
ଇସଲମାବାଦ୍(ଓଡ଼ିଶା ରିପୋର୍ଟର୍): ଇସ୍ଲାମ୍ ଧର୍ମର ସବୁଠାରୁ ପବିତ୍ର ପୀଠ ସାଉଦି ଆରବର ମକ୍କାକୁ ଯାଇଥିବା ୪୨ ଜଣ ପାକିସ୍ତାନୀ ହଜ୍ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ପାକିସ୍ତାନ୍ ଧାର୍ମିକ ବ୍ୟାପାର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଏହି ସମସ୍ତ ୪୨ ଯାତ୍ରୀଙ୍କର ଭିନ୍ନ ଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୧୨ ଜଣ ମହିଳା ଅଛନ୍ତି। ସମସ୍ତଙ୍କ ବୟସ ୪୦ରୁ ୮୦ ବର୍ଷ ରହିଛି।
ପାକ୍ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅତ୍ୟଧିକ ଗରମ ଓ ଅଣନିଃଶ୍ୱାସୀ ଅନୁଭବ ଯୋଗୁ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ହୋଇଛି।
ପ୍ରତି ବର୍ଷ ବିଶ୍ୱର କୋଣ ଅନୁକୋଣରୁ କୋଟି କୋଟି ସଂଖ୍ୟାରେ ମୁସଲମାନ୍ମାନେ ହଜ୍ ଯାତ୍ରା ପାଇଁ ମକ୍କା ଯାଆନ୍ତି। ଚଳିତ ବର୍ଷ ପାକିସ୍ତାନ୍ରୁ ୧ଲକ୍ଷ ୮୪ ହଜାର ୨୧୦ଲୋକ ହଜ୍ ଯାତ୍ରାରେ ସାଉଦି ଆରବ ଯାଇଛନ୍ତି।
from Odisha Reporter https://ift.tt/2BS5CIY
No comments:
Post a Comment