୩୦ରୁ ଅଧିକ ଲୋକଙ୍କୁ ଚିତାକାଟି ଜୟକୃଷ୍ଣ ଛୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

୩୦ରୁ ଅଧିକ ଲୋକଙ୍କୁ ଚିତାକାଟି ଜୟକୃଷ୍ଣ ଛୁ

ଖୋର୍ଦ୍ଧା/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାଲ ସଂସ୍ଥା କରି ନିଯୁକ୍ତି ନାଁରେ ଠକେଇ। ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୩୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ଚମ୍ପଟ୍ ମାରିଛି ଠକ।  ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରରେ ହେଲଥ୍ ଅଫ୍ ଫୁଡ୍ କର୍ପୋରେସନ ଓଡ଼ିଶା ଭଳି ବେନାମୀ ସଂସ୍ଥା କରି ମିଛ ଚାକିରି ଦେବା ପରେ ଲକ୍ଷ ଲକ୍ଷ ଟଙ୍କା ନେଇ ଛୁ ମାରିଛି ଜଙ୍କିଆ ଅଞ୍ଚଳର ଜୟକୃଷ୍ଣ ବାରିକ । ଏଣେ ନିଯୁକ୍ତିର ପ୍ରାୟ ୩ ମାସ ପରେ ବି ଦରମା ନପାଇ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଅଭିଯୁକ୍ତ ବିରୋଧରେ ଜଟଣୀ ଥାନାରେ ଏତଲା ହୋଇଛି। ଅଭିଯୋଗ ଅନୁଯାୟୀ ପ୍ରାୟ ୩୦ରୁ ଅଧିକ ଯୁବକଯୁବତୀଙ୍କ ଠାରୁ ସିକ୍ୟୁରିଟି ଡିପୋଜିଟ୍ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଧରି ଛୁ ମାରିଛି ଜୟକୃଷ୍ଣ। ଏବେ ନଜର ପକାନ୍ତୁ ଚାକିରି ନାଁରେ କେମିତି ଠକେଇ କରୁଥିଲା ଜୟକୃଷ୍ଣ ।

ଜଟଣୀ ସହରରେ କିଛି ଦିନ ପୂର୍ବରୁ ସେ ଖୋଲିଥିଲା ହେଲଥ୍ ଅଫ୍ ଫୁଡ୍ କର୍ପୋରେସନ।  ଓଡ଼ିଶା ନାଁରେ ଏକ ଜାଲ କମ୍ପାନୀ କରି ପ୍ରତି ଗାଁରେ ଶିଶୁଙ୍କୁ ମାଗଣା ଖାଦ୍ୟ ସହ ୨୦୦ ଟଙ୍କା ଲେଖାଏଁ ଦେବ ବୋଲି କହି କିଛି ଲୋକଙ୍କୁ ଏଜେଣ୍ଟ୍ ଭାବେ ନିଯୁକ୍ତି ଦେଇଥିଲା। ଏଥିପାଇଁ କାହାଠୁ ୨୦ ତ’ ଆଉ କାହାଠୁ ୩୦ ହଜାର ଟଙ୍କା ସିକ୍ୟୁରିଟି ମନି  ଆଦାୟ କରିଥିଲା ସେ। ଚାକିରି ଆଶାୟୀଙ୍କ ମନରେ ବିଶ୍ୱାସ ସୃଷ୍ଟି ଲାଗି ସେମାନଙ୍କୁ ତୁରନ୍ତ ପ୍ରଦାନ କରୁଥିଲା ଜାଲ ନିଯୁକ୍ତିପତ୍ର ସହ ଆଇ କାର୍ଡ ।

ଖାଲି ସେତିକି ନୁହେଁ ପୂର୍ବତଟ ରେଳବାଇରେ ଚାକିରି ଦେବା ନାଁରେ ବି କିଛି ଚାକିରି ଆଶାୟୀଙ୍କୁ ଜାଲ୍ ଆଡମିଟ୍‌ କାର୍ଡ଼ଡ଼ ଦେଇ ଉଭାନ ହୋଇଯାଇଛି ଜୟକୃଷ୍ଣ। ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି, ଚାକିରି ଦେବା ନାଁରେ ଠକେଇ କରି ଫେରାର ମାରିଥିବା ଜୟକୃଷ୍ଣ ଏବେ ପୋଲିସ ପାଇଁ ଓ୍ୱାଣ୍ଟେଡ୍ ପାଲଟିଛି। ସେପଟେ ଠକେଇର ଶିକାର ହୋଇଥିବା  ଯୁବକ ଯୁବତୀ ଏବେ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଏପଟେ ଠକେଇ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଭୁବନେଶ୍ୱର ଡିସିପି କହିଛନ୍ତି।



from OdishaReporter https://ift.tt/2KeygCN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages