ଭାରତ ୩୦୭/୬, ମାତ୍ର ୩ ରନ୍ ପାଇଁ କୋହଲି ଶତକରୁ ବଞ୍ଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ଭାରତ ୩୦୭/୬, ମାତ୍ର ୩ ରନ୍ ପାଇଁ କୋହଲି ଶତକରୁ ବଞ୍ଚିତ

ଟ୍ରେଣ୍ଟବ୍ରିଜ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନର ଅନ୍ତିମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ ହରାଇ ଭାରତ ୮୭ ଓଭରରେ ୬ ୱିକେଟ ବିନିମୟରେ ୩୦୭ ରନ୍ ସ୍କୋର କରିପାରିଛି। ରିଷଭ ପନ୍ତ ୨୨ ରନ୍ କରି ଅପରାଜିତ ରହିଛନ୍ତି।

ଏହା ପୂର୍ବରୁ ଅଜିଙ୍କ୍ୟ ରାହଣେ(୮୧) ଙ୍କ ସହ ୧୫୯ରନ୍ ଯୋଡ଼ି ଦଳକୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିବା ପରେ କ୍ୟାପଟେନ କୋହଲି ମାତ୍ର ୩ ରନ୍ ପାଇଁ ଏହି ସିରିଜରେ ତାଙ୍କର ଦ୍ଵିତୀୟ ଶତକରୁ ବଞ୍ଚିତ ହୋଇଛନ୍ତି।ରସିଦ

ସେ ୯୭ ରନ୍ କରିଥିବା ବେଳେ ଶୀଘ୍ର ଶତକ ହାସଲ କରିବାର ବ୍ୟଗ୍ରତା ଯୋଗୁ ସ୍ପିନର ଆଦିଲ ରସିଦଙ୍କ ବଲକୁ ଏକ ବଡ଼ ଶଟ୍ ମାରିବାକୁ ଯାଇ ବେନ ଷ୍ଟୋକ୍ସଙ୍କ ହାତରେ ଧରା ପଡ଼ିଥିଲେ। ସେତେବେଳକୁ ଭାରତର ସ୍କୋର ଥିଲା ୨୭୯।

କୋହଲିଙ୍କ ୱିକେଟର ପତନ ପରେ ପାଣ୍ଡ୍ୟା-ରିଷଭ ପନ୍ତଙ୍କ ଯୋଡ଼ି ଦଳୀୟ ସ୍କୋରକୁ ୩୦୦ ପାର୍ କରାଇବାରେ ସଫଳ ହୋଇଥିଲେ।

ଇଂଲଣ୍ଡ ପକ୍ଷରୁ ୱକ୍ଶ ୩ ୱିକେଟ ନେଇଥିବା ବେଳେ ଜେମ୍ସ ଆଣ୍ଡର୍ସନ, ଷ୍ଟୁଆର୍ଟ ବ୍ରଡ ଓ ଆଦିଲ ରସିଦ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି। ହାର୍ଦିକଙ୍କ ୱିକେଟ ହାସଲ କରି ଆଣ୍ଡର୍ସନ ଭାରତ ବିପକ୍ଷରେ ୧୦୦ତମ ୱିକେଟ ନେବାର ସଫଳତା ଅର୍ଜ୍ଜନ କରିଛନ୍ତି। .

ସଂକ୍ଷିପ୍ତ ସ୍କୋର : ଭାରତ -୧ମ ଇନିଂସ – ୩୦୭/୬ ( ଶିଖର ଧାୱନ -୩୫ / କେ ଏଲ ରାହୁଲ-୨୩ / ଚେତେଶ୍ଵର ପୂଜାରା- ୧୪ )  

ୱିକେଟ ପତନ- ୬୦/୧, ୬୫/୨, ୮୨/୩, ୨୪୧/୪, ୨୭୯/୫ ଓ ୩୦୭ /୬  

,

 



from Odisha Reporter https://ift.tt/2wgiyCa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages