ଟି-୨୦କୁ ବାଏ ବାଏ କହିଲେ ଝୁଲନ ଗୋସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଟି-୨୦କୁ ବାଏ ବାଏ କହିଲେ ଝୁଲନ ଗୋସ୍ୱାମୀ

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ବିଶ୍ଵକପକୁ ଆଉ ମାତ୍ର ୩ ମାସ ଥିବା ବେଳେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌କୁ ଲାଗିଛି ଜବରଦସ୍ତ ଝଟ୍‌କା। ଟିମ୍‌ର ସବୁଠାରୁ ବରିଷ୍ଠ ତଥା ସ୍ପିଡ୍‌ ଷ୍ଟାର ଝୁଲନ ଗୋସ୍ୱାମୀ ଆଜି ଟି଼-୨୦ କ୍ରିକେଟ୍‌କୁ ବାଏବାଏ କହିଛନ୍ତି।

ଝୁଲନ ଆଜି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିବାରୁ ସେ ୱେଷ୍ଟଇଣ୍ଡିଜ୍‌ରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଖେଳିବେ ନାହିଁ। ଫଳରେ ଭାରତୀୟ ମହିଳା ଟିମ୍‌ ଝୁଲନଙ୍କ ଅନୁପସ୍ଥିତିକୁ ବେଶ ଅନୁଭବ କରିବ ବୋଲି କୁହାଯାଉଛି।

ତେବେ ଟି-୨୦ରୁ ଅବସର ନେଇଥିବା ୩୫ ବର୍ଷୀୟ ଝୁଲନ କେବଳ ଦିନିକିଆ ମ୍ୟାଚ୍‌ ଖେଳିବେ ବୋଲି କହିଛନ୍ତି।

ଭାରତ ପକ୍ଷରୁ ଝୁଲନ ୬୮  ଟି-୨୦ ମ୍ୟାଚ୍‌ ଖେଳି ୫୬ଟି ୱିକେଟ୍‌ ନେଇଛନ୍ତି। ଝୁଲନଙ୍କ ନାଁରେ  ଦିନିକିଆରେ ସର୍ବାଧିକ ୱିକେଟ୍‌ ଦଖଲ କରିବାର ରେକର୍ଡ ଆଜି ବି ବଳବତ୍ତର ରହିଛି। ସେ ୧୬୯ଟି ମ୍ୟାଚ୍‌ରେ ୨୦୦ଟି ୱିକେଟ ଦଖଲ କରିଛନ୍ତି।



from Odisha Reporter https://ift.tt/2o5aRv4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages