ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ସପକ୍ଷରେ କେନ୍ଦ୍ର, ସୁପ୍ରିମକୋର୍ଟଙ୍କୁ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ସପକ୍ଷରେ କେନ୍ଦ୍ର, ସୁପ୍ରିମକୋର୍ଟଙ୍କୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ସରକାରୀ ଚାକିରି କରୁଥିବା ଅନୁସୂଚିତ ଜାତି/ଅନୁସୂଚିତ ଜାତିର ଲୋକଙ୍କୁ ଯଦି ସଂରକ୍ଷଣ ଭିତ୍ତିରେ ଉପରିସ୍ଥ ଅଧିକାରୀ ଯଦି ପଦୋନ୍ନତି ନ ଦିଅନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ଟର୍ଣ୍ଣି ଜେନେରାଲ୍‌ କେକେ ଭେନୁଗୋପାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ହଜାରେରୁ ଅଧିକ ବର୍ଷ ଧରି ଏସ୍‌ସି/ଏସ୍‌ଟି ସଂପ୍ରଦାୟର ଲୋକେ ଅବହେଳିତ ହୋଇ ରହିଛନ୍ତି। ତେଣୁ ସରକାରୀ ଚାକିରି କ୍ଷେତ୍ରରେ ସେମାନଙ୍କୁ ୨୨.୫% ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଦିଆଯିବା ଉଚିତ।

୨୦୦୬ରେ ସର୍ବୋଚ୍ଚ ଅଦାଲତ ଏସ୍‌ସି/ଏସ୍‌ଟି ସଂପ୍ରଦାୟର ଲୋକଙ୍କୁ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଦେବାକୁ ମନା କରିଥିଲେ। ତେବେ ଆଜି କେନ୍ଦ୍ର ସରକାର ଏହି ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଦେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ବର୍ତ୍ତମାନର କେନ୍ଦ୍ର ସରକାର ଦଳିତ ବିରୋଧୀ ବୋଲି ଯେଉଁ ପ୍ରଚାର କରାଯାଉଛି, ଏହାକୁ ପ୍ରଶମ କରିବାକୁ ଏହା ଏକ ଯୋଜନା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ପୂର୍ବରୁ ଏସ୍‌ସି/ଏସ୍‌ଟି ଆଇନ୍‌ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ, ତାକୁ କେନ୍ଦ୍ର ସରକାର ବିରୋଧ କରିବା ସହ କ୍ୟାବିନଟ୍‌ରେ ପ୍ରଚଳିତ ଆଇନ୍‌କୁ ମଞ୍ଜୁର ଦେଇଥିଲେ।



from OdishaReporter https://ift.tt/2n9gkkb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages