ଅଭିନୟ ଦୁନିଆରେ ପାଦ ଦେଲେ ରାଧେ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଅଭିନୟ ଦୁନିଆରେ ପାଦ ଦେଲେ ରାଧେ ମା’

radhe-ma

ମୁମ୍ବାଇ: ନିଜ ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ଥିବା ରାଧେ ମା’ ଏକ ୱେବ୍‌ ସିରିଜ୍‌ ଜରିଆରେ ଅଭିନୟ ଦୁନିଆରେ ପାଦ ରଖୁଛନ୍ତି। ଏଥିରେ ଛଅଟି ଏପିସୋଡ୍‌ ରହିଛି। ଏହାର ନାଁ ‘ରାହା ଦେ ମା’ ରହିଛି। ଆଉ ଏଥିରେ ରାଧେ ମା’ଙ୍କୁ ତାଙ୍କ ଅସଲି ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବ।
ଏହି ୱେବ୍‌ ସିରିଜ୍‌ ଏମିତି ଏକ ପରିବାରର କାହାଣୀ, ଯେଉଁଠି ଏକମାତ୍ର ପୁଅକୁ ତାଙ୍କ ମା’ ବାପା ଜଣେ ଫିଲ୍ମ ଷ୍ଟାର୍‌ କରିବାକୁ ଚାହୁଁଛନ୍ତି। ଆଉ ଆଶୀର୍ବାଦ ପାଇଁ ପୁଅକୁ ଧରି ରାଧେ ମା’ଙ୍କ ପାଖକୁ ଯାଇଛନ୍ତି। ଏହାର କିଛିଦିନ ପରେ ପିଲାଟିକୁ ଫିଲ୍ମ ଅଫର୍ ଆସୁଛି। କାହାଣୀ ସେ ସମୟରେ ନୂଆ ମୋଡ଼ ନେଉଛି, ଯେତେବେଳେ ପୁଅଟି ସମଲିଙ୍ଗୀ ବୋଲି ଜଣାପଡ଼ୁଛି।
radhe-maୱେବ୍‌ ସିରିଜ୍‌ରେ ଅଭିନୟର ଡେବ୍ୟୁ କରିବା ନେଇ ରାଧେ ମା’ କହିଛନ୍ତି, ‘‘ମୁଁ ଜୀବନରେ କେବେବି ଅଭିନୟ କରିନି। ମୁଁ ଯେମିତି ସେମିତି। ଏହି ସିରିଜ୍‌ରେ ବି ମୁଁ ମୋ ଚରିତ୍ରରେ ଅବିନୟ କରିଛି। ମୁଁ ଗୁରୁ ନୁହେଁ କି ସାଧୁ ନୁହେଁ।”
ସେ ଆହୁରି କହିଛନ୍ତି, “ପିଲାଦିନରୁ ନାଲି ରଙ୍ଗ ମୋର ପସନ୍ଦ। ମୁଁ କାହାରି ହୃଦୟ ଭାଙ୍ଗେ ନାହିଁ। ମୁଁ ସମସ୍ତଙ୍କୁ ଭଲ ପାଏ। ମୁଁ ସବୁବେଳେ ଭାବେ କୌଣସି ଇଭେଣ୍ଟକୁ ଗଲେ ଯେମିତି କାହାରି ହୃଦୟ ନ ଭାଙ୍ଗିବ।’’
ଏହି ୱେବ୍ ସିରିଜ୍ରେ ରାଧେ ମା’, ପଙ୍କଜ ବେରୀ, ଆରାଧାନା ଉପ୍ପଲ, ଅମନ୍‌ ମହେଶ୍ୱରୀ ଓ ଆୟଷୀ ଶର୍ମା ଅଭିନୟ କରିଛନ୍ତି।



from Odisha Reporter https://ift.tt/2OQaMXC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages