥିଲେ।



from OdishaReporter https://ift.tt/2ONkfj0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages