କେରଳରେ ଓଟିଭି ଟିମ୍‌: କ୍ୟାମେରା ଆଗରେ ବଖାଣିଲେ ଦୁର୍ଦ୍ଦଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

କେରଳରେ ଓଟିଭି ଟିମ୍‌: କ୍ୟାମେରା ଆଗରେ ବଖାଣିଲେ ଦୁର୍ଦ୍ଦଶା

ov

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେରଳରେ ଶହ ଶହ ଓଡ଼ିଆ ଫସି ରହିଛନ୍ତି।  ଏବେ ବି ଅନେକ ଲୋକେ ବନ୍ୟା ଘେରରେ ଫସି ରହିଥିବା ବେଳେ କିଛି ଲୋକଙ୍କୁ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖାଯାଇଛି। ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିବା ଓଟିଭି ଟିମ୍‌ ଆଗରେ ବନ୍ୟା ପୀଡ଼ିତ ଓଡ଼ିଆମାନେ ନିଜ ଦୁର୍ଦ୍ଦଶା ବଖାଣିଛନ୍ତି।

ବନ୍ୟା ପୀଡ଼ିତ ଓଡ଼ିଆମାନେ ଅଭିଯୋଗ କରିଛନ୍ତି, “ଆମେ ଏଠି ଅବହେଳି ଅବସ୍ଥାରେ ଅଛୁ। ସରକାରଙ୍କ ପକ୍ଷରୁ କିଛି ସହଯୋଗ ମିଳୁନାହିଁ। ଅନ୍ୟରାଜ୍ୟର ଲୋକଙ୍କୁ ସେଠାକାର ରାଜ୍ୟ ସରକାର ଉଦ୍ଧାର କରି ଘରକୁ ଫେରାଇ ନେଇଥିବା ବେଳେ ଆମ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନାହିଁ।”

କେରଳରେ ଫସି ରହିଥିବା ଓଡ଼ିଆଙ୍କ ସହ ଯୋଗାଯୋଗ ପାଇଁ ଓଟିଭି ଟିମ୍‌ ଉଦ୍ୟମ କରିଛି। ଓରମାସ ପକ୍ଷରୁ ତ୍ରିଭେନ୍ଦ୍ରମ୍‌ ଆସିଥିବା ୧୧ ଜିଲ୍ଲାର ବୁଣାକାର ଏବେ ଫସି ରହିଛନ୍ତି। ଓଡ଼ିଶା ସରକାର କିଛି ବୁଝୁ ନଥିବା କୋହଭରା କଣ୍ଠରେ ଏମାନେ ଅଭିଯୋଗ କରିଛନ୍ତି। ସରକାର ସେମାନଙ୍କ ଫେରିବା ବ୍ୟବସ୍ଥା କରିବା ପାଇଁ ଏମାନେ ଅନୁରୋଧ କରିଛନ୍ତି।



from Odisha Reporter https://ift.tt/2OPKiW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages