ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟକାଳ ଉପରେ ଆଧାରିତ କ୍ଷୁଦ୍ର ଫିଲ୍ମ ‘ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ଫିଲ୍ମର କଳାକାର ଓ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଆସନ୍ତାକାଲି ( ଅଗଷ୍ଟ 14 ) ସକାଳ 10.30 ବେଳେ ସୋଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ-2 ଅଡିଟରିୟମରେ ହେବ।
ଫିଲ୍ମ୍ମର ମୁଖ୍ୟ ଶିଶୁ କଳାକାର ଧେୟ ଦର୍ଜି  ମଧ୍ୟ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟଜୀବନ ଉପରେ ପ୍ରସ୍ତୁତ ଏହି କ୍ଷୁଦ୍ର ଫିଲ୍ମକୁ ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ମଙ୍ଗେଶ ହଦୱଲେ ନିର୍ମାଣ କରିଛନ୍ତି।
ସେ ଏହି ଫିଲ୍ମ ସମ୍ପର୍କରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ପ୍ରଚାରପ୍ରସାର ପାଇଁ ସେ ଏହି ଫିଲ୍ମ କରିନାହାନ୍ତି ବରଂ ତାଙ୍କ ଜୀବନର ପ୍ରାରମ୍ଭିକ ସମୟକୁ ଫିଲ୍ମ କାହାଣୀରେ ସାମିଲ କରିଛନ୍ତି। ପିଲାଙ୍କ ପ୍ରତି ତାଙ୍କର ଖାସ୍ ଦୁର୍ବଳତା ଥିବାରୁ ସେହି କାହାଣୀ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା।
ପୂର୍ବରୁ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା।
୩୨ମିନିଟର ଏହି ଫିଲ୍ମର ସମସ୍ତ ଶୁଟିଂ ଭଦୋଦରାରେ ହୋଇଛି।


from OdishaReporter https://ift.tt/2MrPhyu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages