ମହଙ୍ଗା ପଡ଼ିଲା ବାପା ମା’ଙ୍କ ଇଚ୍ଛା ବିରୋଧରେ ବିବାହ, ପାଇଲେ ତାଲିବାନୀ ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ମହଙ୍ଗା ପଡ଼ିଲା ବାପା ମା’ଙ୍କ ଇଚ୍ଛା ବିରୋଧରେ ବିବାହ, ପାଇଲେ ତାଲିବାନୀ ଦଣ୍ଡ

ଭୋପାଳ: ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ବାହାଘର ପାଇଁ ଯୁବତୀଙ୍କ ବାପା ମା’ ରାଜି ହେଲେନି। ତଥାପି ନିଜ ପ୍ରେମକୁ ବିବାହର ରୂପ ଦେବା ପାଇଁ ପ୍ରେମିକ ଓ ପ୍ରେମିକା ବାପାମା’ଙ୍କ ଇଚ୍ଛା ବିରୋଧରେ ବାହା ହୋଇଗଲେ। ବାସ୍‌ କଥା ଏତିକିରେ ସରିଲା। ବାପା ମା’ଙ୍କ ଇଚ୍ଛା ବିରୋଧରେ ବାହା ହୋଇଥିବାରୁ ଏହି ଦମ୍ପତିଙ୍କୁ ସର୍ବସମ୍ମୁଖରେ ପରିବାର ଲୋକ ପରିଶ୍ରା ପିଆଇ ଦେଲେ।

ଏପରିକି ସେମାନଙ୍କୁ ବାନ୍ଧି ମାଡ଼ ମଧ୍ୟ ମାରିଛନ୍ତି। ମଧ୍ୟପ୍ରଦେଶର ଅଲୀରାଜପୁରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଏ ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ୍‌ ହୋଇଛି।

ଭିଡିଓରେ ଯୁବକ ଜଣଙ୍କୁ ଏକ ଖୁଣ୍ଟରେ ବନ୍ଧା ଯାଇଥିବା ବେଳେ ତାଙ୍କ ପତ୍ନୀ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ତଳେ ବସିଛନ୍ତି। ଏମାନେ ପରିବାରର ସମ୍ମାନହାନୀ କରିଥିବାରୁ ଏଭଳି ଦଣ୍ଡ ପାଇଥିବା ଜଣାପଡ଼ିଛି। ଯୁବକଙ୍କ ବୟସ ୨୩ ହୋଇଥିବା ବେଳେ ଯୁବତୀଙ୍କ ବୟସ ୨୧। ଉଭୟ ଅଲୀରାଜପୁରର ଏକ ଗାଁରେ ରୁହନ୍ତି।

ବାପା ମା’ଙ୍କ ଇଚ୍ଛା ବିରୋଧରେ ଏମାନେ ଗତ ମେ’ ମାସରେ ବାହା ହୋଇଥିଲେ। ବାହାଘର ପରେ ଉଭୟ ଗୁଜରାଟ ଚାଲି ଯାଇଥିଲେ। ତେବେ ଦୁଇ ସପ୍ତାହ ତଳେ ଗାଁକୁ ଫେରି ଯୁବକଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ଜୁଲାଇ ୨୫ରେ ଯୁବତୀଙ୍କ ପରିବାର ଲୋକ ଏ କଥା ଜାଣିବା ପରେ ଦମ୍ପତିଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ।

ଏହାପରେ ଯୁବତୀଙ୍କୁ ମାଡ଼ ମାରିବା ସହ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦେଇଥିଲେ। ଏପରିକି ଯୁବତୀଙ୍କ ଚୁଟି ମଧ୍ୟ କାଟି ଦେଇଥିଲେ। ଏହାପରେ ଉଭୟଙ୍କୁ ପରିଶ୍ରା ପିଇବାକୁ ବାଧ୍ୟ କରାଯାଥିଲା।

ଏହି ଘଟଣା ପରେ ଦମ୍ପତି ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଯୁବତୀଙ୍କ ଦୁଇଜଣ ଦାଦାଙ୍କୁ ଗିରଫ କରିଛି।



from OdishaReporter https://ift.tt/2v6fusN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages