
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁଠୁ ସହର ଆଉ ଉପାନ୍ତରୁ ଉପକୂଳ ଯାଏଁ କାୟା ବିସ୍ତାର କରି ଚାଲିଛି ଡେଙ୍ଗୁ। ସବୁଠୁ ସଂଗୀନ ସ୍ଥିତି କଳାହାଣ୍ଡି ଜିଲ୍ଲା ଲଡୁଗାଁରେ। କ୍ରମାଗତ ଭାବେ ଏଠି ବଢ଼ି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ପିଲାଠୁ ବୟସ୍କ କେହି ବି ବାଦ୍ ପଡୁନାହାଁନ୍ତି।
ଗଜପତି ଜିଲ୍ଲାରେ ବି ଡେଙ୍ଗୁ କାୟା ମେଲାଇ ୪ ଜଣଙ୍କ ଜୀବନ ନେଲାଣି। ଖାଲି କଳାହାଣ୍ଡି କି ଗଜପତି ନୁହେଁ, ଖୋଦ ରାଜଧାନୀରେ ବି ଡେଙ୍ଗୁ ଡରାଉଛି। ହେଲେ ଦୁଃଖର କଥା, ସରକାରଙ୍କ ଏଥିପ୍ରତି ନିଘା ନାହିଁ।
କଳାହାଣ୍ଡି ଜିଲ୍ଳା ଲଡୁଗାଁରେ ଡେଙ୍ଗୁ ସତେ ଯେମିତି ମହାମାରୀର ରୂପ ନେଇଛି। ଏ ପର୍ଯ୍ୟନ୍ତ ୨୧୮ଟି ରକ୍ତ ନମୂନାରୁ ୪୪ଟି ରିପୋର୍ଟ ପଜିଟିଭ୍ ଆସିଛି। ତା’ ମଧ୍ୟରୁ ୧୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦରମହକୂମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଉ କିଏ ଘରେ ତ କିଏ ରାଜ୍ୟ ବାହାର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥିତି ସାଂଘାତିକ ହେବା ପରେ ଗତ ୨ ଦିନ ହେଲା, ଜିଲ୍ଲା ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ସୁଅ ଛୁଟୁଛି ଏହି ଗାଁକୁ।
ଗଜପତି ଜିଲ୍ଲା ସିଙ୍ଗିପୁର ଗାଁରେ ବି ଡେଙ୍ଗୁ ଆତଙ୍କ ଦେଖା ଦେଇଛି। ବିଶାଖାପାଟଣାରେ ୧୦, ଶ୍ରୀକାକୁଲମ୍ରେ ୧୨ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ଇତିମଧ୍ୟରେ ଡେଙ୍ଗୁରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲେ ବି, ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅସ୍ୱୀକାର କରୁଛି। ଗାଁରେ ଏକ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିବା କହିଛନ୍ତି ସିଡିଏମ୍ଓ।
ରାଜଧାନୀ ଭୁବନେଶ୍ୱରରେ ବି ଡରାଉଛି ଡେଙ୍ଗୁ । ସାଲିଆ ସାହି ସମେତ ୧୬, ୨୦, ୨୧ ଓ ୨୪ ନମ୍ବର ଓ୍ବାର୍ଡକୁ ଡେଙ୍ଗୁ ପ୍ରବଣ ଭାବେ ଚିହ୍ନଟ କରାଯାଇଥିବାବେଳେ ଗତ କିଛି ଦିନ ତଳେ ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀର ଜଣେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟ କହୁଛି, ଗତ ୧୧ ତାରିଖ ସୁଦ୍ଧା ୩ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧,୧୮୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏଥିପାଇଁ ଆଲର୍ଟ କରାଯାଇଛି।
from OdishaReporter https://ift.tt/2Mlo2pl
No comments:
Post a Comment