ରାହୁଲ୍‌ ଓ ସୋନିଆଙ୍କ ପରେ କାହିଁକି ଆଡ଼ଭାନିଙ୍କୁ ଭେଟିଲେ ମମତା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ରାହୁଲ୍‌ ଓ ସୋନିଆଙ୍କ ପରେ କାହିଁକି ଆଡ଼ଭାନିଙ୍କୁ ଭେଟିଲେ ମମତା?

ନୂଆଦିଲ୍ଲୀ: ଆସନ୍ତା ୨୦୧୯ ସାଧାରଣ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟ ଗଠନର ମଙ୍ଗ ଧରିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏବେ ସହଯୋଗୀଙ୍କ ସନ୍ଧାନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଅଣ-ବିଜେପି ଦଳ ଓ ବିଦ୍ରୋହୀ ବିଜେପି ନେତାଙ୍କୁ ନେଇ ମମତା ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଯୋଜନା କରିଛନ୍ତି।

ଆଜି ଏହାକୁ ବାସ୍ତବ ରୂପ ଦେବାକୁ ମମତା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ୬ ଜଣ ମୋଦି ବିରୋଧୀ ନେତାଙ୍କୁ ସାକ୍ଷାତ କରିଛନ୍ତି। ଲୋକସଭା ନିର୍ବାଚନରେ ବିରୋଧୀ ମହାଗଠବନ୍ଧନ, ଏନ୍‌ଆରଏସ୍‌ ସମେତଅନ୍ୟାନ୍ୟ ପ୍ରସଙ୍ଗରେ ମମତା ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମମତା ଆଜି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନିଙ୍କ ସହ ଅନ୍ୟ ୩ ଜଣ ଏନ୍‌ଡିଏ ମେଣ୍ଟରେ ଥିବା ରାଜନୀତିକ ଦଳର ସାଂସଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ତେବେ ମମତା କାହିଁକି ଆଡ଼ଭାନିଙ୍କୁ ହଠାତ୍‌ ସାକ୍ଷାତ କଲେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପାର୍ଲିଆମେଣ୍ଟ ହାଉସ୍‌ରେ ମମତା ଆଜି ପ୍ରଥମେ ଆଡ଼ଭାନିଙ୍କୁ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହାପରେ ଉଭୟ ୧୫ ମିନିଟ୍‌ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ। ତେବେ ଏହି ଆଲୋଚନା ସମ୍ପର୍କରେ ଆଡ଼ଭାନି କିମ୍ବା ମମତା କେହି ବି ମୁହଁ ଖୋଲିନାହାନ୍ତି।

ଆଡ଼ଭାନିଙ୍କ ବ୍ୟତୀତ ମମତା ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ ଓ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ମୋଦି ସରକାରଙ୍କୁ ସିଧାସଳଖ ବିରୋଧ କରୁଥିବା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବ୍ୟତୀତ ମମତା ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ମୁଖ୍ୟ ଏଚ୍‌ଡି ଦେବଗୌଡ଼ା, ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ, କଂଗ୍ରେସ ସାଂସଦ ଅହମ୍ମଦ ପଟେଲ୍‌ ଓ ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନାଙ୍କୁ ମଧ୍ୟ ଭେଟିଛନ୍ତି।

ମମତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ସାକ୍ଷାତ କରିବାର ଯୋଜନା ରହିଛି। ମୋଦି ବିରୋଧୀ ମେଣ୍ଟ କି ଭଳି ସଶକ୍ତ ହୋଇପାରିବ, ସେ କଥାକୁ ଶୁନିଶ୍ଚିତ କରିବାକୁ ମମତା ଏଭଳି ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି।

ମମତା ଜାନୁଆରୀ ୧୯ରେ କୋଲକାତାରେ ଏକ ବଡ଼ ରାଜନୀତିକ ଶୋଭାଯାତ୍ରାର ଆୟୋଜନ କରିବେ। ଏହି ଶୋଭାଯାତ୍ରାରେ ବିଭିନ୍ନ ବିରୋଧୀ ଦଳର ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମମତା ଏଭଳି ଶୋଭାଯାତ୍ରା କରି ମୋଦି ସରକାରଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ମମତା କହିଛନ୍ତି, ୨୦୧୯ରେ ବିଜେପିର ମୁକାବିଲା ପାଇଁ ସବୁ ବିରୋଧୀ ଏକାଠି ହେବେ। ସେ ଆହୁରି କହିଛନ୍ତି, ଯେତେବେଳେ ପଡ଼ୋଶୀ ରାଜ୍ୟ ଆସାମବାସୀ ଦୁଃଖରେ ଅଛନ୍ତି,  ସେତେବେଳେ ପଶ୍ଚିମବଙ୍ଗର ଲୋକମାନେ କ’ଣ ଏଥିପାଇଁ ମୁହଁ ଖୋଲି ପାରିବେ ନାହିଁ? ଯେଉଁମାନେ ବିଜେପିକୁ ଭୋଟ୍‌ ଦେଲେ, ସେମାନଙ୍କୁ ଏନ୍‌ଆରସି ତାଲିକାରେ ରଖାଗଲା ଓ ଅନ୍ୟମାନଙ୍କୁ ଏଥିରୁ ବାହାର କରିଦିଆଯାଇଛି। ବାଂଲାଦେଶ ନାଁ କ’ଣ ଏମିତି ଲୋକମାନଙ୍କୁ ବିଭାଜନ କରାଯିବ? ବିଭାଜନ ପୂର୍ବରୁ ବାଂଲାଦେଶୀ ମଧ୍ୟ ଭାରତର ନାଗରିକ ଥିଲେ। ଏନ୍‌ଆରସି ତାଲିକାର ତଦନ୍ତ ପାଇଁ ଏକ ଟିମ୍‌ ଆସାମ ଯିବା ଦରକାର ବୋଲି ସେ ପ୍ରସ୍ତାବ ଦେଇଛନ୍ତି।



from OdishaReporter https://ift.tt/2LUn2IB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages