କରୁଣାନିଧି ଓ କଳା ଚଷମାର ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

କରୁଣାନିଧି ଓ କଳା ଚଷମାର ରହସ୍ୟ

karuna1

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌. କରୁଣାନିଧିଙ୍କର ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି।

କେନ୍ଦ୍ର ସରକାର ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବା ବେଳେ ତାମିଲନାଡ଼ୁ ସରକାର ୭ ଦିନ ଶୋକ ଘୋଷଣା କରିଛନ୍ତି।

କଳାକାରରୁ ରାଜନେତା ହୋଇ ପ୍ରତିଷ୍ଠା ଅର୍ଜନ କରିଥିବା କରୁଣାନିଧିଙ୍କ ସମ୍ପର୍କରେ ସମସ୍ତଙ୍କର ଜାଣିବାକୁ ଜିଜ୍ଞାସା ରହିଥାଏ। କରୁଣାନିଧିଙ୍କୁ ସବୁବେଳେ କଳା ଚଷମା ପିନ୍ଧିଥିବା ଦେଖିବାକୁ ମିଳିଥାଏ।

ଦୀର୍ଘ ୫୦ ବର୍ଷ ହେଲା ସେ ଏପରି କଳା ଚଷମା ପିନ୍ଧି ଆସୁଛନ୍ତି। ତେବେ ଆସନ୍ତୁ ଜାଣିବା କରୁଣାନିଧି ଓ ତାଙ୍କ କଳା ଚଷମାର କାହାଣୀ।

୧୯୬୦ ଦଶକରେ କରୁଣାନିଧି କଳା ଚଷମା ପିନ୍ଧିବା ଆରମ୍ଭ କରିଥିଲେ। ଏକ ଦୁର୍ଘଟଣାରେ ତାଙ୍କ ଆଖି ଉପରେ ପ୍ରଭାବ ପଡ଼ିଥିଲା। ଏହାପରେ ମୋଟା ଫ୍ରେମ୍‌ର କଳା ଚଷମା ତାଙ୍କ ଷ୍ଟାଇଲ୍‌ରେ ସାମିଲ ହୋଇଯାଇଥିଲା।

k1

୪୦ ଦିନ ଖୋଜିବା ପରେ ମିଳିଥିଲା ମନପସନ୍ଦର ଫ୍ରେମ୍‌

ଗତବର୍ଷ ଡାକ୍ତର କରୁଣାନିଧିଙ୍କୁ ତାଙ୍କ ଚଷମାର ଫ୍ରେମ୍‌ ବଦଳାଇ ଦେବାକୁ ପରାମର୍ଶ ଦେଇଥିଲେ। ଏହାପରେ ସାରା ଦେଶରେ ତାଙ୍କୁ ଭଲ ଲାଗିବା ପରି ଫ୍ରେମ୍‌ ଖୋଜା ଆରମ୍ଭ ହୋଇଯାଇଥିଲା। ୪୦ ଦିନ ଖୋଜାଯିବା ପରେ ଗୋଟିଏ ଫ୍ରେମ୍‌ ତାଙ୍କୁ ଆରାମଦାୟକ ଲାଗିଥିଲା। ଯାହାକୁ ଜର୍ମାନୀରୁ ତାଙ୍କ ପାଇଁ ମଗାଯାଇଥିଲା।

ଜର୍ମାନୀରୁ ଏହାକୁ ଚେନ୍ନାଇର ‘ବିଜୟା ଅପ୍ଟିକାଲ୍‌’ ମଗାଇଥିଲା। ଏହାର ଫ୍ରେମ୍‌ ବହୁତ ହାଲକା ଥିଲା।

karunanidhi

ସୂଚନାଯୋଗ୍ୟ, ଡାକ୍ତରଙ୍କ ପରାମର୍ଶ ମାନି ଦୀର୍ଘ ବର୍ଷ ପରେ କରୁଣାନିଧି ନିଜ ଚଷମା ବଦଳାଇଥିଲେ।

ଗତ ଏକବର୍ଷ ହେବ ସେ ବହୁତ ବେମାର ରହୁଥିଲେ। ଏହି କାରଣରୁ ସେ ବାହାରକୁ ବେଶି ଆସୁ ନଥିବାରୁ ଚଷମା ବ୍ୟବହାର କମ୍‌ କରୁଥିଲେ। ଏଥିପାଇଁ ସେ ଚଷମା ବଦଳାଇବାକୁ ସହଜରେ ରାଜି ହୋଇଯାଇଥିଲେ।

ମଜାଦାର କଥା ହେଲା, କରୁଣାନିଧିଙ୍କ ବନ୍ଧୁରୁ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ଏମ୍‌ଜିଆର୍‌ ମଧ୍ୟ କଳା ଚଷମା ପିନ୍ଧୁଥିଲେ। ଏପରିକି କଳା ଚଷମା ଓ ଟୋପି ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ରାଜନୀତିର ଏହି ଦୁଇ ପ୍ରତିଷ୍ଠିତ ବ୍ୟକ୍ତି କରୁଣାନିଧି ଏବଂ ଏମ୍‌ଜିଆର୍‌ ଦକ୍ଷିଣ ଭାରତରେ କଳା ଚଷମାକୁ ଫ୍ୟାଶନରେ ପରିଣତ କରିଦେଇଥିଲେ।



from OdishaReporter https://ift.tt/2vPabNR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages