ସାଉଦି ଆରବରେ ଫସିଛନ୍ତି ଓଡ଼ିଆ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ସାଉଦି ଆରବରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ganjam

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟ): ଗଞ୍ଜାମ ଜିଲ୍ଲାର ୧୪ ଜଣ ଶ୍ରମିକ ରୋଜଗାର ଆଶାରେ ଦଲାଲଙ୍କ ଜରିଆରେ ସାଉଦି ଆରବ ଯାଇ ସେଠାରେ ଏବେ ନିର୍ଯାତନା ଭୋଗୁଛନ୍ତି।

ପୀଡ଼ିତମାନେ ଏସମ୍ପର୍କିତ ଏକ ଭିଡିଓକୁ ସୋଶାଲ୍‌ ମିଡିଆରେ ଛାଡ଼ିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।

ଜିଲ୍ଲାର ସାନ ଉସ୍ତାପଡ଼ା, ଗୁଣସାଗର, ବିକ୍ରମପୁର ଆଦି ଅଞ୍ଚଳରୁ ଏହି ୧୪ ଜଣଙ୍କୁ ମୋଟା ଅଙ୍କର ଦରମା ପ୍ରଲୋଭନ ଦେଖାଇ ୨ଜଣ ଦଲାଲ ସାଉଦି ଆରବ ନେଇ ଯାଇଥିଲେ । ଏଥିପାଇଁ ଦଲାଲ ପ୍ରତ୍ୟେକଙ୍କଠାରୁ ୧ଲକ୍ଷ ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସାଉଦି ଆରବରେ ସେମାନଙ୍କୁ ପାରିଶ୍ରମିକ ଦିଆ ନ ଯିବା ସହ ୧୨ ଘଣ୍ଟା ପରିଶ୍ରମ ପରେ ଠିକ୍ ଭାବେ ଖାଇବାକୁ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି।

ଏହି ଭିଡିଓ ଦେଖିବା ପରେ ସେମାନଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଜିଲ୍ଲାପାଳ କହିଛନ୍ତି, ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ।



from Odisha Reporter https://ift.tt/2PhWyzP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages