ବିବାହ କରିବେ ଦୀପିକା-ରଣବୀର୍‌ ! ଜାଣନ୍ତୁ, ତାରିଖ ଓ ସ୍ଥାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ବିବାହ କରିବେ ଦୀପିକା-ରଣବୀର୍‌ ! ଜାଣନ୍ତୁ, ତାରିଖ ଓ ସ୍ଥାନ

ranveer

ମୁମ୍ବାଇ: ଦୀର୍ଘଦିନ ଧରି ପରଦା ବାହାରେ ରୋମାନ୍ସ୍‌ କରୁଥିବା ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ ବାର୍ଡ୍‌ସ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ଅଭିନେତା ରଣବୀର ସିଂହ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଫିଲ୍ମ ଫେୟାର୍ସ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଦୁହିଁଙ୍କ ବାହଘର ସ୍ଥାନ ଓ ତାରିଖ, ଏପରିକି ଗେଷ୍ଟ୍‌ ଲିଷ୍ଟ୍‌ ମଧ୍ୟ ପୋଷ୍ଟ୍‌ କରାଯାଇଛି।

ranbir

ଫିଲ୍ମ ଫେୟାର୍ସ୍‌ ଟ୍ୱିଟର୍‌ ଆକାଉଣ୍ଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ଦୁହେଁ ଆସନ୍ତା ନଭେମ୍ବରରେ ପରସ୍ପରଙ୍କୁ ବରଣମାଳା ପିନ୍ଧାଇବେ।

ପୂର୍ବରୁ ସୂଚନା ମିଳିଥିଲା ଯେ ଦୁହେଁ ନଭେମ୍ବର ୧୦ରେ ବିବାହ କରିବେ। ଏବେ କିନ୍ତୁ ଏହି ତାରିଖ ଘୁଞ୍ଚି ଯାଇଛି। ପରବର୍ତ୍ତିତ ସୂଚନା ଅନୁସାରେ, ୧୦ ନୁହେଁ, ବରଂ ନଭେମ୍ବର ୨୦ ହେଉଛି ବିବାହ ତାରିଖ।

ସୂତ୍ର ଅନୁସାରେ, ଦୁହେଁ ଡେଷ୍ଟିନେସନ୍‌ ୱେଡିଂ କରିବେ।  ଆଉ ଏହି ଚର୍ଚ୍ଚିତ ବିବାହ ଇଟାଲିର ‘ଲେକ୍‌ କୋମା’ ରେ ହେବ। ଏହି ବିବାହରେ ମାତ୍ର ୩୦ ଜଣ ଅତିଥି ସାମିଲ୍ ହେବେ। ଦୀପିକା ଓ ରଣବୀରଙ୍କ ବାହାଘର ସୂଚନା ଶୁଣି ଅଭିନେତା କବୀର ବେଦୀ ଦୁଇ ଲଭ୍ କପଲ୍‌ଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ଆଉ ବିବାହ ଖବର ମିଳିବା ପରେ ରଣବୀର ଦୀପିକାଙ୍କ ଫ୍ୟାନ୍‌ ଯୋଡ଼ିଙ୍କ ନାଁ ‘ଦୀପ୍‌ବୀର୍‌’ ରଖିଛନ୍ତି। ଯାହା ଅନୁମାନ କରାଯାଉଛି, ଦୀପିକା ବୋଧହୁଏ ଏହି ବିବାହ ପାଇଁ ଏବେ କୌଣସି ଫିଲ୍ମ ସାଇନ୍‌ କରୁନାହାନ୍ତି।

 

 

 



from OdishaReporter https://ift.tt/2ML3J1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages