ନିର୍ବନ୍ଧ ପରେ ବଦଳିଲା ପ୍ରିୟଙ୍କାଙ୍କ ନାଁ, ଜାଣନ୍ତୁ ବାହାଘର କେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ନିର୍ବନ୍ଧ ପରେ ବଦଳିଲା ପ୍ରିୟଙ୍କାଙ୍କ ନାଁ, ଜାଣନ୍ତୁ ବାହାଘର କେବେ

ମୁମ୍ବାଇ:ଶେଷରେ ସବୁ ଚର୍ଚ୍ଚା ଏବଂ କଳ୍ପନାଜଳ୍ପନାର ଅବସାନ ଘଟିଛି। ବଲିଉଡ୍‌ର ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ ନିକ ଜୋନସ୍‌ଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ପ୍ରେମ ସମ୍ପର୍କ ଆଜି ଏକ ନୂଆ ରୂପ ନେଇଛି।

ହଲିଉଡ୍‌ ଷ୍ଟାର ନିକ୍‌ ପ୍ରିୟଙ୍କାଙ୍କ ଜୀବନ ସାଥୀ ହେବାକୁ ଯାଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ଉଭୟଙ୍କର ନିର୍ବନ୍ଧ ହୋଇଛି। ଏନେଇ ସୋଶାଲ ମିଡିଆରେ ପ୍ରିୟଙ୍କା ଫଟୋ ମଧ୍ୟ ଶେୟାର କରିଛନ୍ତି।  ଆଉ ନିଜ ସମ୍ପର୍କକୁ ନେଇ ଅଫିସିଆଲ ଘୋଷଣା ମଧ୍ୟ କରିଛନ୍ତି।

ମୁମ୍ବାଇରେ ପ୍ରିୟଙ୍କା ଏବଂ ତାଙ୍କ ବୟ୍‌ଫ୍ରେଣ୍ଡ ନିକ ଜୋନସ୍‌ଙ୍କ ମଧ୍ୟରେ ପଞ୍ଜାବୀ ରୀତିନୀତିରେ ‘ରିଙ୍ଗ୍‌ ସେରିମନି’ର ଆୟୋଜନ ହୋଇଥିଲା। ଏହି ଅବସରରେ ପ୍ରିୟଙ୍କା ନିଜ ପ୍ରେମକୁ ନେଇ କିଛି ମିଠା କଥା ଶେୟାର କରିଥିବା ବେଳେ ତାଙ୍କ ଭାବୀ ସ୍ୱାମୀ ନିକ ଜୋନସ୍‌ ମଧ୍ୟ ନିଜ ଭଲପାଇବାକୁ ସୋଶାଲ ମିଡିଆରେ ଜାହିର କରିଛନ୍ତି।

ସବୁଠୁ ମଜା କଥା ହେଉଛି, ନିକ ଜୋନସ୍‌ ପ୍ରିୟଙ୍କାଙ୍କ ନାଁ ବଦଳାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ,ସେ ‘ଭବିଷ୍ୟତର ମିସେସ୍‌  ଜୋନସ୍‌। ‘ସେ ମୋ ହୃଦୟ ଏବଂ ସେ ମୋ ପ୍ରେମ।’

ମିଳିଥିବା ସୂଚନା ଅନୁଯାୟୀ ଏହି ରିଙ୍ଗ୍‌ ସେରିମନି କାର୍ଯ୍ୟକ୍ରମକୁ  ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନିକ ଜୋନସ୍‌ଙ୍କ ବାପା-ମାଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା। ଯାହା ଶେୟାର ହୋଇଥିବା ଫଟୋରୁ ଜଣାପଡ଼ୁଛି।

ଉଭୟ ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ ଭାରତୀୟ ପାରମ୍ପରିକ ପୋଷାକରେ ପୂଜାର୍ଚ୍ଚନା କରୁଥିବା ନଜରକୁ ଆସିଛି। ନିକ୍‌ଙ୍କ ବାପା ମଧ୍ୟ ଟ୍ରାଡିସନାଲ ଲୁକ୍‌ରେ ଥିବା ଜଣାପଡ଼ୁଛି। କୁହାଯାଉଛି  ଆଜି ରାତିରେ ଏନ୍‌ଗେଜ୍‌ମେଣ୍ଟ ପାର୍ଟି ହୋଇପାରେ।  ସେହିପରି ୨୦୧୮ ଅକ୍ଟୋବର ମାସରେ ଉଭୟଙ୍କ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ସଲମାନ୍ ଖାନଙ୍କ ବହୁ ପ୍ରତିକ୍ଷୀତ ସିନେମା ‘ଭାରତ’ରେ ପ୍ରଥମେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବାର ଥିଲା।  କିନ୍ତୁ ସେ ବିବାହ ପାଇଁ ବ୍ୟସ୍ତ ରହିବାରୁ ଏହି ଅଫର୍ ସେ ଛାଡ଼ିଦେଇଥିଲେ। ଏବେ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରିନା କୈଫ୍‌ଙ୍କୁ ନିଆଯାଇଛି।



from Odisha Reporter https://ift.tt/2nPgVru

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages