ଶରୀରର ଏହି ସ୍ଥାନରେ ତିଳ ଚିହ୍ନ ରହିଲେ ଧନୀ ହେବାରୁ କେହି ଅଟକାଇ ପାରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଶରୀରର ଏହି ସ୍ଥାନରେ ତିଳ ଚିହ୍ନ ରହିଲେ ଧନୀ ହେବାରୁ କେହି ଅଟକାଇ ପାରିବେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ କେଉଁଠି ନା କେଉଁଠି ତିଳ ଚିହ୍ନ ନିଶ୍ଚୟ ଥିବ। କିନ୍ତୁ ଶରୀର କେତୋଟି ନିର୍ଦ୍ଦିଷ୍ଟ ସ୍ଥାନରେ ତିଳ ଚିହ୍ନ ରହିଲେ ଶୁଭ ସଂକେତ ମିଳିଥାଏ ବୋଲି ଜ୍ୟୋତିର୍ବିଦ୍‌ମାନେ କହିଥା’ନ୍ତି।

ଆସନ୍ତୁ ଜାଣିବା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କେଉଁ ସ୍ଥାନରେ ତିଳ ଚିହ୍ନ ରହିଲେ ମଣିଷ ଧନୀ ହୋଇଥାଏ।

୧. ଡାହାଣ ଗାଲରେ ତିଳ ଚିହ୍ନ ରହିବା ଧନୀ ହେବାର ଲକ୍ଷଣ। ଯେଉଁ ପୁରଷ କିମ୍ବା ମହିଳାଙ୍କ ଡାହାଣ ଗାଲରେ ତିଳ ଚିହ୍ନ ଥିବ, ସେମାନେ ଖୁବ୍‌ ପରିଶ୍ରମୀ ହେବା ସହିତ ଧନୀ ବି ହୋଇଥାନ୍ତି।
୨. ଅନେକ ବ୍ୟକ୍ତିଙ୍କ ଓଠରେ ତିଳ ଚିହ୍ନ ରହିଥାଏ। ସେମାନେ ଖୁବ୍‌ ଆକର୍ଷଣୀୟ ହେବା ସହିତ ଧନବାନ ବି ହୋଇଥାନ୍ତି। କିନ୍ତୁ ସେମାନେ ଟିକେ ଜିଦିଆ ସ୍ୱଭାବର ହୋଇଥାନ୍ତି।

୩. ଯେଉଁମାନଙ୍କ ନାକ ଉପରିଭାଗରେ କିମ୍ବା ତଳିପାରେ ତିଳ ଚିହ୍ନ ରହିଥାଏ, ସେମାନେ ଧନୀ ହେବା ସହିତ ଅଧିକ ଭ୍ରମଣ କରିବାକୁ ଭଲ ପାଆନ୍ତି। ସମୁଦ୍ରଶାସ୍ତ୍ର ଅନୁସାରେ ଏଭଳି ବ୍ୟକ୍ତି ବିଦେଶ ଯାତ୍ରା ମଧ୍ୟ କରିଥାନ୍ତି।
୪. ଯେଉଁମାନଙ୍କ ଅଣ୍ଟାରେ ତିଳ ଚିହ୍ନ ରହିଥାଏ, ସେମାନଙ୍କର ଧନ ସମ୍ପତ୍ତି ଅଭାବ ନଥାଏ। କିନ୍ତୁ ତଥାପି ସେମାନେ ସବୁବେଳେ ଦୁଃଖ ଓ ଅଶାନ୍ତିରେ ରହିଥାନ୍ତି।

୫ ବାମପଟ ଗାଲର କାନମୂଳରେ ଯେଉଁମାନଙ୍କର ତିଳ ଚିହ୍ନ ଥାଏ ସେମାନେ ଖୁବ୍‌ କମ ବୟସରେ ଅଧିକ ଉପାର୍ଜନ କରନ୍ତି। ସେମାନେ ଖୁବ୍‌ ପରିଶ୍ରମୀ ମଧ୍ୟ ହୋଇଥାନ୍ତି।
୬ ଡାହାଣପଟ ଛାତିରେ ତିଳ ଚିହ୍ନ ଥିବା ବ୍ୟକ୍ତି ଧନବାନ ଓ ସୁଖୀ ହୋଇଥାନ୍ତି।



from OdishaReporter https://ift.tt/2OBKNTD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages