ମିଳିଲାନି ଚାରି କାନ୍ଧ: ସାଇକେଲ୍‌ରେ ଶ୍ମଶାନ ଗଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ମିଳିଲାନି ଚାରି କାନ୍ଧ: ସାଇକେଲ୍‌ରେ ଶ୍ମଶାନ ଗଲା ମୃତଦେହ

ବୌଦ୍ଧ (ଭାର୍ଜନ ପ୍ରଧାନ): ମରିଗଲା ମାନବିକତା। ପୁଣି ଥରେ ମୃତଦେହକୁ ଅସମ୍ମାନ କରାଗଲା। ଶ୍ମଶାନକୁ ମୃତଦେହ ନେବା ପାଇଁ ମିଳିଲାନି ଚାରି କାନ୍ଧ। ଶାଳୀର ମୃତଦେହକୁ ଅତି ଦୟନୀୟ ଭାବେ ଦଉଡ଼ିରେ ବାନ୍ଧି ସାଇକେଲ୍‌ରେ ଶ୍ମଶାନକୁ ବୋହି ନେଲେ ଭିଣୋଇ। ଆଜି ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁ ଲୋକେ ଏପରି ଦଣ୍ଡ ଦେଇଥିବା ଆଲୋଚନା ହେଉଛି।

ପୂରା ଘଟଣା ଏମିତି। ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲୀ ଗାଁର ଚତୁର୍ଭୁଜ ବାଙ୍କ’ଙ୍କର ପ୍ରଥମ ସ୍ତ୍ରୀଙ୍କର କୌଣସି ପିଲାପିଲି ନଥିଲେ। ତେଣୁ ସେ ଅନ୍ୟ ଜାତିର ଜଣେ ଜିଅକୁ ଦ୍ୱିତୀୟ ବିବାହ କରିଥିଲେ। ଏହାକୁ ଗାଁ ଲୋକେ ଗ୍ରହଣ କରିନଥିଲେ। ଫଳସ୍ୱରୂପ ଚତୁର୍ଭୁଜଙ୍କୁ ଗ୍ରାମବାସୀ ସାମାଜିକ ବାସନ୍ଦ କରିଥିଲେ। ଚତୁର୍ଭୁଜଙ୍କ ଘରେ କୌଣସି କାର୍ଯ୍ୟକ୍ରମ ହେଲେ ଗାଁ ଲୋକେ ଭାଗ ନେଉନଥିଲେ।

ଶାଶୂ ଓ ଶ୍ୱଶୂରଙ୍କ ମୃତ୍ୟୁ ପରେ ଶାଳୀ ପାଞ୍ଚ ମହାକୁଡ଼ (ଦ୍ୱିତୀୟ ସ୍ତ୍ରୀଙ୍କ ସାନ ଭଉଣୀ) ଭିଣୋଇ ଚତୁର୍ଭୁଜଙ୍କ ଘରେ ରହୁଥିଲେ। ଗତକାଲି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା।

ମୃତଦେହକୁ ଆମ୍ୱୁଲାନ୍ସରେ ଘରକୁ ଆଣାଯାଇଥିଲା। ବାପା-ମାଆ ଛେଉଣ୍ଡ ଶାଳୀର ଶବ ବ୍ୟବଚ୍ଛେଦ ପାଇଁ ସାହି ଭାଇଙ୍କୁ ଡାକିଥିଲେ ଚତୁର୍ଭୁଜ। ମାତ୍ର ଆସିବାକୁ ସମସ୍ତେ ମନା କରିଦେଇଥିଲେ। ଅନ୍ୟ ଜାତିରେ ବାହା ହୋଇଥିବାରୁ ଯିବୁନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। ଶେଷରେ କିଛି ଉପାୟ ନପାଇ ମୃତଦେହକୁ ଲୁଗାରେ ଗୁଡ଼ାଇ ଦଉଡିରେ ବାନ୍ଧି ସାଇକେଲ୍‌ ମଝି ଫ୍ରେମ୍‌ରେ ପୂରାଇ ଶ୍ମଶାନକୁ ନେଇ ସଂସ୍କାର କରିଥିଲେ ଚତୁର୍ଭୁଜ।



from OdishaReporter https://ift.tt/2v9Kvfc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages