ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି, ତଥାପି ମାନୁନାହାନ୍ତି ବିଜେଡି-ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି, ତଥାପି ମାନୁନାହାନ୍ତି ବିଜେଡି-ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜେଡିୟୁ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଏବେ ଉଭୟ ବିଜେଡି ଓ ବିଜେପିକୁ ମହଙ୍ଗା ପଡ଼ିଛି।ଦୁଇ ଦଳ ଏନେଇ ବାରମ୍ବାର ସଫେଇ ଦେଉଥିଲେ ମଧ୍ୟ ତାହା ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିପାରୁନି।

ନିର୍ବାଚନୀ ବର୍ଷରେ ଲୋକଙ୍କ ମନରେ ଏଭଳି ଦ୍ୱନ୍ଦ୍ୱ ଦୁଇ ଦଳ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଏବେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳର କ୍ଷତି ହୋଇଥିବା ସ୍ୱୀକାର କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପାଦେ ଆଗେଇ ଯାଇ ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି।

ତେବେ ସମର୍ଥନ ଆଳରେ ଯେଉଁସବୁ ଘଟଣାକ୍ରମ ଲୋକଲୋଚନକୁ ଆସିଲା, ତାହା ଦୁଇ ଦଳର ନେତୃତ୍ୱଙ୍କ ମଧ୍ୟରେ ରହିଥିବା ଗୋପନ ବୁଝାମଣାକୁ ପଦାରେ ପକାଇଦେଇଛି ଓ ଏହା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଭଳି ଘଟଣା ହୋଇସାରିଛି।

ଦଳର କ୍ଷତି ହୋଇଛି: ବିଜୟ 

ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ମଧ୍ୟ ଏହି ସମର୍ଥନ ପ୍ରସଙ୍ଗ ବିଜେପିକୁ କ୍ଷତି ପହଞ୍ଚାଇବ ବୋଲି ମତ ଦେଇସାରିଲେଣି। ସେ ଉଭୟ ଦଳର ନେତୃତ୍ୱଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ସମର୍ଥନ ମାଗିବା ଓ ସମର୍ଥନ ଜଣାଇବା ପରେ ନବୀନଙ୍କୁ କୃତଜ୍ଞତା ଜଣାଇବା ଉଚିତ୍ ହୋଇନି। ଏହା ବିଜେପିକୁ କ୍ଷତି ପହଞ୍ଚାଇବ। ସକାଳେ ସମର୍ଥନ ମାଗିବ ଓ ସନ୍ଧ୍ୟାରେ ସେମାନଙ୍କୁ ଗାଳି ଦେବ, ଏପରି କଥାକୁ ଲୋକମାନେ ବିଶ୍ୱାସ କରିବେ ତ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିବା ସହ ବିଜେଡି ବି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି କହିଛନ୍ତି।

ନିରଞ୍ଜନଙ୍କ କଟାକ୍ଷ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଓ ବିଜେପି ମଧ୍ୟରେ ବଢ଼ୁଥିବା ଘନିଷ୍ଠତାକୁ ନେଇ ଆଜି ଭିନ୍ନ ଢଙ୍ଗରେ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଫୋନରେ କଥା ହେଉଛନ୍ତି। ଯଦି ସେମାନେ ଫୋନରେ କଥା ହେଉଛନ୍ତି, ତା’ହେଲେ ଓଡ଼ିଶା ପ୍ରସଙ୍ଗରେ କେବେ କଥା ହେବେ? ଛତିଶଗଡ଼ର ବିଜେପି ସରକାର ମହାନଦୀରେ ବ୍ୟାରେଜ୍ ନିର୍ମାଣ କରୁଥିବା ଘଟଣାରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ରାଜ୍ୟସଭା ନିର୍ବାଚନବେଳେ ଉଭୟ “ଫୋନ୍ ଏ ଫ୍ରେଣ୍ଡ୍’ ହେଉଛନ୍ତି ଆଉ ମହାନଦୀ ବେଳକୁ ଉଭୟଙ୍କ ଫୋନ୍ ବ୍ୟସ୍ତ ରହୁଛି ବୋଲି ନିରଞ୍ଜନ କଟାକ୍ଷ କରିଛନ୍ତି।ବିଜେଡିର ସମଦୂରତ୍ୱ ନୀତି ଏବେ ବିଜେପି ସହ ସମବୁଝାମଣା ପାଲଟିଯାଇଛି ବୋଲି ସେ କହିଛନ୍ତି।

ମେଣ୍ଟର କୌଣସି ପ୍ରଶ୍ନ ଉଠୁନି: ଧର୍ମେନ୍ଦ୍ର

ଅବଶ୍ୟ ରାଜ୍ୟ ବିଜେପି ନେତାମାନେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମର୍ଥନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଗୁରୁବାର ଶ୍ରୀ ପ୍ରଧାନ କହିଥିଲେ ଯେ, ବିଜେଡି ସହ ନିର୍ବାଚନ ପୂର୍ବରୁ କିମ୍ବା ପରେ ମେଣ୍ଟର କୌଣସି ସମ୍ଭାବନା ନାହିଁ ଓ ଦଳ ନିଜ ତାକତରେ ରାଜ୍ୟରେ ଏକା ଲଢ଼ିବ।

ବିଜେଡିର ନେତାମାନେ ମଧ୍ୟ ଦିଲ୍ଲୀଠୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାରମ୍ବାର ସଫେଇ ଦେଉଛନ୍ତି। ତଥାପି ବିଜେଡି ଓ ବିଜେପିର ସମ୍ଭାବ୍ୟ ବୁଝାମଣାକୁ ନେଇ ତୃଣମୂଳସ୍ତରରେ କର୍ମୀ ଓ ନେତାମାନେ ସନ୍ତୁଷ୍ଟ ହୋଇପାରିନାହାନ୍ତି।

ବିଶେଷକରି ନବୀନଙ୍କ ସହ ଭୋଟ୍ ପୂର୍ବରୁ ଓ ପରେ ନରେନ୍ଦ୍ର ମୋଦି, ଅମିତ୍ ଶାହା, ରାଜନାଥ ସିଂହଙ୍କର ଟେଲିଫୋନରେ କଥାବାର୍ତ୍ତାକୁ ନେଇ ମଧ୍ୟ ଉଭୟ ବିଜେଡି ଓ ବିଜେପିର କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ନିର୍ବାଚନୀ ବର୍ଷରେ ଏଭଳି ଆଭିମୁଖ୍ୟ ଉଭୟ ଦଳ ପାଇଁ ଘାତକ ହେବାର ଆଶଙ୍କା ରହିଛି। ତେଣୁ କର୍ମୀ ଓ ଭୋଟରଙ୍କ ଦ୍ୱନ୍ଦ୍ୱକୁ ଦୂର କରିବା ଏବେ ଦୁଇ ଦଳର ପ୍ରମୁଖ ପ୍ରାଥମିକତା ପାଲଟିଥିବା ଜଣାପଡ଼ିଛି।

 

 

 

 

 



from OdishaReporter https://ift.tt/2M8uFfF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages