ଧାରା ୩୫-ଏର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଜମ୍ମୁ କଶ୍ମୀର ଅଶାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଧାରା ୩୫-ଏର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଜମ୍ମୁ କଶ୍ମୀର ଅଶାନ୍ତ

ଶ୍ରୀନଗର: ସମ୍ବିଧାନର ବିବାଦୀୟ ଧାରା ୩୫-ଏର ବୈଧତାକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ଥିବା ବେଳେ ତା’ ପୂର୍ବରୁ ଜମ୍ମୁ କଶ୍ମୀର ଆଜି ଅଶାନ୍ତ ହୋଇ ଉଠିଛି।

ବିଚ୍ଛିନ୍ନତାବାଦୀ ହୁରିୟତ୍‌ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ଆଜି ଜମ୍ମୁ କଶ୍ମୀରରେ ଦେଖିବାକୁ ମିଳିଛି। ଦୋକାନ,ବଜାର ରାସ୍ତାଘାଟ ସବୁ ବନ୍ଦ ହୋଇଯାଇଛି।

ଏହି ବନ୍ଦ ଡାକରାରେ କଶ୍ମୀରରେ ଜୀବନଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି। ଏହି ୩୫(ଏ)କୁ ନେଇ ଜମ୍ମୁ କଶ୍ମୀରରେ ଦି ଜଏଣ୍ଟ ରେଜିଷ୍ଟାନ୍ସ ଲିଡର୍ସିପ୍‌ (jrl) ପକ୍ଷରୁ ଦୁଇ ଦିଅନିଆ ବନ୍ଦ ଡାକରା ଦିଆଯାଇଛି।

ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ଏହି ବନ୍ଦ ଡାକରାକୁ ବିଭନ୍ନ ସଙ୍ଗଠନ ସହ ଜମ୍ମୁ କାଶ୍ମର ବାର ଆସୋସିଏସନ୍‌ ପକ୍ଷରୁ ସମର୍ଥନ କରାଯାଇଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହି ଆନ୍ଦୋଳନକୁ ରାଜନୈତିକ ଦଳ ପିଡିପି ପକ୍ଷରୁ ସମର୍ଥନ କରାଯାଇଛି। ମୁଖ୍ୟତଃ ଏହି ଧାରା ଅନୁସାରେ ଜମ୍ମୁ ଓ କଶ୍ମୀର ବାହାରର କୌଣସି ଲୋକ ଏଠାରେ ନାଗରିକତ୍ୱ ଗ୍ରହଣ କରିପାରିବେ ନାହିଁ କିମ୍ବା ସେମାନଙ୍କ ନାଗରିକତ୍ୱକୁ ସ୍ୱୀକାର କରାଯିବ ନାହିଁ।

କଶ୍ମୀରର ମୂଳ ଅଧିବାସୀ ହୋଇନଥିଲେ କେହି ସେ ରାଜ୍ୟରେ ଜମିବାଡ଼ି କିମ୍ବା ସମ୍ପତ୍ତି କିଣାବିକା କରିପାରିବେ ନାହିଁ।

ତେବେ ସମ୍ବିଧାନରେ ଥିବା ଏହି ଧାରାକୁ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟରେ ଏକ ଜନ ସ୍ୱାର୍ଥ୍ୟମାମଳା ରୁଜୁ କରାଯାଇଥିଲା।

ଏହି ମାମଲା କୋର୍ଟରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ବେଳେ ଏହାର ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୬ରେ ଚୂଡ଼ାନ୍ତ ଶୁଣାଣି ରହିଛି।

ସେପଟେ ଯଦି ଏହି ଧାରା ୩୫-ଏର ବୈଧତା ହଟିବା ନେଇ କୌଣସି ରାୟ ଆସେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଛିନ୍ନତାବାଦୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସେହିପରି କଶ୍ମୀରର ପୁଲିସ ବାହିନୀ ମଧ୍ୟ ବିଦ୍ରୋହ କରିପାରନ୍ତି ବୋଲି ରାଜ୍ୟ ସରକାରଙ୍କୁ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି।

କ’ଣ ଏହି ଧାରା ୩୫-ଏ

୧- ଧାରା ୩୫-ଏ ଧାରା ୩୭୦ର ଏକ ଅଙ୍ଗ ଭଳି

୨- ଏହି ଧାରା ଅନୁଯାୟୀ କେବଳ ଜମ୍ମୁ କଶ୍ମୀରରେ ଜନ୍ମିତ ଲୋକକୁ ସ୍ଥାୟୀ ନାଗରିକ ଭାବେ ବିବେଚନା କରାଯିବ

୩-ଜମ୍ମୁ କଶ୍ମୀର ଛଡ଼ା ବାହାର ରାଜ୍ୟର ନାଗରିକକୁ ସେଠାରେ ନାଗରିରକ ସ୍ୱୀକୃତି ମିଳିବ ନାହିଁ।

୪-ତେଣୁ ବାହାର ରାଜ୍ୟରୁ କୌଣସି ବ୍ୟକ୍ତି ଜମ୍ମୁ କାଶ୍ମୀରରେ ଜମି କିଣିପାରିବେ ନାହିଁ।

୫-ସେହିପରି ସମ୍ବିଧାନ ଦ୍ଵାରା ପ୍ରାପ୍ତ କୌଣସି ଅନ୍ୟ ଅଧିକାରର ଉଲ୍ଲଂଘନକୁ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ।

୬- ୧୯୫୪ ମେ’ ୧୪ରେ ତତ୍କାଳୀନ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଏକ ଆଦେଶ ଜରିଆରେ ଏହି ଧାରା ଲାଗୁ କରାଯାଇଥିଲା।

୭- ଏହି ଆଦେଶ ବଳରେ ସମ୍ବିଧାନରେ ଏକ ନୂଆ ଅନୁଚ୍ଛେଦ ୩୫(ଏ) ଯୋଡ଼ି ହୋଇଯାଇ ଥିଲା।

୮-ଏହି ଆଦେଶ ପାରିତ କରିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ ତତ୍କାଳୀନ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରେରିତ କରିଥିଲେ।

୯-ମୁଖ୍ୟତଃ କଶ୍ମୀରବାସୀଙ୍କ ମନ ଜିତିବା ଏବଂ ଭୋଟ ବ୍ୟାଙ୍କକୁ ଦୃଷ୍ଟିରେ ରଖି ଏଭଳି ଏକ ପଦକ୍ଷେପ ନିଆଯାଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଯାହା ଦୀର୍ଘଦିନ ଦିନ ହେଲା ବିବାଦୀୟ ହୋଇ ରହିଛି।



from OdishaReporter https://ift.tt/2LWbbKT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages