
ଭଦ୍ରକ(ଓଡ଼ିଶା ରିପୋର୍ଟର):ଭଦ୍ରକ ଜିଲ୍ଲା ଧାମନଗର ବକ୍ଲ୍ ଶାମପୁର ଗାଁରେ ବିଷ ପିଇ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଧର୍ମେନ୍ଦ୍ର ତ୍ରିପାଠୀ ଓ ତାଙ୍କ ପତ୍ନୀ ପୂର୍ଣ୍ଣିମା ତ୍ରିପାଠୀ।
ଉଭୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦମ୍ପତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ତିନି ମାସ ତଳେ ଧର୍ମେନ୍ଦଙ୍କ ବିବାହ ହୋଇଥିଲା। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା।ଏହି କାରଣରୁ ସେମାନେ ବିଷ ପିଇ ଦେଇଥିବା କୁହାଯାଉଛି।
from Odisha Reporter https://ift.tt/2L1h8kj
No comments:
Post a Comment