ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ କଂଗ୍ରେସରେ କନ୍ଦଳ, ଘୁଞ୍ଚିଲା ଡେଡଲାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ କଂଗ୍ରେସରେ କନ୍ଦଳ, ଘୁଞ୍ଚିଲା ଡେଡଲାଇନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତମାସ ଶେଷ ସୁଦ୍ଧା ଅତିକମରେ ୫୦ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିବା ପାଇଁ ରାଜ୍ୟ କଂଗ୍ରେସ କରିଥିବା ଘୋଷଣା ଏବେ ଦଳ ପାଇଁ କାଳ ପାଲଟିଛି।

ଏହି ଟିକେଟ୍ ଘୋଷଣା ପ୍ରସଙ୍ଗ ଦଳରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ରାଜନୀତିକୁ ଅଧିକ ଉତ୍କଟ କରିଛି। ସେଇଥିପାଇଁ ଧାର୍ଯ୍ୟ ସମୟସୀମା ମଧ୍ୟରେ କଂଗ୍ରେସ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରିବ ନାହିଁ ବୋଲି ଜଣାପଡ଼ିଛି।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ମାସରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସମ୍ଭବପର ନୁହେଁ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପୁଣିଥରେ ପିସିସି ନିର୍ବାଚନ କମିଟିର ବୈଠକ ବସିବ ଓ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଉପରେ ବିଚାରବିମର୍ଶ କରାଯିବ। ଏହାପରେ ହିଁ ପ୍ରାର୍ଥୀ ତାଲିକାକୁ ଏଆଇସିସି ସ୍କ୍ରିନିଂ କମିଟିକୁ ପଠାଯିବ।

ହାଇକମାଣ୍ଡଙ୍କ ଅନୁମତି ମିଳିବା ପରେ ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା ହେବ। କିନ୍ତୁ ଏହି ପ୍ରାର୍ଥୀ ତାଲିକା ସମ୍ଭବତଃ ସେପ୍ଟେମ୍ବର ଶେଷ ଭାଗରେ ଘୋଷଣା ହୋଇପାରେ।

ଦଳର ବର୍ତ୍ତମାନର ସମସ୍ତ ବିଧାୟକଙ୍କୁ ପୁଣିଥରେ ଟିକେଟ୍ ଦେବାକୁ ନୀତିଗତ ନିଷ୍ପତ୍ତି ହୋଇଛି। ତେବେ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାର ମାନଦଣ୍ଡକୁ ବିଶେଷ ଗୁରୁତ୍ୱ ନଦେବାକୁ ପିସିସି ନିର୍ବାଚନ କମିଟି ନିଷ୍ପତ୍ତି ନେଇଛି। ନିଶ୍ଚିତ ଜିତିବା ସମ୍ଭାବନା ଓ ଏକକ ପ୍ରାର୍ଥୀଙ୍କୁ ହିଁ ଦଳ ଟିକେଟ୍ ଦେବ। ତେବେ ଏଭଳି ପ୍ରାର୍ଥୀଙ୍କ ସଂଖ୍ୟା ମାତ୍ର ୧୦ ଭିତରେ ସୀମିତ ଥିବାରୁ ପ୍ରଥମ ପର୍ଯ୍ୟାୟରେ ଆଉ ୨୫ଜଣଙ୍କୁ ବାଛିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଏଆଇସିସି ପକ୍ଷରୁ ୭୫ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା (ଅତିକମରେ ୫୦%)କୁ ଆଗୁଆ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଓଡ଼ିଶାରେ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଯୋଗୁ କେହି କିଛି ରିସ୍କ ନେବାକୁ ଚାହୁଁନାହାନ୍ତି।

ପିସିସି ନିର୍ବାଚନ କମିଟି ବୈଠକରେ ବିଧାୟକମାନଙ୍କୁ ପୁଣିଥରେ ଟିକେଟ୍ ଦେବାକୁ ନୀତିଗତ ନିଷ୍ପତ୍ତି ନିଆସରିଛି। ଆଉ ଯେଉଁ ସିଟରେ ଦଳର କେହି ବଡ଼ ଦାବିଦାର ନାହାନ୍ତି ଓ ଯେଉଁଠି ଦଳର ପ୍ରାର୍ଥୀଙ୍କ ନିଶ୍ଚିତ ବିଜୟ ହେବ ସେମାନଙ୍କୁ ସାମିଲ କରାଯିବ।

କିନ୍ତୁ ସମସ୍ୟା ହେଉଛି, ଦଳର ଯେଉଁ କିଛି ପ୍ରଭାବଶାଳୀ ନେତା ଅଛନ୍ତି ସେମାନେ ପ୍ରଥମ ପର୍ଯ୍ୟାୟରେ ନିଜର ଟିକେଟ୍ କନଫର୍ମ କରାଇ ନେବାକୁ ଚାହୁଁଛନ୍ତି। ତେଣୁ ପ୍ରଦେଶ ନିର୍ବାଚନ କମିଟି ବୈଠକ ପୁଣିଥରେ ବସିବାର ଆବଶ୍ୟକତା ଦେଖାଦେଇଛି।

କେଉଁ ଫର୍ମୁଲାରେ ଆଉ ୨୫ଟି ସିଟ୍ ଚୟନ କରାଯିବ ତାହା ମଧ୍ୟ ପିସିସି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। କାରଣ ସମସ୍ତ ବରିଷ୍ଠ ନେତା ନିଜର ଓ ଅନୁଗତଙ୍କୁ ଟିକେଟ୍ ଦେବା ସପକ୍ଷରେ ନିଜନିଜ ସ୍ତରରେ ଲବି ଜୋରଦାର କରିବାରେ ଲାଗିଛନ୍ତି।

ତେବେ ଏହି ସମ୍ଭାବ୍ୟ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଦଳ ପକ୍ଷରୁ ଏବେ ଜୋନାଲ ସଭାପତି ଓ ଜିଲ୍ଲା ସଭାପତିଙ୍କର ପ୍ରଶିକ୍ଷଣ ଶିବିରର ଆୟୋଜନ ହେଉଛି। ଅଗଷ୍ଟ ୩୧ ତାରିଖରେ ନବରଙ୍ଗପୁରରେ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକର ଜୋନାଲ ସଭାପତି ଓ ଜିଲ୍ଲା ସଭାପତିଙ୍କ ବୈଠକ ଡକାଯାଇଛି।

ଚଳିତ ମାସ ୨୦ତାରିଖରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ବସିଥିବା ପିସିସି ନିର୍ବାଚନ କମିଟି ବୈଠକ ବସି ପ୍ରାର୍ଥୀ ଚୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅଗଷ୍ଟ ଶେଷ ସୁଦ୍ଧା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଦୃଢ଼ୋକ୍ତି କରିଥିଲେ।

ଏ ସମ୍ପର୍କରେ ପିସିସି ଗଣମାଧ୍ୟମ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ତାଙ୍କ ପାଖରେ କିଛି ସୂଚନା ନାହିଁ। ପିସିସି ସଭାପତି ଏ ସମ୍ପର୍କରେ ହିଁ କହିପାରିବେ। ଅବଶ୍ୟ ଅଗଷ୍ଟ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସମ୍ଭବପର ନୁହେଁ ବୋଲି ସେ ପରୋକ୍ଷରେ ସ୍ୱୀକାର କରିଛନ୍ତି।



from Odisha Reporter https://ift.tt/2ofzBAT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages