ଭାରତ ସ୍ୱାଧୀନତାକୁ ବିତିଲା ୭୧ ବର୍ଷ, ପଢ଼ନ୍ତୁ କିଛି ଜଣା ଅଜଣା ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଭାରତ ସ୍ୱାଧୀନତାକୁ ବିତିଲା ୭୧ ବର୍ଷ, ପଢ଼ନ୍ତୁ କିଛି ଜଣା ଅଜଣା ତଥ୍ୟ

ତ୍ୟାଗ, ତପସ୍ୟା ଓ ବଳିଦାନର ପର୍ବ ହେଉଛି ସ୍ୱାଧୀନନତା ଦିବସ।  ବ୍ରିଟିଶ ସରକାରଙ୍କ କବଳରୁ ଭାରତକୁ ମୁକ୍ତ କରିବା ପାଇଁ କିଏ କାରାଗାର ଭୋଗିଛି ତ ଆଉ କିଏ ଛାତିରେ ଗୁଳି ଖାଇଛି।

ସହିଦ୍‌ ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ୍‌, ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଅନେକ ସଂଗ୍ରାମୀଙ୍କ ବଳିଦାନ ଅତୁଳନୀୟ। ପୁଣି ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅହିଂସା ଅସ୍ତ୍ର ବ୍ରିଟିଶ ସରକାରଙ୍କ ଶାସନକୁ ଦୋହଲାଇ ଦେଇଥିଲା। ଦେଶ ତଥା ଜାତି ପାଇଁ ପ୍ରାଣବଳି ଦେଇଥିବା ସେହି ମହାନ୍‌ ବ୍ୟକ୍ତିମାନଙ୍କୁ ମନେପକାଇ ଆଜି ସମଗ୍ର ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଛି।

ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର। ବର୍ଷା ସତ୍ତ୍ୱେ ସବୁଠି ଫର୍‌ ଫର୍‌ ହୋଇ ଉଡ଼ିଛି ଜାତୀୟ ପତାକା। ତେବେ ବ୍ରିଟିଶ ସରକାରଙ୍କ ଠାରୁ ମୁକ୍ତ ହେବା ପରେ ଭାରତର ସ୍ଥିତି କ’ଣ ଥିଲା ଆଉ ସ୍ୱାଧୀନତା ଦିବସକୁ ନେଇ ସେ ସମୟରେ ଚିତ୍ର କିପରି ଥିଲା ଆସନ୍ତୁ ଜାଣିବା।

୧-ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଇଂରେଜ ସରକାରଙ୍କ ଶାସନକୁ ପ୍ରତିହତ କରି ସ୍ୱାଧୀନତା ହାସଲ କରିଥିଲା। ଭାରତ ଇତିହାସରେ ଏହା ଏକ ସ୍ମରଣୀୟ ଦିବସ। ସ୍ୱାଧୀନତା ପରେ ଭାରତ ଏକ ଧର୍ମନିରପେକ୍ଷ ଏବଂ ବିବିଧତାର ଦେଶ ଭାବେ ମାନ୍ୟତା ପାଇଥିଲା। ଯେଉଁଠି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ରହିଥାନ୍ତି।

୨-ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ୟବସାୟ କରିବା ଲକ୍ଷ୍ୟ ନେଇ ଭାରତ ଆସିଥିଲା। ବିଶେଷ କରି ଚାହା, ତୁଳା ଓ ରେଶମ ବେପାର ନେଇ  ୧୬୦୦ ମସିହାରେ ଭାରତକୁ ପ୍ରବେଶ କରିଥିଲା ଏହି କମ୍ପାନୀ। ବ୍ୟବସାୟ ଜମିବାରୁ କମ୍ପାନୀ ଧୀରେ ଧୀରେ ରାଜନୈତିକ ହସ୍ତକ୍ଷେପ କରି ଶାସନ ଆରମ୍ଭ କରିଥିଲା।

୩-ଭାରତର ଶେଷ ଭାଇସରୟ ଏବଂ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟବ୍ୟାଟେନ୍‌ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବରେ ବାଛିଥିଲେ। କାରଣ ୧୯୪୫ ମସିହାର ଏହି ଦିନରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ତିମ ସମୟରେ ଜାପାନ ସମର୍ପଣ କରିଥିଲା।

୪ -୧୫ ଅଗଷ୍ଟରେ କେବଳ ଭାରତ ନୁହେଁ ଅନ୍ୟ ୫ଟି ଦେଶ ମଧ୍ୟ ଏହି ଦିନରେ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାନ୍ତି। ସେହି ଦେଶ ଗୁଡ଼ିକ ହେଲା ବାହରିନ୍‌, ଉତ୍ତର କୋରିଆ, ଦକ୍ଷିଣ କୋରିଅ,  ଲାଏଚ୍‌ଟେନ୍‌ଷ୍ଟାଇନ୍‌, ରିପବ୍ଲିକ୍‌ ଅଫ କଙ୍ଗୋ।

୫- ଦେଶ ସ୍ୱାଧୀନତା ପରେ ମହାତ୍ମାଗାନ୍ଧି ଭାରତୀୟ ଜାତୀୟ କଂଗ୍ରେସର ବିଲୟ ହେବା ଚାହିଁଥିଲେ। ତାଙ୍କ ମୃତ୍ୟୁର ଗୋଟେ ଦିନ ପୂର୍ବରୁ ସେ କହିଥିଲେ ଯେଉଁ ଲକ୍ଷ୍ୟ ନେଇ କଂଗ୍ରେସ ଗଠିତ ହୋଇଥିଲା ତାହା ସାଧିତ ହୋଇସାରିଛି। ଏହାର ଆଉ ଆବଶ୍ୟକତା ନାହିଁ।

୬-ଆମେ ସମସ୍ତେ ଜାଣୁ ଯେ, ପଣ୍ଡିତ ଜବାହରଲାଲ ନେହରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ସେ ସମସ୍ତଙ୍କର ପ୍ରଥମ ପସନ୍ଦ ନ ଥିଲେ।  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ସପକ୍ଷରେ ବହୁମତ ରହିଥିଲା କିନ୍ତୁ ନେହରୁ କ୍ଷମତା କେନ୍ଦ୍ରର ଦ୍ୱିତୀୟ ପଦରେ ରହିବାକୁ ଚାହୁଁ ନଥିଲେ। ଏଥିପାଇଁ ଯେ ଚତୁରତାର ସହ ଗାନ୍ଧିଙ୍କୁ ମନାଇ ପଟେଲଙ୍କୁ ପଛକୁ ହଟାଇଦେଇଥିଲେ।

୭- ନେହରୁଙ୍କୁ ସେତେବେଳେ ବିଶ୍ଵର ଅନ୍ୟତମ ଷ୍ଟାଇଲ ଆଇକନ ଭାବେ ପରିଚିତ ଥିଲେ। ତା ଛଡ଼ା ପାଶ୍ଚାତ୍ୟ ସଭ୍ୟତା ସମ୍ପର୍କରେ ତାଙ୍କର ପ୍ରତ୍ୟକ୍ଷ ଜ୍ଞାନ ଥିଲା ଓ ସେ ବିଦେଶରେ ଶିକ୍ଷା ଲାଭ କରିଥିଲେ। ଏହି ଦୃଷ୍ଟିରୁ ଗାନ୍ଧିଜୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନେହରୁ ଅଧିକ ଯୋଗ୍ୟ ବୋଲି ଭାବୁଥିଲେ।

୮-ସ୍ୱାଧୀନତା ସମୟରେ ଭାରତ ପାଖରେ ଜାତୀୟ ସଙ୍ଗୀତ ନ ଥିଲା। ନୋବେଲ ବିଜେତା ବିଶିଷ୍ଟ କବି ରବୀନ୍ଦ୍ରନାଥ ଟାଗୋର୧୯୧୧ ମସିହାରେ ଜାତୀୟ ସଙ୍ଗୀତ ‘ଜନଗଣ ମନ’ ଲେଖିଥିଲେ। କିନ୍ତୁ ୧୯୫୦ ମସିହାରେ ଏହାକୁ ସରକାରୀ ସ୍ୱୀକୃତି ମିଳିଥିଲା।

୧୦-ଆଇନ୍‌ ଅନୁଯାୟୀ କେବଳ ଖଦି କପଡ଼ାରେ ତିଆରି ଜାତୀୟ ପତାକା ବ୍ୟବହାର କରାଯାଇପାରିବ। ଅନ୍ୟ ଯେକୌଣସି ବସ୍ତୁରେ ତିଆରି ଜାତୀୟ ପତାକା ଉଡ଼ାଇବା ଦଣ୍ଡନୀୟ  ଅପରାଧ।

୧୧-୧୯୪୭ରେ ଭାରତୀୟ ମୁଦ୍ରା ୧ଟଙ୍କା =$1 ଥିଲା ଏବେ ତାହା 70.22=$1ରେ ପହଞ୍ଚିଛି।

ଭାରତ ସ୍ୱାଧୀନତାକୁ ବିତିଲା ୭୧ ବର୍ଷ, ପଢ଼ନ୍ତୁ କିଛି ଜଣା ଅଜଣା ଘଟଣା



from OdishaReporter https://ift.tt/2MNBZtb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages