୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଏନ୍‌ଡିଏ ପାଇଁ ଏସିଡ୍‌ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଏନ୍‌ଡିଏ ପାଇଁ ଏସିଡ୍‌ ଟେଷ୍ଟ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ଅଗଷ୍ଟ ୯ରେ ନିର୍ବାଚନ ହେବ। ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୮ ମଧ୍ୟାହ୍ଣ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିବେ। ଅଗଷ୍ଟ ୯ ତାରିଖ ଦିନ ୧୧ଟାରେ ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ଗ୍ରହଣ ହେବ। ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସଂସଦର ଉଚ୍ଚସଦନରେ ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ପିଜେ କ୍ୟୁରିଏନ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ଜୁଲାଇ ମାସରୁ ଶେଷ ହୋଇଥିବାରୁ ଏହି ପଦବୀ ଖାଲି ପଡ଼ିଥିଲା।

ସେ କଂଗ୍ରେସ୍‌ ଟିକେଟ୍‌ରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସଂସଦ ଉଚ୍ଚସଦନର ଉପାଧ୍ୟକ୍ଷ ହୋଇଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ପ୍ରାର୍ଥୀ ଦେବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ତୃଣମୂଳ କଂଗ୍ରେସ ବା ଏନ୍‌ସିପି ଭଳି ଦଳର କୌଣସି ନେତାଙ୍କୁ ବିରୋଧୀ ମିଳିତ ପ୍ରାର୍ଥୀ କରିପାରନ୍ତି। ତେବେ ଖୁବ୍‌ଶୀଘ୍ର ବିରୋଧୀ ଦଳଗୁଡ଼ିକ ଏକାଠି ବୈଠକ କରି ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରିବେ ବୋଲି ଜଣାପଡ଼ିଛି।

୨୦୧୯ରେ ମୋଦି ସରକାରଙ୍କ ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଯେଉଁ ଦଳ ପାଇଁ ଉଦ୍ୟମ କରୁଛନ୍ତି, ସେମାନଙ୍କ ପାଇଁ ଏହି ନିର୍ବାଚନ ସେମିଫାଇନାଲ୍‌ ସଦୃଶ। କାରଣ ଏହି ନିର୍ବାଚନରେ ହିଁ ଅଣବିଜେପି ଦଳଗୁଡ଼ିକ କେତେ ଏକଜୁଟ୍‌ ଅଛନ୍ତି, ତାହା ସ୍ପଷ୍ଟ କରିବ।

ଅନ୍ୟପକ୍ଷରେ ବିରୋଧୀଙ୍କୁ ମାତ୍‌ ଦେବାକୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବରିଷ୍ଠ ସାମ୍ବାଦିକ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ କରିବେ ବୋଲି ଜଣାପଡ଼ିଛି।

ଯେହେତୁ ଏବେ ବିଜେପି ଓ ଜେଡିୟୁ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି, ତେଣୁ ଏହାକୁ ପ୍ରଶମିତ କରିବା ପାଇଁ ବିଜେପି ଜେଡିୟୁ ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ସମ୍ମୁଖୀନ ହେବା ପୂର୍ବରୁ ସଂସଦର ଉଚ୍ଚସଦନରେ ଉପାଧ୍ୟକ୍ଷ ଚୌକି ହାସଲ କରିବା ବିଜେପି ପାଇଁ ଏକ ଏସିଡ୍‌ ଟେଷ୍ଟ୍‌ ହୋଇଥିବା କୁହାଯାଉଛି।

ରାଜ୍ୟସଭାରେ ମୋଟ୍‌ ଆସନ ସଂଖ୍ୟା ୨୪୫। କିନ୍ତୁ ବର୍ତ୍ତମାନ ଗୋଟିଏ ଆସନ ଖାଲି ପଡ଼ିଛି। ଏହି ୨୪୪ଟି ଆସନରୁ ବିଜେପି ପାଖରେ ୭୩, ଜେଡିୟୁ ୬, ଅକାଳୀ ଦଳ ୩, ଏସ୍‌ଏସ୍‌ ୩, ବିପିଏଫ୍‌ ୧, ଏନ୍‌ପିଏଫ୍‌ ୧, ଆର୍‌ପିଆଇ(ଏ) ୧, ଏସ୍‌ଡିଏଫ୍‌ ୧ଟି ଆସନ ରହିଛି। ଅଣ ବିଜେପି ଦଳଗୁଡ଼ିକ ପାଖରେ ୧୫୮ ଜଣ ସାଂସଦ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପାଖରେ ୬୬ଟି ଆସନ ରହିଛି। ୪ ଜଣ ମନୋନୀତ ସଭ୍ୟ ଥିବା ବେଳେ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି।



from OdishaReporter https://ift.tt/2OcgaE8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages