ବିଜେଡି ଯୁବ ଓ ଛାତ୍ର ସଂଗଠନରେ କୁହୁଳୁଛି ଅସନ୍ତୋଷ: ନାଁ ବଛାରେ ପାତରଅନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ବିଜେଡି ଯୁବ ଓ ଛାତ୍ର ସଂଗଠନରେ କୁହୁଳୁଛି ଅସନ୍ତୋଷ: ନାଁ ବଛାରେ ପାତରଅନ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଚଳାଇଥିବା ବିଜେଡିର ନେତାମାନଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଏବେ ବ୍ଲକ୍ ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ସେଥିରେ କେବଳ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ନେତାଙ୍କ ସମର୍ଥକଙ୍କୁ ସାମିଲ କରାଯାଉଥିବାରୁ ଅସନ୍ତୋଷ କୁହୁଳୁଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳରେ ଏବେ ତ୍ରିସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛି। ବରିଷ୍ଠ ନେତାମାନେ ଦଳର ସାଂଗଠନିକ ଜିଲ୍ଲା ଦାୟିତ୍ୱରେ ପୂର୍ବରୁ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ନିର୍ବାଚନମଣ୍ଡଳୀ ଓ ବ୍ଲକ୍ ସ୍ତରରେ ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

କେବଳ ଉପକୂଳ ଜିଲ୍ଲାଗୁଡ଼ିକୁ ବାଦ୍ ଦେଲେ, ପ୍ରାୟତଃ  ଅନ୍ୟାନ୍ୟ ଅଞ୍ଚଳରେ ନିର୍ବାଚନମଣ୍ଡଳୀରେ ଜଣେ ଲେଖାଏ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇ ସାରିଛି। ଏବେ ୩୧୪ ବ୍ଲକ୍ ଏବଂ ୧୧୦ ପୌରାଞ୍ଚଳରେ ପର୍ଯ୍ୟବେକ୍ଷକ ଭାବେ ଦଳର ଛାତ୍ର ଓ ଯୁବ ସଂଗଠନର ନେତାମାନଙ୍କୁ ଅବସ୍ଥାପିତ କରାଯିବା ପାଇଁ ତାଲିକା ପ୍ରସ୍ତୁତ ଚାଲିଛି।

ତେବେ କେତେକ ନିର୍ଦ୍ଦିଷ୍ଟ ବରିଷ୍ଠ ଓ ପ୍ରଭାବଶାଳୀ ନେତା ଏହି ତାଲିକାରେ ନିଜର ସମର୍ଥକମାନଙ୍କୁ ହିଁ ସାମିଲ କରୁଥିବାରୁ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦଳର ଛାତ୍ର ଓ ଯୁବ ସଂଗଠନର ନେତୃତ୍ୱଙ୍କୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦିଆଯାଇ ସେମାନଙ୍କ ଅଜାଣତରେ ଛାତ୍ର ଓ ଯୁବନେତାମାନଙ୍କୁ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରାଯାଇଛି।

ସେହିପରି ଅତ୍ୟନ୍ତ ଗୋପନୀୟ ଭାବେ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନିର୍ବାଚନମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ତାଲିକାକୁ ନେଇ ମଧ୍ୟ ଅସନ୍ତୋଷ ଲାଗି ରହିଛି। ନିର୍ବାଚନମଣ୍ଡଳୀସ୍ତରରେ ପର୍ଯ୍ୟବେକ୍ଷକ ନିଯୁକ୍ତି ପାଇଥିବା ନେତାମାନଙ୍କ ମଧ୍ୟରେ ଦଳର ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା, କର୍ପୋରେଟର ଓ ତୃତୀୟ ଧାଡ଼ିର ନେତାମାନଙ୍କୁ ପ୍ରାଥମିକତା ମିଳିଛି।

ଏହା ସହିତ ଯେଉଁ କିଛି ନେତା ଅନ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ସେମାନଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି। ଦଳର ତୃତୀୟ ଧାଡ଼ିର ନେତାମାନଙ୍କ ମଧ୍ୟରୁ ଅନେକ ଟିକେଟ୍ ଆଶାୟୀ ଥିବାବେଳେ ସେମାନଙ୍କ ଭିତରକୁ କେତେକ ଆଗଧାଡ଼ିର ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିନଥିବାରୁ ସେମାନେ ଟିକେଟ୍ ହାସଲ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। ପର୍ଯ୍ୟବେକ୍ଷକ ତାଲିକାରେ ସ୍ଥାନ ପାଇନଥିଲେ ମଧ୍ୟ ଟିକେଟ ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚୁପ୍ ରହିଛନ୍ତି।

ତେବେ ଛାତ୍ର ଓ ଯୁବ ସଂଗଠନର ନେତୃତ୍ୱଙ୍କ ସହ ପରାମର୍ଶ ନକରି କିଛି ପ୍ରଭାବଶାଳୀ ନେତା ଏବେ ଏହି ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତ କରୁଥିବାରୁ ଉଭୟ ସଂଗଠନରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଗକୁ କଲେଜ ନିର୍ବାଚନ ସହ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଉଭୟ ଛାତ୍ର ଓ ଯୁବ ନେତାମାନଙ୍କୁ ଅସନ୍ତୁଷ୍ଟ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ରହିଛି।

ଦଳର ଯୁବ ୟୁନିଟର ଜଣେ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଦଳର ୨-୩ ଜଣ ସାଧାରଣ ସମ୍ପାଦକ ଏବେ ଏହି ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତ କରୁଛନ୍ତି । ସେମାନଙ୍କ ସହ ଯେଉଁମାନଙ୍କ ସମ୍ପର୍କ ଅଛି କିମ୍ବା ସେମାନେ ଯେଉଁ ଛାତ୍ର ଓ ଯୁବ ନେତାମାନଙ୍କୁ ନିଜର ଅନୁଗତ ବୋଲି ଭାବୁଛନ୍ତି, ସେଇମାନଙ୍କୁ ହିଁ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରୁଛନ୍ତି।

ପୂର୍ବରୁ ନିର୍ବାଚନମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତିବେଳେ ମଧ୍ୟ ଏହି ନେତାମାନେ ହିଁ ତାଲିକା ପ୍ରସ୍ତୁତ କରିଥିଲେ। ଯାହାକୁ ନବୀନ ନିବାସ ଗ୍ରହଣ କରିଥିଲା।

ଏବେ ପୁଣିଥରେ ସେମାନଙ୍କ ମାଧ୍ୟମରେ ବ୍ଲକ୍ ଓ ପୌରାଞ୍ଚଳ ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତି ଚାଲିଛି। ଯଦି ଦଳରେ ଏହି ୨-୩ ଜଣ ସାଧାରଣ ସମ୍ପାଦକ ସବୁକିଛି ନିର୍ଦ୍ଧାରଣ କରିବେ ଆଉ ସେମାନଙ୍କର ତାଲିକାକୁ ଅଗ୍ରାଧିକାର ମିଳିବ, ତା’ହେଲେ ଦଳରେ ଅନ୍ୟମାନଙ୍କର ଆବଶ୍ୟକତା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଯଦି ସମସ୍ତ ବର୍ଗର ଛାତ୍ର ଓ ଯୁବନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରାନଯାଏ ତା’ହେଲେ ଆଗାମୀ ନିର୍ବାଚନ ଦଳ ପାଇଁ ବେଶ୍ ମହଙ୍ଗା ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।



from OdishaReporter https://ift.tt/2LIdIIK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages