ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସଦସ୍ୟ ଚୟନରେ ରାଜନୀତି, କମିଟିରେ ସ୍ଥାନ ପାଇଲେନି ବରିଷ୍ଠ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସଦସ୍ୟ ଚୟନରେ ରାଜନୀତି, କମିଟିରେ ସ୍ଥାନ ପାଇଲେନି ବରିଷ୍ଠ ନେତା

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ରାଜ୍ୟ ସରକାର ୨ଜଣ ଏମ୍ପି ଓ ୧୧ଜଣ ଏମ୍ଏଲଏଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି।ତେବେ ସଦସ୍ୟ ଚୟନ ପଛରେ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ରାଜନୀତିକ  ଉଦ୍ଦେଶ୍ୟର ଆଭାସ ମିଳିଛି।
ଆଜି ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପରିଷଦରେ ୨ଜଣ ଲେଖାଏ ବିଜେପି ଓ କଂଗ୍ରେସ ବିଧାୟକଙ୍କୁ ସାମିଲ କରାଯାଇଛି। ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓ ଓ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ସମେତ ବିଜେପି ବିଧାୟକ ବସନ୍ତ ପଣ୍ଡା ଓ ନିତେଶ ଗଙ୍ଗଦେବ ଏବଂ କଂଗ୍ରେସ ବିଧାୟକ ନବକିଶୋର ଦାସ ଓ ଯୋଗେଶ କୁମାର ସିଂହ ସଦସ୍ୟ ଅଛନ୍ତି ।
ଏମାନଙ୍କ ବ୍ୟତୀତ ବିଜେଡି ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ପଦ୍ମନାଭ ବେହେରା, ସଞ୍ଜିବ ସାହୁ, ରମେଶ ପଟୁଆ, ରୀତା ସାହୁ, ଟୁକୁନି ସାହୁ ଓ ମହିଧର ରଣାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ତେବେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବରଗଡ଼ ଓ କଳାହାଣ୍ଡିର ସାଂସଦମାନଙ୍କୁ କମିଟିରେ ସାମିଲ କରାଯାଇନି। ଏପରିକି ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ କିମ୍ବା କଳାହାଣ୍ଡିର ବରିଷ୍ଠ ନେତା ବଳଭଦ୍ର ମାଝୀଙ୍କୁ କମିଟିରେ ସାମିଲ କରାଯାଇନଥିବାରୁ ଏହାପଛରେ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀର ହୀନ ରାଜନୀତି ରହିଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା।


from OdishaReporter https://ift.tt/2Ml8MJc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages