ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ… ରିଲ୍ ଶୁଟିଂ ବେଳେ ରିୟଲ୍ ହରର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ… ରିଲ୍ ଶୁଟିଂ ବେଳେ ରିୟଲ୍ ହରର୍

ମୁମ୍ବାଇ: ରାତିରେ ଶୁଟିଂ ପାଇଁ ଗାଁ ଲୋକେ ବାରଣ କରୁଥିଲେ। କିନ୍ତୁ ମନା ନମାନି ନିର୍ଦ୍ଦେଶକ ରାତିତମାମ ଫିଲ୍ମ ଶୁଟିଂ ଜାରି ରଖିଲେ। ଆଉ ଶୁଟିଂ ବେଳେ ଯାହା ସବୁ ଘଟିଲା, ଶୁଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ ।

ଅଗଷ୍ଟ ୩୧ରେ ରିଲିଜ୍ ହେବାକୁ ଥିବା ବଲିଉଡ୍ ହରର୍-କମେଡି ମୁଭି ‘ସ୍ତ୍ରୀ’ର ଶୁଟିଂ ସେ’ଟ୍‌ରେ ଘଟିଥିବା ଏମିତି କିଛି ଆଶ୍ଚର୍ଯ୍ୟଜନକଘଟଣାକୁ ନିଜେ ବଖାଣିଛନ୍ତି ଫିଲ୍ମର ନିର୍ଦ୍ଦେଶକ।

ଭୂତ ପ୍ରେତ କାହାଣୀ ଆଧାରିତ ଏହି କମେଡି ଫିଲ୍ମର ରାତିବେଳ ଶୁଟିଂ ପାଇଁ ମଧ୍ୟପ୍ରଦେଶର ଏକ ଛୋଟ ସହରର ନିଛାଟିଆ ସ୍ଥାନକୁ ବାଛିଥିଲେ ନିର୍ଦ୍ଦେଶକ ଅମର କୌଶିକ୍ । ତେବେ ଶୁଟିଂର ଦିନକ ପୂର୍ବରୁ ସ୍ଥାନୀୟ ଲୋକେ କୌଶିକଙ୍କ ନିକଟକୁ ଆସି ରାତିରେ ଶୁଟିଂ କରିବାକୁ ବାରଣ କରିଥିଲେ। ଏପରି ମନା କରିବାର କାରଣରେ ସେମାନେ କହିଥିଲେ ଯେ ସଂପୃକ୍ତ ସ୍ଥାନଟି ଭୂତ ପ୍ରେତଙ୍କ ଏକ ଆଡ୍ଡାସ୍ଥଳୀ। ଖାସ୍ ଏହି କାରଣରୁ ସେହି ନିଛାଟିଆ ସ୍ଥାନକୁ ଲୋକେ ଯିବା ଆସିବା କରନ୍ତି ନାହିଁ। କିନ୍ତୁ ସ୍ଥାନୀୟ ଲୋକଙ୍କ ଏପରି ବାରଣକୁ ଗୁରୁତ୍ୱ ଦେଇ ନଥିଲେ ନିର୍ଦ୍ଦେଶକ କୌଶିକ ସାହେବ୍। ଆଉ ରାତିରେ ଶୁଟିଂ ଆରମ୍ଭ ହେବାର କିଛି ସମୟ ପରେ ହିଁ ମିଲିଥିଲା ଭୌତିକ କାଣ୍ଡର ସୁରାକ୍ । ଅଚାନକ ଶୁଭିଥିଲା ଏକ ଅଜବ ସ୍ୱର। ପରେ ପରେ କ୍ୟାମେରାର ଫୋକସ୍‌ ପୁଲର ମଧ୍ୟ ଠିକ୍‌ରେ କାମ କରି ନଥିଲା।  ଏପରିକି ଶୁଟିଂ ସେଟରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ରାଜ କୁମାର ରାଓଙ୍କୁ ମଧ୍ୟ ବହୁ ଅସ୍ୱସ୍ତିକର ଅନୁଭବ  ହୋଇଥିଲା। ଖାଲି ଏତିକ ନୁହେଁ, ବିଜୁଳି ନିୟମିତ କଟୁଥିବା ଯୋଗୁ ସେଟ୍‌ରେ ବଲ୍‌ଗୁଡିକ ବି ଠିକ୍‌ଭାବେ ଜଳୁନଥିଲା। ନିର୍ଦ୍ଦେଶକ ଅମର କୌଶିକଙ୍କ କହିବା ଅନୁସାରେ, ଏପରି କିଛି ଅଜବ ଅନୁଭବ ପାଇବା ପରେ ସେଟ୍‌ରେ ସମସ୍ତେ ପ୍ରାୟ ଡରି ଯାଇଥିଲେ। ତେବେ ସକାଳ ହେବା ପରେ ଏପରି ଅନୁଭବ ରହିଲା ନାହିଁ ଏବଂ ସ୍ଥିତି ସ୍ୱାଭାବିକ ହୋଇଯାଇଥିଲା ।

ଫିଲ୍ମ ‘ସ୍ତ୍ରୀ’ରେ ରାଜ୍‌କୁମାର ରାଓ  ଓ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ବି ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। କୁହାଯାଉଛି, ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ।

 

 



from OdishaReporter https://ift.tt/2AIJCjf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages