ଟିମ୍‌ ଇଣ୍ଡିଆ ପାଇଁ ନଟିଂହାମ୍‌ ‘ଅନ୍‌ଲକି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଟିମ୍‌ ଇଣ୍ଡିଆ ପାଇଁ ନଟିଂହାମ୍‌ ‘ଅନ୍‌ଲକି’

ଲଣ୍ଡନ୍‌: ନଟିଂହାମ୍‌ ଟେଷ୍ଟରେ ବିଜୟୀ ହୋଇ ଟିମ୍‌ ଇଣ୍ଡିଆ ସିରିଜ୍‌ରେ କମ୍‌-ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ହେଲେ ପରିସଂଖ୍ୟାନ କହୁଛି, ଏହି ପଡ଼ିଆ ଭାରତ ପାଇଁ ଆଦୌ ‘ଲକି’ ନୁହେଁ। ଟିମ୍‌ ଇଣ୍ଡିଆ ୧୯୫୯ରେ ପ୍ରଥମଥର ଏଠାରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ଦଳ ଏକ ଇନିଂସ ଓ ୫୯ ରନ୍‌ରେ ପରାସ୍ତ ହୋଇଥିଲା।

ଟିମ୍‌ ଇଣ୍ଡିଆ ନଟିଂହାମ୍‌ରେ ସମୁଦାୟ ୬ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇ ପାରିଛି। ସେହିପରି ୨ଟି ଟେଷ୍ଟରେ ପରାଜୟର ସାମ୍ନା କରିଥିବା ବେଳେ ଅନ୍ୟ ୩ଟି ମ୍ୟାଚ୍‌କୁ ଡ୍ର’ ରଖିବାରେ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ଟିମ୍‌ ଇଂଲଣ୍ଡ ଏଠାରେ ୬୧ଟି ଟେଷ୍ଟ୍‌ ଖେଳି ୨୨ଟିରେ ବିଜୟୀ ହୋଇଛି। ୧୭ଟି ମ୍ୟାଚ୍‌ରେ ଦଳକୁ ପରାଜୟବରଣ କରିବାକୁ  ପଡ଼ିଥିବା ବେଳେ ୨୨ଟି ମ୍ୟାଚ୍‌  ଡ୍ର ରହିଛି। ଏହି ପଡ଼ିଆରେ ହାର-ଜିତର ଇତିହାସକୁ ଦେଖିଲେ, ନଟିଂହାମ୍‌ରେ ‘ବିରାଟ୍‌ ଆଣ୍ଡ କୋ’ ପାଇଁ ମ୍ୟାଚ୍‌ ଜିତିବା ସହଜ ହେବନାହିଁ।

ଭାରତ ୨୦୦୭ରେ ଏଠାରେ ଏକମାତ୍ର ବିଜୟ ହାସଲ କରିଥିଲା। ଏଠାରେ ମ୍ୟାଚ ଜିତିବା ସହ ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ମଧ୍ୟ ଜିତିଥିଲା। ଭାରତୀୟ ସ୍ପିଡ୍‌ଷ୍ଟର୍‌ ଜାହିର ଖାନ୍‌ଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଏଠାରେ ଟିମ୍‌ ଇଣ୍ଡିଆ ୭ ୱିକେଟ୍‌ରେ ବିଜୟୀ ହୋଇଥିଲା। ଜାହିର ଦୁଇଟି ଇନିଂସରେ ମୋଟ ୯ଟି ୱିକେଟ୍‌ ନେଇଥିଲେ



from Odisha Reporter https://ift.tt/2MV10CS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages