ପାଣି ପାଇଁ ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ପାଣି ପାଇଁ ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଯାଜପୁର(ଓଡ଼ିଶା ରିପୋର୍ଟର): ପାଣି ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ପ୍ରଥମାଖଣ୍ଡ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲ୍‌ ସାମ୍ନାରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ।

ଅଭିଯୋଗ ମୁତାବକ, ଗଲା ୬ ମାସ ଧରି ସ୍କୁଲ କ୍ୟାମ୍ପସରେ ଥିବା ନଳକୂଅରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ ହୋଇଆସୁଛି। ପାଣି ସମସ୍ୟା ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବାହାରୁ ପାଣି ଅଣାଯାଉଛି। ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

ଏପଟେ ସମସ୍ୟାର ସମାଧାନ ନହେବା ଯାଏ ପାଠପଢା ବର୍ଜନ କରି ଧାରଣା ଜାରି ରଖିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ପିଲା। ସ୍କୁଲ କର୍ତ୍ତୃପକ୍ଷ ଏନେଇ ସ୍ଥାନୀୟ ସରପଂଚ, ବିଡିଓ, ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।



from Odisha Reporter https://ift.tt/2o2fXbj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages