ଅନ୍ୟର ମଙ୍ଗଳ ଚିନ୍ତା କରନ୍ତୁ, ଆପଣଙ୍କ ମଙ୍ଗଳ ଆପେ କେମିତି ହୋଇଯିବ ଜାଣିପାରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଅନ୍ୟର ମଙ୍ଗଳ ଚିନ୍ତା କରନ୍ତୁ, ଆପଣଙ୍କ ମଙ୍ଗଳ ଆପେ କେମିତି ହୋଇଯିବ ଜାଣିପାରିବେନି

(ଓମ୍‌ପ୍ରକାଶ ସାହୁ) ଆଜିକାଲି ଦୁନିଆରେ ଅପରାଧ ବଢ଼ିଯାଇଛି। ମଣିଷ ପ୍ରତିଶୋଧ ପରାୟଣ ହୋଇ ହତ୍ୟା ଭଳି ଜଘନ୍ୟ ଅପରାଧ ବି କରିବସୁଛି। କିଛି ଲୋକ ଅନ୍ୟର କ୍ଷତି କରି ନ ପାରି ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି ।

ଏଠାରେ ତାଇୱାନ୍‌ର ଏକ ସୁନ୍ଦର ଗଳ୍ପର ଅବତାରଣା କରାଯାଇପାରେ। ଯାହାକୁ ପଢ଼ିଲେ ହୁଏତ ଆପଣଙ୍କ ଜୀବନଶୈଳୀ ବଦଳିଯିବ।

ଥରେ ଜଣେ ବ୍ୟବସାୟୀ ଗୌତମ ବୁଦ୍ଧଙ୍କ ମନ୍ଦିରକୁ ଯାଇଥିଲେ। ହଠାତ୍ ସେଠାରେ ସେ ଦେଖିଲେ ବହୁତ ଲୋକ ଜଣେ ସାଧୁଙ୍କ ଗହଣରେ ବସିଛନ୍ତ । ସାଧୁ ଜଣଙ୍କ ଲୋକଟିର ମୁହଁ ଦେଖି ଜାଣିପାରିଲେ ଲୋକଟି କିଛି କହିବାକୁ ଚାହୁଁଛି।

ତେଣୁ ସେ ତାଙ୍କୁ ପାଖକୁ ଡାକିଲେ, କହିଲେ ‘କଣ ହୋଇଛି? ଏତେ ବିବ୍ରତ କାହିଁକି ଜଣାପଡୁଛନ୍ତି?

ବ୍ୟବସାୟୀ ଜଣକ କହିଲେ ଯେ, ‘ମୁଁ ବହୁତ ସଚ୍ଚୋଟ, ଜୀବନରେ କାହାର କ୍ଷତି କରିନି, ତଥାପି ଭଗବାନ୍‌ ମୋତେ ଏତେ ଦଣ୍ଡ କାହିଁ ଦେଉଛନ୍ତି । ମୁଁ ଜୀବନରେ କାହାରିକୁ ଠକିନାହିଁ। କିନ୍ତୁ ବହୁତ ଲୋକ ମୋତେ ଠକିଲେଣି। ତେଣୁ ଜୀବନ ଦୁର୍ବିସହ ଲାଗୁଛି। ଆତ୍ମହତ୍ୟା କରିଦେବାକୁ ଇଛା ହେଉଛି। ’

ସାଧୁ ଜଣକ କହିଲେ ମନ୍ଦିରକୁ କେତେ ଦିନ ହେଲା ଆସୁଛନ୍ତି। ବ୍ୟବସାୟୀ ଜଣକ କହିଲେ ଆଜିକୁ ଆସିବା ପ୍ରାୟ ୧ ମାସ ହୋଇଗଲା। ସାଧୁ ଜଣଙ୍କ କହିଲେ ୧ ମାସ ଭିତରେ କେତେ ଲୋକ ଠକିଛନ୍ତି ।

ବ୍ୟବସାୟୀ ଉତ୍ତର ଦେଲେ କେହି ନାହିଁ । ସାଧୁ କହିଲେ ଆଗରୁ ଆସିଥିଲେ ହୁଏତ କେହି ତୁମକୁ ଠକି ନଥା’ନ୍ତେ। ବ୍ୟବସାୟୀ କହିଲେ କେମିତି?

Buddha

ସାଧୁ ଜଣକ କହିଲେ ଉତ୍ତର ନିଜ ପାଖରେ । ଏବେ କ’ଣ ଲୋକ ତୁମକୁ ଠକିବାକୁ ଚାହୁଁନାହାନ୍ତି ? ବ୍ୟବସାୟୀ କହିଲେ ହଁ । ତେବେ କାହିଁକି ଠକାମିରେ ପଡ଼ିନ । ବ୍ୟବସାୟୀ କହିଲେ ସତର୍କ ହୋଇଯାଇଛି।

ସାଧୁ ଜଣଙ୍କ କହିଲେ ‘ପୂର୍ବରୁ ଆସିଥିଲେ ତୁମେ ଆହୁରି ପୂର୍ବରୁ ସତର୍କ ହୋଇଥା’ନ୍ତ, ତୁମର ଚିନ୍ତାଧାରା ଓ ବୁଦ୍ଧି ଆହୁରି ପ୍ରଖର ଓ ମାର୍ଜିତ ହୋଇଥା‘ନ୍ତା ! ଆଉ ଆପଣ ନିଜ ବୁଦ୍ଧି ବିବେକ ପ୍ରୟୋଗ କରି ଆଉ ଠକାମିରେ ପଡ଼ି ନ ଥା’ନ୍ତେ।

ବ୍ୟବସାୟୀ କହିଲେ ‘ସତରେ କ’ଣ ସମ୍ଭବ ?’ ସାଧୁ କହିଲେ ‘ତୁମେ ଆଜି ମନ୍ଦିରରେ ଯେଭଳି ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲ ଠିକ୍ ସେମିତି ଆଜୀବନ ଜାରି ରଖ । ପରିବର୍ତ୍ତନ ନିଜେ ଅନୁଭବ କରିପାରିବ।’

ବ୍ୟବସାୟୀ କହିଲେ ଯେଉଁମାନେ ମୋତେ ଠକିଛନ୍ତି ସେମାନଙ୍କୁ କେମିତି ଉଚିତ୍ ଶିକ୍ଷା ଦେବି, ଇଛା ହେଉଛି କୌଣସି ଉପାୟରେ ସେମାନଙ୍କୁ ପାନେ ଚଖେଇବାକୁ ।

ସାଧୁ କହିଲେ ଆପଣ ସେମାନଙ୍କୁ ଉଚିତ୍ ଶିକ୍ଷା ଦେବା କଥା ଭୁଲିଯା’ନ୍ତୁ। କାରଣ ଆପଣ ଅନ୍ୟମାନଙ୍କୁ ଆପଣଙ୍କୁ ଠକିବାକୁ ହୁଏତ ସୁଯୋଗ ଦେଇଥିବେ। ତେବେ ସେ ଯାହା ହେଉ ଆପଣ ସେମାନଙ୍କୁ ଉଚିତ୍ ଶିକ୍ଷା ଦେବା ବଦଳରେ ସେମାନଙ୍କ ମଙ୍ଗଳ ଚିନ୍ତା କରନ୍ତୁ। ସେମାନେ ଶିକ୍ଷା ପାଇଯିବେ ଆଉ ଆପଣଙ୍କ ଦୁଃଖ ବି ଦୂର ହୋଇଯିବ।

ସାଧୁ ପୁଣି କହିଲେ, ଦିନକୁ କେତେଥର ଈଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି। ବ୍ୟବସାୟୀ କହିଲେ ‘ଦିନକୁ ଦୁଇ ଥର ପ୍ରାର୍ଥନା କରୁଛି ।’ ସାଧୁ କହିଲେ,  ‘ଆପଣ ଆଜିଠାରୁ ଆପଣଙ୍କ ନିଜ ପାଇଁ ଥରେ ଓ ଆପଣଙ୍କୁ ଧୋକା ଦେଇଥିବା ଲୋକମାନଙ୍କ ମଙ୍ଗଳ ପାଇଁ ଥରେ ପ୍ରାର୍ଥନା କରିବା ଆରମ୍ଭ କରନ୍ତୁ ।’

ବ୍ୟବସାୟୀ କହିଲେ ‘କେତେ ଦିନ ପର୍ଯ୍ୟନ୍ତ ?’ ସାଧୁ କହିଲେ …..ଭାବିନିଅନ୍ତୁ, ଆପଣ ଆଜି ମଂଜି ବୁଣିଲେ । ଆପଣ ପ୍ରତି ଦିନ ସେଥିରେ ଅଳ୍ପ ଅଳ୍ପ ପାଣି ଦେବେ । ଗଛ ବଡ଼ ହେବା ପର୍ଯ୍ୟନ୍ତ ଯତ୍ନ ନେବେ । ….ଠିକ୍‌ ସେମିତି ଧୈର୍ଯ୍ୟର ସହ ପ୍ରାର୍ଥନା କରି ଚାଲନ୍ତୁ ।

ଆଉ ଗୋଟିଏ କଥା ବି ମନେ ରଖନ୍ତୁ, ‘ପରୀକ୍ଷାରେ ନ ଲେଖିଲେ ଈଶ୍ୱର ବି ଆପଣଙ୍କୁ ପାସ୍‌ କରାଇ ଦେବେ ନାହିଁ। ତେଣୁ ଆପଣ ଆପଣଙ୍କୁ ଠକୁଥିବା ଲୋକମାନଙ୍କ ମଙ୍ଗଳ ଚାହାନ୍ତି ବୋଲି ନିଜ ଡାଏରୀରେ ପ୍ରତିଦିନ ଲେଖି ଚାଲନ୍ତୁ ଯେ ପର୍ଯ୍ୟନ୍ତ ସମସ୍ୟା ଦୂର ନ ହୋଇଛି। ଦେଖିବେ, ଆପଣଙ୍କ ପ୍ରାର୍ଥନା ବ୍ୟର୍ଥ ଯିବ ନାହିଁ।

ସମ୍ଭବତଃ ବ୍ୟବସାୟୀ ଏଥର ଉତ୍ତର ପାଇଗଲେ ।

କିଛି ମାସ ପରେ ସବୁ କିଛି ବଦଳିଗଲା। ବ୍ୟବସାୟୀଙ୍କୁ ଧୋକା ଦେଉଥିବା ଲୋକମାନେ  ଧୀରେ ଧୀରେ ତାଙ୍କ ସହ ସମ୍ପର୍କ କଲେ । ବ୍ୟବସାୟୀଙ୍କର ଯାହା କିଛି ପ୍ରାପ୍ୟ ଥିଲା ସେ ଶତକଡ଼ା ନବେ ପ୍ରତିଶତ ପାଇଗଲେ।

ପ୍ରତିଦିନ ପ୍ରାର୍ଥନା କରିବା ଭିତରେ ତାଙ୍କର ଜୀବନଶୈଳୀ ଓ ଗ୍ରାହକମାନଙ୍କ ସହ ବ୍ୟବହାର ଏତେ ବଦଳିଗଲା ଯେ, ଗ୍ରାହକମାନ ଚୁମ୍ବକ ଭଳି ତାଙ୍କ ପାଖକୁ ଟାଣି ହୋଇ ଆସିଲେ।

କିଛି ବର୍ଷ ପରେ ସାଧୁ ଜଣଙ୍କ ପୁଣି ସେଇ ମନ୍ଦିରକୁ ଆସିଥିଲେ। ବ୍ୟବସାୟୀ ତାଙ୍କ ପାଖକୁ ଆସି କହିଲେ ସବୁ ସମସ୍ୟା ସମାଧାନ ହୋଇଯାଇଛି। ମୁଁ ପୁନର୍ଜନ୍ମ ବି ପାଇଛି । ନ ହେଲେ ଈଶ୍ୱରଙ୍କ ଉପରୁ ଭରସା ତୁଟିଯାଇଥିଲା, ହୁଏତ ଆତ୍ମହତ୍ୟା କରିଥା’ନ୍ତି ।

ସାଧୁ କହିଲେ ଈଶ୍ୱରଙ୍କ ନିକଟରେ ସତ୍‌ମନରେ ହୋଇଥିବା ପ୍ରାର୍ଥନା କେବେ ବି ବ୍ୟର୍ଥ ଯାଏ ନାହିଁ ।

ଏହି ଗଳ୍ପର ସାରମର୍ମଙ୍କୁ ଯେ କେହି ବି ନିଜ ଜୀବନରେ ପ୍ରୟୋଗ କରି ଦେଖନ୍ତୁ, ସବୁ କିଛି ବଦଳି ଯାଉଛି କି ନାହିଁ ।

ମତାମତ ପାଇଁ ସମ୍ପର୍କ କରନ୍ତୁ

om.swayamm@gmail.com



from OdishaReporter https://ift.tt/2vj2i3T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages