
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍କୁ ଆଖି ଆଗରେ ରଖି ସଜେଇ ହେବ ରାଜଧାନୀ ଭୁବନେଶ୍ୱର। ବସ୍ଷ୍ଟାଣ୍ଡରୁ ଆରମ୍ଭ କରି ରାସ୍ତା କଡ଼ କାନ୍ଥ, ସବୁଠି ହକି ବିଶ୍ୱ ହକିର ଛାପ ରହିବ। ଏଥିପାଇଁ ବିସ୍ତୃତ ଯୋଜନା କରାଯାଇଛି।
ଆଜି ସଚିବାଳୟରେ ବସିଥିବା ହକି ବିଶ୍ୱକପ୍ ଭିତ୍ତିଭୂମି ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କମିଟିର ଦ୍ୱିତୀୟ ବୈଠକରେ ଏନେଇ ଆଲୋଚନା ହୋଇଛି।
ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଟାଡ଼ିୟମ୍ ସମେତ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ପଥପାର୍ଶ୍ୱ ବନୀକରଣ କରାଯିବ ବୋଲି ଜଣାପଡିଛି।
ସେହିପରି ବସ୍ଷ୍ଟାଣ୍ଡ୍କୁ ହକିର ରଙ୍ଗରେ ରଙ୍ଗୀନ କରିବା ସହ ସିଟି ବସ୍ ଗୁଡ଼ିକୁ ସଜେଇବାର ଯୋଜନା ବି ରହିଛି। ତେବେ ରାଜଧାନୀରେ ବର୍ତ୍ତମାନ ସମସ୍ୟା ସୃଷ୍ଟି କରୁଥିବା ଭୂତଳ ବିଦ୍ୟୁତକରଣ କାର୍ଯ୍ୟକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା।
ତ୍ୱରିତ ବେଗରେ ଏହି କାର୍ଯ୍ୟ ସାରିବା ପାଇଁ ଓଡ଼ିଶା ପାୱାର୍ ଟ୍ରାନ୍ସମିଶନ୍ କର୍ପୋରେସନ୍ ଲିମିଟେଡ୍ ଓ ଓପିଟିସିଏଲ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ରୀଡ଼ା ସଚିବ, ବିଏମ୍ସି କମିଶନର୍, ପୁଲିସ୍ କମିଶନରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
from OdishaReporter https://ift.tt/2nm2WZT
No comments:
Post a Comment