
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଘଟଣାରେ ମେଡିକାଲ କଲେଜ ମୁଖ୍ୟ ଗିରଫ ହୋଇଛନ୍ତି। କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କଲେଜ ମ୍ୟାନେଜିଂ ଟ୍ରଷ୍ଟି ଏ. ଜନ୍ସେଲ୍ ରାଜାଙ୍କୁ ତାମିଲନାଡ଼ୁ ନଗର କୋଏଲ୍ରୁ ଗିରଫ କରାଯାଇଛି। ଜନ୍ସେଲ୍ ସେଲ୍ଭାମ୍ ଏଜୁକେସନାଲ ଚାରିଟେବଲ୍ ଟ୍ରଷ୍ଟ ମୁଖ୍ୟ ଥିଲେ। ଗିରଫ ପରେ ଜନ୍ସେଲ୍ଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି ଇଓଡବ୍ଲ୍ୟୁ।
୨୦୧୩ -୧୪ ଓ ୨୦୧୪-୧୫ ଶିକ୍ଷାବର୍ଷରେ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମ ଲାଗି ଏମ୍ସିଆଇର ଅନୁମତି ପାଇଥିଲା। ତେବେ କଲେଜରେ କୌଣସି ଭିତ୍ତିଭୂମି ନଥିବା କଥାକୁ ଲୁଚାଇଥିଲେ କର୍ତ୍ତୃପକ୍ଷ। ଏପରିକି ମିଥ୍ୟା କାଗଜପତ୍ର ଓ ତଥ୍ୟ ଦେଇ ଜନ୍ସେଲ୍ ଏମ୍ସିଆଇ କର୍ତ୍ତୃପକ୍ଷଙ୍କୁ ଅନ୍ଧାରରେ ରଖିଥିଲେ। ଫଳରେ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ ଏମ୍ସିଆଇ ପକ୍ଷରୁ କଲେଜକୁ ଅନୁମତି ମିଳିନଥିଲା।
ସେପଟେ ତୃତୀୟ ବର୍ଷ ପାଇଁ ଅନୁମତି ମିଳିବ ନାହିଁ ବୋଲି ଜାଣିବା ପରେ ମଧ୍ୟ ଜନ୍ସେଲ୍ ପିଲାଙ୍କଠାରୁ କ୍ୟାପିଟେସନ୍ ଫି ଓ କସନ ମନି ବାବଦକୁ ବିପୁଳ ପରିମାଣର ଅର୍ଥ ଆଦାୟ କରିଥିଲେ। ପରେ ସେ କଲେଜ ବନ୍ଦ କରିଦେବା ସହ ଅର୍ଥକୁ ମଧ୍ୟ ତୋଷାରପାତ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ୧୨୪ ଡାକ୍ତରୀଙ୍କ ଛାତ୍ରଛାତ୍ରୀ ଭାଗ୍ୟ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା।
from OdishaReporter https://ift.tt/2n6Vcef
No comments:
Post a Comment