ପୂର୍ବତନ ଶିକ୍ଷା ମନ୍ତ୍ରୀ, ସାହିତ୍ୟିକ ଯଦୁନାଥ ଦାଶ ମହାପାତ୍ରଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ପୂର୍ବତନ ଶିକ୍ଷା ମନ୍ତ୍ରୀ, ସାହିତ୍ୟିକ ଯଦୁନାଥ ଦାଶ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଶିକ୍ଷା ଓ ଅର୍ଥ ମନ୍ତ୍ରୀ ତଥା ପ୍ରଖ୍ୟାତ ନାଟ୍ୟକାର ଯଦୁନାଥ ଦାଶ ମହାପାତ୍ର ଆଉ ନାହାନ୍ତି।

ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଯଦୁନାଥଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବାଲେଶ୍ୱର ଜିଲା ସୋର ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ସେ ନିର୍ବାଚନ ଲଢି ୩ ଥର ବିଧାୟକ ହୋଇଥିଲେ। ଶ୍ରୀମତି ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଲରେ ଯଦୁନାଥ ଶିକ୍ଷାମନ୍ତ୍ରୀ ଥିଲେ।

ରାଜନୀତି ବ୍ୟତୀତ ସେ ଜଣେ ଜଣାଶୁଣା କବି ତଥା ନାଟ୍ୟକାର ଥିଲେ। ୧୯୨୯ ମସିହା ମାର୍ଚ୍ଚ ୧ ତାରିଖରେ ବାଲେଶ୍ୱରରେ ଜନ୍ମିତ ଯଦୁନାଥ ଅନେକ ନାଟକ, ଉପନ୍ୟାସ ଓ କବିତା ରଚନା କରିଛନ୍ତି। ଗ୍ରାମ୍ୟ ନଦୀର ତୀରେ, ବିଭୀଷିକା, ପରଶମଣି, ସୂର୍ଯ୍ୟମନ୍ଦିର, ସଂଗ୍ରାମ, ଭୁଲି ହୁଏନା, କ୍ଷମା କରିବେ କି, ସେତୁବନ୍ଧ ଆଦି ଲୋକପ୍ରିୟ ନାଟକ ହେଉଛି ଶ୍ରୀ ଦାସଙ୍କ ଅନନ୍ୟ ସାହିତ୍ୟ କୃତି।

ମୃତ୍ୟୁ ବେଳକୁ ସେ ରାଜନୀତିରେ ସକ୍ରିୟ ନ ଥିଲେ।

ବହୁ ବିଶିଷ୍ଟ ନେତା ଓ ସାହିତ୍ୟିକ ତାଙ୍କ ବିଯୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, କେବଳ ରାଜନୀତି ନୁହେଁ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଯଦୁନାଥଙ୍କ ମୃତ୍ୟୁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିବ।

ଅଳ୍ପରେ ଯଦୁନାଥ

ଜନ୍ମ- ୧୯୨୯ ମାର୍ଚ୍ଚ ପହିଲା

ଶିକ୍ଷା- ସ୍ନାତକୋତ୍ତର, ଆଇନ୍‌

ରାଜନୈତିକ ଜୀବନ- କୋଲକତାରେ ଉତ୍କଳ ଛାତ୍ରସଂଘ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଯଦୁନାଥ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅର୍ଥ, ଶିକ୍ଷା, ପର୍ଯ୍ୟଟନ, କ୍ରିଡା ଆଦି ବିଭାଗର ମନ୍ତ୍ରୀପଦ ତୁଲାଇଛନ୍ତି।

ସାହିତ୍ୟ- ୭୦ ପୁସ୍ତକ ରଚନା କରିଥିବା ଯଦୁନାଥ ‘ଅଥବା ଅନ୍ଧାର’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି।

 



from Odisha Reporter https://ift.tt/2w0KISD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages