କଟକରେ ରହିଥିଲା ଲସ୍କର-ଏ-ତାଇବାର ଆତଙ୍କବାଦୀ ଶେଖ୍‌ ଅବଦୁଲ୍‌ ନଇମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

କଟକରେ ରହିଥିଲା ଲସ୍କର-ଏ-ତାଇବାର ଆତଙ୍କବାଦୀ ଶେଖ୍‌ ଅବଦୁଲ୍‌ ନଇମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକରେ ତିଆରି ହୋଇଥିଲା ଆତଙ୍କବାଦୀ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟ। ଲସ୍କର-ଏ-ତାଇବାରର କୁଖ୍ୟାତ ଆତଙ୍କବାଦୀ ଶେଖ୍‌ ଅବଦୁଲ୍‌ ନଇମ୍‌ କଟକରେ ଆତ୍ମଗୋପନ କରିଥିଲା।

ଆଉ ଏସବୁର ମିଡ଼ିଲ୍‌ମ୍ୟାନ୍‌ ବା ସୂତ୍ରଧର ସାଜିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ତେଣ୍ଡାକୁଡ଼ା ଗାଁର ହବିବୁର୍ ରେହମାନ୍। ଯାହାକୁ ଗିରଫ କରିସାରିଛି ଏନ୍‌ଆଇଏ। ଏବେ ଏହାର ଓଡ଼ିଶା ଲିଙ୍କ ନେଇ ଖୋଳତାଡ଼ କରିବ ଏସ୍‌ଟିଏଫ୍‌।

କଟକରେ ନଇମ୍‌କୁ ଗୁପ୍ତଭାବେ ରଖାଇବା ଓ ଟଙ୍କା ଯୋଗାଇବା କାର୍ଯ୍ୟ କରୁଥିଲା ହବିବୁର୍। ଏନ୍‌ଆଇଏର ଚାର୍ଜସିଟ୍‌ରୁ ଏସବୁ ତଥ୍ୟ ମିଳିବା ପରେ ଏବେ ରାଜ୍ୟ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍ ଦିଲ୍ଲୀ ଯିବ।

ଡିଆଇଜି ହିମାଂଶୁ ଲାଲ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଏନ୍ଆଇଏ ସହାୟତାରେ ହବିବୁର୍‌କୁ ଜେରା କରିବ। ନଇମକୁ ସେ କେଉଁଠି ଲୁଚାଇ ରଖିଥିଲା? କଟକ କିମ୍ବା ଓଡ଼ିଶାର ଅନ୍ୟ କେଉଁଠାରୁ ନଇମ୍‌କୁ କିଏ ସହାୟତା ଯୋଗାଉଥିଲା ? କାହା ମାଧ୍ୟମରେ ନଇମ୍‌କୁ ହବିବୁର ଆର୍ଥିକ ସହାୟତା ଦେଇଆସୁଥିଲା? ଏସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ଏସ୍‌ଟିଏଫ୍‌।

୧୯୮୭ ମସିହାରେ ଓଡ଼ିଶା ଛାଡ଼ିଥିବା ହବିବୁର ରେହମାନ୍ ଶେଷ ଥର ପାଇଁ ୨୦୦୬ରେ କେନ୍ଦ୍ରାପଡ଼ା ଆସିଥିଲା। ୧୨ ବର୍ଷ ହେଲା ସାଉଦି ଆରବର ରିଆଦରେ ରହି ନଇମ୍‌ର ଡାହାଣ ହାତ ସାଜିଥିଲା ହବିବୁର। ୨୦୦୭ ମସିହାରେ ନଇମ୍‌ ଗିରଫ ହୋଇଥିଲା। କିନ୍ତୁ ୨୦୧୪ରେ ପୁଲିସ କବଳରୁ ଖସି ଯାଇଥିଲା ନଇମ୍।

ଗତବର୍ଷ ନଭେମ୍ବରରେ ନଇମ୍‌କୁ ଏନ୍ଆଇଏ ଗିରଫ କରିଥିଲା। ପରେ ତା’ ସହ ଲିଙ୍କ୍ ଥିବା ସୂଚନା ପାଇ ହବିବୁରକୁ ଧରିଛି ଏନ୍‌ଆଇଏ।

ହବିବୁର ସହ କଟକର କାହାର ଲିଙ୍କ୍ ରହିଛି? କିଏ ତାର ସହଯୋଗୀ ଅଛନ୍ତି? ଏସବୁର ଖୋଳତାଡ଼ କରାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।



from OdishaReporter https://ift.tt/2OUbTq3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages