ସ୍ୱୀମୀଙ୍କ ପରକୀୟାର ପରିଣତି ! ଘରେ ପଶି ମାଆ ଝିଅଙ୍କୁ ହାଣିଲା ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ସ୍ୱୀମୀଙ୍କ ପରକୀୟାର ପରିଣତି ! ଘରେ ପଶି ମାଆ ଝିଅଙ୍କୁ ହାଣିଲା ଯୁବତୀ

ବାଲେଶ୍ୱର (ରଣଜିତ୍‌ ପାକଳ): ବାଲେଶ୍ୱର ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ପାତ୍ରପଡ଼ା ପଲୁଆ ଗାଁରେ ଆଜି ଏକ ଅଘଟଣ ଘଟିଛି। ଜଣେ ଯୁବତୀ ନିଜ ଗାଁରେ ଘଟାଇଛି ବର୍ବର କାଣ୍ଡ। ଘରେ ପଶି ସେ ମାଆ ଓ ୩ ବର୍ଷର ଝିଅକୁ ମରଣାନ୍ତକ ଆକ୍ରମଣ କରିଛି।

ଅପରାହ୍ନରେ ଯୁବତୀ ଜଣକ ହଠାତ୍ ଉକ୍ତ ମହିଳାଙ୍କ ଘରକୁ ପଶି ଆସିଥିଲା। ହାତରେ ଧରିଥାଏ ଏକ ଟାଙ୍ଗିଆ। କେହି କିଛି କହିବା ଆଗରୁ ସେ ପ୍ରଥମେ ପାଖରେ ଶୋଇଥିବା ୩ ବର୍ଷର ଶିଶୁ କନ୍ୟାକୁ ଆକ୍ରମଣ କରି ହାଣି ପକାଇଲା। ଏହା ଦେଖି ଉକ୍ତ ଶିଶୁକନ୍ୟାର ମା’ ବିରୋଧ କରିବାରୁ ତାଙ୍କୁ ମଧ୍ୟ ହାଣି ପକାଇଲା ଉକ୍ତ ଯୁବତୀ।

ଗୁରୁତର ଅବସ୍ଥାରେ ଉଭୟ ମା’ ଝିଅଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ନିଜ ସ୍ୱାମୀଙ୍କର କୌଣସି ଅନୈତିକ ସମ୍ପର୍କକୁ ଆଧାର କରି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2OJ8Vni

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages