୫୨ ବଲ୍‌ରେ ଦ୍ୱିଶତକ, ୩୦ ଛକା ମାରିଲେ ଏହି କ୍ରିକେଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

୫୨ ବଲ୍‌ରେ ଦ୍ୱିଶତକ, ୩୦ ଛକା ମାରିଲେ ଏହି କ୍ରିକେଟର୍‌

ଲଣ୍ଡନ୍‌: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ କ୍ରିକେଟ୍‌ରେ ସବୁ ଯେ ଅସମ୍ଭବ, ସେକଥା ମଧ୍ୟ କେହି ଭୁଲିବା ଉଚିତ୍‌ ନୁହେଁ। ଆଜି କ୍ରିକେଟ୍‌ ଇତିହାସରେ ଅସମ୍ଭବ ଲାଗୁଥିବା ଏକ ରେକର୍ଡ ସୃଷ୍ଟି ହୋଇଛି। ମାତ୍ର ୫୨ଟି ବଲ୍‌ରେ ଜଣେ ଖେଳାଳି ଦ୍ୱିଶତକ ହାସଲ କରିଛନ୍ତି।

ଜଣେ ଇଂଲିଶ କ୍ରିକେଟର୍‌ ନିଜର ଅବିଶ୍ୱସନୀୟ ବ୍ୟାଟିଂ ବଳରେ ଆଜି କ୍ରିକେଟ୍‌ ଜଗତକୁ ହୁଲସ୍ତୁଲ କରି ଦେଇଛନ୍ତି।

ଏହି ବ୍ୟାଟସ୍‌ମ୍ୟାନଙ୍କ ନାମ ମାଇକ୍‌ ସିମ୍ପସନ୍‌। ସେ ମାତ୍ର ୫୨ଟି ବଲ୍‌ରେ ଦ୍ୱିଶତକ ମାରିଥିବା ବେଳେ ମୋଟ୍‌ ୬୨ଟି ବଲ୍‌ ଖେଳି ୨୩୭ ରନ୍‌ କରିଛନ୍ତି। ଏହି ଇନିଂସରେ ସିମ୍ପସନ୍‌ ୩୦ଟି ଛକା ଓ ୯ଟି ଚୌକା ମାରିଛନ୍ତି।

ଶେଫଲ୍‌ଡ କଲିଜିଏଟ୍‌ର ବ୍ୟାଟସମ୍ୟାନ୍‌ ସିମ୍ପସନ୍‌ ଶେଫିଲ୍‌ଡ ଆଲିୟାନ୍ସ ମିଡୱିକ୍‌ ଲିଗ୍‌ ମ୍ୟାଚ୍‌ରେ ବୁଧବାର ଖାନ୍‌ ଟିମ୍‌ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳିଛନ୍ତି।

୧୨ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ର ଗୋଟିଏ ଓଭରରେ ୮ଟି ବଲ୍‌ ପକାଯାଉଥିଲା।

ମ୍ୟାଚ୍‌ ପରେ ସିମ୍ପସନ୍‌ କହିଛନ୍ତି, ଏହା ସିଜିନ୍‌ର ଶେଷ ମ୍ୟାଚ୍‌ ଥିଲା। ଶେଷ ମ୍ୟାଚ୍‌ରେ ଖୋଲା ଶଟ୍‌ ଖେଳିଛି। ତା’ ପରେ ସବୁ କିଛି ଆପେଆପେ ହୋଇଗଲା। ବିଗତ ‍ବର୍ଷ ଗୁଡ଼ିକରେ ମୁଁ ଅନେକ ଛକା ମାରିଛି ଓ ଏହା ମୋର ସ୍ୱାଭାବିକ ଖେଳ।

ଏହି ଇନିଂସ୍‌ରେ ସିମ୍ପସନ୍‌ ଇଂଲଣ୍ଡ ଜାତୀୟ ଦଳ ଅଧିନାୟକ ଜୋ ରୁଟ୍‌ଙ୍କ ଭାଇ ବିଲ ରୁଟ୍‌ଙ୍କ ସହ ମିଶି ପ୍ରଥମ ୱିକେଟ୍‌ ପାଇଁ ୨୪୫ ରନ୍‌ ସଂଗ୍ରହ କରିଥିଲେ।



from OdishaReporter https://ift.tt/2LYbOTE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages